Odisha news

ଫେବ୍ରୁଆରି ୮ରେ ଦିଲ୍ଲୀ ନିର୍ବାଚନ

0

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ଆସନ୍ତା ଫେବ୍ରୁଆରି ୮ ତାରିଖରେ ହେବ ଏବଂ ୧୧ରେ ଫଳାଫଳ ପ୍ରକାଶ ପାଇବ। ଭାରତର ମୁଖ୍ୟ ନିର୍ବାଚନ କମିସନର ସୁନୀଲ ଆରୋରା ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରି କହିଛନ୍ତି ଯେ ୨୨ ତାରିଖ ମଧ୍ୟରେ ଦିଲ୍ଲୀରେ ନୂଆ ସରକାର ଗଠନ ପ୍ରକ୍ରିୟା ଶେଷ ହେବ। ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନରେ ୧.୪୬ କୋଟି ଭୋଟର ନିଜର ମତଦାନ ସାବ୍ୟସ୍ତ କରିବେ। ଏଥିପାଇଁ ମୋଟ ୧୩ ହଜାର ୭୫୦ ମତଦାନ କେନ୍ଦ୍ର ପ୍ରତିଷ୍ଠା ହେବ।

Leave A Reply