Odisha news

ରାଜନୈତିକ ହିଂସାକାଣ୍ଡ ରକ୍ତାକ୍ତ ଅବସ୍ଥାରେ ବିଲରୁ ବୃଦ୍ଧ ଉଧାର

0

ଦଶପଲ୍ଲା୨୪/୨ : ଗୁରୁବାର ଦିନ ଦଶପଲ୍ଲା ଥାନା ଅନ୍ତର୍ଗତ କଇମ ଶୁଆଖାଇ ନାଳ ନିକଟ ଏକ ମୁଗ ବିଲରୁ ଉଲଗ୍ନ ରକ୍ତାକ୍ତ ଅବସ୍ଥାରେ ଜଣେ ବୃଦ୍ଧ ଙ୍କୁ ଉଧାର କରାଯାଇଛି । ଉଧାର ବୃଦ୍ଧ ଙ୍କ ନାମ ଗୌରାଙ୍ଗ ମଳିକ ଓ ତାଙ୍କ ଘର କଇମ ଗ୍ରାମରେ । ଖାଇବା ପାଳି ଥିବାରୁ ଗୌରାଙ୍ଗ କଇମ ଗ୍ରାମର ଜୟ ପ୍ରଧାନ ଙ୍କ ଘର କୁ ଖାଇବାକୁ ଯାଉଥିବା ବେଳେ ସୁଆଖାଇ ନାଳ ଠାରେ କେହି ତାଙ୍କୁ ଆକ୍ରମଣ କରି ନାଳ ନିକଟରେ ଥିବା ଏକ ବିଲରେ ପକାଇ ଦେଇ ଚାଲି ଯାଇଥିଲା । ମାତ୍ର ଗୌରାଙ୍ଗ ଘରକୁ ନ ଫେରିବାରୁ ତାଙ୍କ ପରିବାର ଲୋକ ଖୋଜା ଖୋଜି କରିଥିଲେ ମଧ୍ୟ ପାଇ ନଥିଲେ । ଗୁରୁବାର ସକାଳ ସମୟ ରେ ହରିଜନ ସାହିର ପତିଆ ନାୟକ ବୃଦ୍ଧଙ୍କୁ ଦେଖି ତାଙ୍କ ପୁଅ ଗୋକୁଳ ମଳିକ ଙ୍କୁ ଖବର ଦେଇଥିଲେ । ପରେ ଗୋକୁଳ ଆସି ତାଙ୍କ ବାପା ଙ୍କୁ ରକ୍ତାତ ହୋଇ ଉଲଗ୍ନ ଅବସ୍ଥା ରେ ପଡିଥିବା ଦେଖିବାକୁ ପାଇଥିବା ବେଳେ ତାଙ୍କୁ ଉଧାର କରି ଚିକିତ୍ସା ପାଇଁ ଦଶପଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରିଥିବା ବେଳେ ଏ ସମ୍ପର୍କ ରେ ଦଶପଲ୍ଲା ଥାନାରେ ଅଭିଯୋଗ କରିଛନ୍ତି ।

ମାତ୍ର କିଏ ଏହି ବୃଦ୍ଧାଙ୍କୁ ଆକ୍ରମଣ କଲା ସେ ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା ବେଳେ ଏହା ଏକ ନିର୍ବାଚନ ଜନିତ ହିଂସା କାଣ୍ଡ ବୋଲି ଆଲୋଚନା ହେଉଛି । ସେହିପରି ଗୁରୁବାର ଦିନ ଦେଢସର ଗ୍ରାମର ଶ୍ରୀଧର ପ୍ରଧାନ ଙ୍କ ଉପରେ ଆକ୍ରମଣ ହେବା ସହ ତାଙ୍କ ଦୋକାନ ଭଙ୍ଗା ଯାଇଥିବା ଅଭିଯୋଗ ହୋଇଛି । ନିର୍ବାଚନ ରେ ସହଯୋଗ କରିନଥିବାରୁ ଆକ୍ରୋସ ରଖି ୨ ଜଣ ଯୁବକ ଶ୍ରୀଧର ଙ୍କୁ ଆକ୍ରମଣ କରିଥିବା ଚର୍ଚା ହେଉଛି । ଖବର ଲେଖାଯିବା ସୁଧା ଏସମ୍ପର୍କରେ ଦଶପଲ୍ଲା ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ ଗତ ୨୨ ତାରିଖ ରାତିରେ ମଧ୍ୟଖଣ୍ଡ ଗଡଭିତର ସାହିର ଅରୁଣ ପରିଡା ଘୋଳାହାଣ୍ଡି ଯାଇଥିବା ବେଳେ ରାଜନୈତିକ ହିଂସାକାଣ୍ଡର ଶିକାର ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଦଶପଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର କୁ ସ୍ଥାନାନ୍ତର କରାଯାଇଥିଲା । ଏ ସମ୍ପର୍କରେ ଦଶପଲ୍ଲା ଥାନାରେ ଅଭିଯୋଗ ହେବା ପରେ ପୋଲିସ ପକ୍ଷରୁ ଦୁର୍ଯ୍ୟୋଧନ ବାରିକ,ମନୋଜ ବାରିକ,ଅମୀୟ ମହାରଣା,ଲଣ୍ଡା ବାରିକ,ମୃତ୍ୟୁଞ୍ଜୟ ପ୍ରଧାନ ଓ ଈଶ୍ୱର ଜେନାଙ୍କ ନାମରେ ପୋଲିସ ମୋକଦମା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଦିନକୁ ଦିନ ଏହି ରାଜନୈତିକ ହିଂସାକାଣ୍ଡ ବଢ଼ି ଚାଲିଥିବା ବେଳେ ପୋଲିସ ପାଇଁ ଏହା ମୁଣ୍ଡ ବ୍ୟଥାର କାରଣ ହୋଇଛି।

Leave A Reply