Odisha news

ଡେରାବିଶର ଛଚିଣାରେ ୧ କରୋନା ଆକ୍ରାନ୍ତ ଚିହ୍ନଟ : ୧୩ ୱାର୍ଡ଼କୁ ୭ ଦିନ ପାଇଁ କଂଟେନ୍ମେଂଟ ଜୋନ୍ ଘୋଷଣା

0

ଡେରାବିଶ : ଡେରାବିଶ ବ୍ଳକରେ ସ୍ଥାନୀୟ ଅଂଚଳରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଗତ ଦୁଇସପ୍ତାହ ମଧ୍ୟରେ ଚାରୋଟି ଗ୍ରାମକୁ କଂଟେନ୍ମେଂଟ ଜୋନ୍ ଘୋଷଣା କରାଯାଇଥିଲା । ତେବେ ଆଜି ବ୍ଳକ ଅଧୀନ ଲକ୍ଷ୍ମୀନାରାୟଣପୁର ପଂଚାୟତ ଛଚିଣା ଗ୍ରାମରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ଗ୍ରାମର ୧୩ ନଂ ୱାର୍ଡ଼କୁ ଆଜି ସନ୍ଧ୍ୟା ୫ଟାରୁ ୭ ଦିନ ପାଇଁ କଂଟେନ୍ମେଂଟ ଜୋନ୍ ଭାବେ ଘୋଷଣା କରାଯାଇଛି ବୋଲି ବିଡ଼ିଓ ଗୋପବନ୍ଧୁ ଭୋସାଗର ସୂଚନା ଦେଇଛନ୍ତି  ।

ଗତ ସୋମବାର ଦିନ ଲକ୍ଷ୍ମୀନାରାୟଣପୁର ପଂଚାୟତ ବଳଭଦ୍ରପୁର ସ୍ଥିତ ବାଲୁଙ୍କେଶ୍ୱର ବିଦ୍ୟାପୀଠରେ ଏକ ମେଗା ସ୍ୱାବ୍ ସଂଗ୍ରହ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ୨୬୩ ଜଣଙ୍କର ସ୍ୱାବ୍ ସଂଗ୍ରହ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଆଜି ଜରେ ବ୍ୟକ୍ତି କରୋନା ଆକ୍ରାନ୍ତ ଜଣାପଡ଼ିବା ପରେ ଗ୍ରାମକୁ ସମ୍ପୂର୍ଣ୍ଣ ସିଲ୍ କରିଦିଆଯାଇଛି ।

ଡେରାବିଶ

Leave A Reply