Odisha news

ଓଡ଼ିଆ ଅଭିନେତ୍ରୀ ଦୀପା ସାହୁଙ୍କ ପରଲୋକ : ଦୀର୍ଘ ୬ ବର୍ଷ ଧରି କର୍କଟ ରୋଗରେ ପୀଡ଼ିତ ଥିଲେ

0

ଭୁବନେଶ୍ଵର : ଓଡ଼ିଆ ଅଭିନେତ୍ରୀ ଦୀପା ସାହୁଙ୍କ ପରଲୋକ ଘଟିଛି। ସେ ଦୀର୍ଘ ୬ ବର୍ଷ ଧରି କର୍କଟ ରୋଗରେ ପୀଡ଼ିତ ଥିବା ବେଳେ ଗତ କିଛି ଦିନ​ ହେବ ଗୁରୁତର ଅବସ୍ଥାରେ ଭୁବନେଶ୍ଵର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପରେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରାଯାଉଥିଲା। ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିବା ନେଇ ଦୀପାଙ୍କ ସ୍ବାମୀ ମନୀନ୍ଦ୍ର ଦତ୍ତ ସୂଚନା ଦେଇଛନ୍ତି।

ଶତାଧିକ ଓଡ଼ିଆ ଆଲବମରେ ଅଭିନୟ କରି ସେ ଦର୍ଶକଙ୍କ ଦୃଦୟରେ ଘର କରିପାରିଥିଲେ। ଓଡ଼ିଆ ‌ଆଲ୍‌ବମ୍‌ ଇଣ୍ଡଷ୍ଟ୍ରିର ବେଶ୍‌ ପରିଚିତ ଚେହେରା ଥିଲେ ଦୀପା। ସେ ଏକାଧିକ ‌ଆଲ୍‌ବମ୍‌ରେ ଅଭିନୟ କରି ଓଡିଆ  ଆଲ୍‌ବମ୍‌ କୁଇନ୍‌ ଭାବେ ମଧ୍ୟ ବେଶ୍‌ ଜଣାଶୁଣା ଥିଲେ। ଏହାସହ ସେ କିଛି ଓଡ଼ିଆ ଫିଲ୍ମ, ଧାରାବାହିକରେ ମଧ୍ୟ ନଜର ଆସିଥିଲେ।

Govt
Leave A Reply