ଦିଲ୍ଲୀରେ ଆଗକୁ ବିଧାନସଭା ମତଦାନ ହେବାକୁ ଯାଉଛି, ଯାହାକୁ ନେଇ ଭାରତର ରାଜଧାନୀ ସମ୍ପୂର୍ଣ ପ୍ରସ୍ତୁତ, ସମସ୍ତ ଦଳ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି, ଇତି ମଧ୍ୟରେ ସୂଚନା ମିଳିଛି ଯେ ଅସାଧୁଧିନ ଅଵେଶୀ ଙ୍କ ଦଳ AIMIM ଦିଲ୍ଲୀ ମତଦାନ ରେ ଜେଲ ରେ ବନ୍ଦ ଥିବା ଶାହରୁଖ ପଠାନ କୁ ମତଦାନ ଲଢ଼lଇବାର ପ୍ରସ୍ତୁତ କରୁଛି l ଇତି ମଧ୍ୟରେ AIMIM ଦିଲ୍ଲୀ ର ଅଧକ୍ଷ ସୋଏବ ଜାମାଇ ଶାହରୁଖ ଙ୍କ ପରିବାର କୁ ଭେଟିଛନ୍ତି, ଏବଂ କହିଛନ୍ତି ଯେ ଯଦି ଏହି ଅଂଚଳ ର ଲୋକେ ଚାହିଁବେ ତେବେ ଶାହରୁଖ ମତଦାନ ଲଢ଼ିବେ l
କିଏ ସେହି ଶାହରୁଖ ପଠାନ –
୨୦୨୦ ରେ ନର୍ଥ ଇଷ୍ଟ ଦିଲ୍ଲୀ ରେ CAA ପ୍ରୋଟେଷ୍ଟ ସମୟ ରେ ଦଙ୍ଗା ହୋଇଥିଲା, ମୌଜାପୁର ଅଂଚଳ ରେ ଶାହରୁଖ ପଠାନ ଅଟୋମେଟିକ ପିସ୍ତଲ ରୁ ପ୍ରଥମେ ଭିଡ଼ ଉପରକୁ ଗୁଳି ଚଳାଇ ଥିଲେ, ଏବଂ ଏହାପରେ ଦିଲ୍ଲୀ ପୋଲିସ ର ହେଡ଼ କନେଷ୍ଟବଳ ଉପରକୁ ଗୁଳି ଚଳାଇଥିଲା, ଏବଂ ଭିଡ଼ ର ଫାଇଦା ଉଠାଇ ଫେରାର ହୋଇଯାଇ ଥିଲା l କ୍ରାଇମ ବ୍ରାଞ୍ଚ ଶାହରୁଖ କୁ ଉତ୍ତରପ୍ରଦେଶ ରେ ଗିରଫ କରିଥିଲା, ଗୁଳି ଚଳାଉଥିବା ସମୟ ରେ ତାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା l
ଅକ୍ଟୋବର ୨୨ ତାରିଖ ତାରିଖରେ ଦିଲ୍ଲୀ ହାଇକୋର୍ଟ ଶାହରୁଖ ପଠାନ ର ଜାମିନ ଖାରଜ କରିଦେଲେ l ଏହି କେଶ ଭାରତୀୟ ଦଣ୍ଡ ସଂହିତା ର ବିଭିନ୍ନ ଧାରା ଅନୁସାରେ ଯେଉଁଥିରେ ଦଙ୍ଗା, ଘାତକ ହତିଆର, ଅବୈଧ ଭାବରେ ଲୋକଙ୍କୁ ଏକାଠି କରିବା ଏବଂ ହତ୍ୟା ଉଦ୍ୟମ କରିବା ଆଧାରରେ ଆରୋପ ଲାଗିଥିଲା l