ଦଶପଲ୍ଲା୩୧/୫ : ବିଗତ ବର୍ଷ ପରି ମଙ୍ଗଳବାର ଦିନ ଦଶପଲ୍ଲାର ସର୍ବ ପୁରାତନ ନାରାୟଣ ଗଞ୍ଜ ହାଟ ର ନିଲାମ ହୋଇଛି । ୧ ବର୍ଷ ପାଇଁ ଏହି ନିଲାମ ହୋଇଛି । ୧୭ ଲକ୍ଷ ୮ ସହ ଟଙ୍କାରେ ଏହି ହାଟ ନିଲାମ ନେଇଛନ୍ତି ଦଶପଲ୍ଲା ର ବ୍ୟବସାୟୀ ଦେବରାଜ ସାହୁ । ଦଶପଲ୍ଲା ଏନ ଏ ସି ଅଧିନ ରେ ଥିବା ଏହି ହାଟ ନିଲାମ ପାଇଁ ସର୍ବସାଧାରଣ ଙ୍କ ନିମନ୍ତେ ଏନ ଏ ସି ପକ୍ଷ ରୁ ପ୍ରଚାର କରାଯାଇଥିଲା । ନିଲାମ ସମୟ ରେ ଏନ ଏ ସି ପକ୍ଷରୁ ହାଟ ନିଲାମ ପାଇଁ ୭ ଲକ୍ଷ ୫୦ ହଜ଼ାର ଟଙ୍କା ଧାର୍ଯ୍ୟ କରା ଯାଇଥିଲା । ଏହା ପରେ ହାତ ର ନିଲାମୀ ମୂଲ୍ୟ ବୃଦ୍ଧି ପାଇଥିଲା । ଶେଷରେ ପ୍ରସନ୍ନ ସାହୁ ୧୭ ଲକ୍ଷ ୭ସହ ଟଙ୍କା ପର୍ଯ୍ୟନ୍ତ ନିଲାମ ଡାକିଥିବା ବେଳେ ତାଙ୍କର ନିକଟ ତମ ପ୍ରତିଦ୍ବନ୍ଦୀ ଦେବରାଜ ସାହୁ ୧୭ ଲକ୍ଷ ୮ ସହ ଟଙ୍କାରେ ନିଲାମ ନେଇଥିଲେ । ଦେବରାଜ ସାହୁ ଓ ତାଙ୍କର ୧୩ ଜଣିଆ ଗ୍ରୁପ ଦୀର୍ଘ ବର୍ଷ ଧରି ନାରାୟଣ ଗଞ୍ଜ ହାଟ ନିଲାମ ନେଇ ଆସୁଥିବା ଜଣା ପଡ଼ିଛି । ଏହି ନିଲାମ ସମୟ ରେ ଦଶପଲ୍ଲା ଏନ ଏ ସି ଅଧ୍ୟକ୍ଷା ଇଂ ପୁନମ ପ୍ରିୟଦର୍ଶିନୀ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟବ୍ରତ କର ଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।