ଚିନ୍ତା ହେଉଛି ଗୋଟିଏ ବଡ ସମସ୍ୟା l ଆଜିକାଲି ଅଧିକାଂଶ ଲୋକ ଅବସାଦ ବା ଚିନ୍ତାରେ ଗ୍ରସ୍ତ ହେଉଛନ୍ତି l ଚିନ୍ତା ବା ଅବସାଦ ଆମ ମସ୍ତିଷ୍କ ଓ ଶରୀର ଉପରେ ଖରାପ ପ୍ରଭାବ ପକାଇ ଥାଏ l ଆମେ ପ୍ରାୟ ଆମର ଦୈନନ୍ଦିନ କାର୍ଯ୍ୟ ପ୍ରଣାଳୀ, ବିଭିନ୍ନ ଦାୟିତ୍ୱ, ପାରିବାରିକ ସମସ୍ୟା କାରଣରୁ ଅବସାଦ ଗ୍ରସ୍ତ ହୋଇଥାଉ l ଯାହାର ପ୍ରଭାବ ଆମର ସ୍ୱାସ୍ଥ୍ୟ ଉପରେ ପଡିଥାଏ l ଉଭୟ ମାନସିକ ଓ ଶାରୀରିକ ସ୍ତରରେ ଆମେ କ୍ଷତିଗ୍ରସ୍ତ ହୋଇଥାଉ l ତେଣୁ ଆମେ ଷ୍ଟ୍ରେସ କୁ ଦୂର କରିବା ସବୁଠୁ ଜରୁରୀ ଅଟେ l
ଆସନ୍ତୁ ଜାଣିବା ଷ୍ଟ୍ରେସ ବା ଚିନ୍ତା କମ କରିବାର ଉପାୟ –
* କାମରୁ ବ୍ରେକ ନେଇ ପ୍ରକୃତିର ସୌନ୍ଦର୍ଯ୍ୟ ସହିତ ସମୟ ଅତିବାହିତ କରନ୍ତୁ l ଆମେ ସମସ୍ତେ ପ୍ରକୃତିର ୫ଟି ତତ୍ୱ ( ଜଳ, ବାୟୁ, ଆକାଶ, ଅଗ୍ନି, ପୃଥିବୀ ) ରେ ତିଆରି ହୋଇଛୁ l ତେଣୁ ପ୍ରକୃତିର ନିକଟତର ହେବା ଦ୍ୱାରା ଆମର ମନ ଶାନ୍ତ ହୋଇଥାଏ l
* ଯେଉଁ କାର୍ଯ୍ୟ ଆପଣଙ୍କୁ ପସନ୍ଦ ସେହି କାର୍ଯ୍ୟ କରନ୍ତୁ , ଏହାଦ୍ୱାରା ଆପଣ ଚିନ୍ତା ଠାରୁ ଦୁରେଇ ରହିବେ l ନିଜ ପସନ୍ଦ ଯୋଗ୍ୟ କାର୍ଯ୍ୟ କରୁଥିବା କାରଣରୁ ଖୁସିରେ ରହିବେ l
* ନିଜ ପସନ୍ଦ ଯୋଗ୍ୟ ମଣିଷ ମାନଙ୍କ ସହିତ ସମୟ ଅତି ବାହିତ କରନ୍ତୁ l ଏହା ଚିନ୍ତାରୁ ଦୂରେଇ ରହିବାର ସବୁଠୁ ସରଳ ଉପାୟ l
* ବ୍ୟାୟାମ ଦ୍ୱାରା ମଧ୍ୟ ଚିନ୍ତାକୁ କମାଇ ପାରିବେ l ତା ସହିତ ମେଡ଼ିଟେସନ ଓ ଯୋଗ କରନ୍ତୁ l ଏହା ଆପଣଙ୍କ ନକାରାତ୍ମକ ବିଚାର କୁ ଦୂରେଇ ଦେବ l ମେଡ଼ିଟେସନ ଓ ଯୋଗ କରିବା ଦ୍ୱାରା ସକାରାତ୍ମକ ଉର୍ଜା ଜାଗ୍ରତ ହେବ l ଏହାଦ୍ୱାରା ଶରୀରରେ ଅବସାଦ ହର୍ମୋନ ସ୍ତର ମଧ୍ୟ ନିୟନ୍ତ୍ରିତ ହୋଇଥାଏ l
* ଅବସାଦ ସମୟ ରେ ଘରର ଏପରି କାର୍ଯ୍ୟ କରନ୍ତୁ ଯାହା ଆପଣ ଅନ୍ୟ ଦିନ ମାନଙ୍କରେ କରନ୍ତି ନାହିଁ , ଯେପରିକି ଘର ସଜାଡ଼ିବା, ଘରକୁ କିଛି ଫୁଲ ଗଛ କିଣି ଆଣିବା , ଗୀତ ଶୁଣିବା, ମ୍ୟୁଜିକ ଲଗାଇ ନାଚିବା ଇତ୍ୟାଦି କରିବା ଦ୍ୱାରା ମନ ପ୍ରଫୁଲ୍ଲ ରହିଥାଏ l