ଦଶପଲ୍ଲା ୧୧/୦୧ : ମଙ୍ଗଳବାର ଦିନ ମଧ୍ୟଖଣ୍ଡ ହାଇ ସ୍କୁଲ ପରିସରରେ ସ୍କୁଲର ପ୍ରତିଷ୍ଠାତା ସମ୍ପାଦକ ସ୍ବର୍ଗତ ରାମଚନ୍ଦ୍ର ପଣ୍ଡାଙ୍କ ଶ୍ରାଦ୍ଧୋତ୍ସ ବ ପୂରାତନ ଛାତ୍ର ଓ ରାମଚନ୍ଦ୍ର ମେମୋରିଆଲ ଟ୍ରଷ୍ଟ ର ମିଳିତ ସଂହଯୋଗରେ ପାଳିତ ହୋଇ ଯାଇଛି। ପ୍ରଥମେ ସ୍ବର୍ଗତ ପଣ୍ଡାଙ୍କ ସ୍କୁଲ ପରିସରରେ ଥିବା ପ୍ରତିମୂର୍ତ୍ତୀରେ ଅତିଥି ମାନଙ୍କ ସମେତ ସମସ୍ତେ ପୁଷ୍ପମାଲ୍ୟ ଅର୍ପଣ କଲାପରେ ମେମୋରିଆଲ ଟ୍ରଷ୍ଟ ର ସଭାପତି ଶ୍ରୀ ଜଗନ୍ନାଥ ପରିଡ଼ାଙ୍କ ସଭାପତିତ୍ବରେ ସ୍ମୃତି ସଭା ଅନୁଷ୍ଠିତ ହୋଇ ଥିଲା। ଏଥିରେ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ଶ୍ରୀଯୁକ୍ତ ପ୍ରମୋଦ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି, ବିଶିଷ୍ଟ ନାଟ୍ୟକାର, କବି ,ଗାଳ୍ପିକ କମରେଡ ବିଶ୍ବନାଥ ମହାପାତ୍ ମୁଖ୍ୟ ବକ୍ତା, ବରିଷ୍ଠ ସମ୍ମାନିତ ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ଶ୍ରୀଯୁକ୍ତ ଅଶୋକ କୁମାର ନାୟକ ଓ ସମ୍ମାନିତ ଅତିଥି ଭାବେ ସ୍କୁଲର ପ୍ରଧାନ ଶିକ୍ଷକ ଯୋଗଦେଇ ସ୍ବର୍ଗତ ପଣ୍ଡାଙ୍କର ଜୀବନ ଓ ଆଦର୍ଶ ଉପରେ ଆଲୋକପାତ କରିଥିଲେ।ସଭାର ପ୍ରାରମ୍ଭରେ ସ୍କୁଲର ପୁରାତନ ଛାତ୍ର ଆଡଭୋକେଟ୍ ଶରତ ଚନ୍ଦ୍ର ବେହେରା ସ୍ବାଗତ ଭାଷଣ ଦେଇ ସ୍ବର୍ଗତ ପଣ୍ଡାଙ୍କ ମଧ୍ୟାଖଣ୍ଡର ଶିକ୍ଷା ସ୍ବାସ୍ଥ୍ୟ ଓ କୃଷିର ଉନ୍ନତି ପାଇଁ କରି ଯାଇଥିବା କାର୍ଯ୍ୟାବଳୀ ସମ୍ପର୍କରେ ଆଲୋକପାତ କରିଥିଲେ।ତାଙ୍କୁ ମଧ୍ଯ ଖଣ୍ଡ ବସୀ କେବେବି ଭୁଲି ପାରିବେ ନାହିଁ ବୋଲି କହିଥିଲେ। ଏହି ସଭାରେ ସ୍ବର୍ଗତ ପଣ୍ଡାଙ୍କ ପୁତୁରା ତଥା ସ୍କୁଲର ପୁରାତନ ସମ୍ପାଦକ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ପଣ୍ଡା, ଦଶପଲ୍ଲା ବରିଷ୍ଠ ନାଗରିକ ମଂଚର ସଭାପତି ଶ୍ରୀଯୁକ୍ତ ପ୍ରାଣକୃଷ୍ଣ ବେହେରା,ଗଠନ ପରିବାରର ସଭାପତି ଶ୍ରୀଯୁକ୍ତ ଗୁଣ୍ଡିଚା ଲେଙ୍କା, ଅବସପ୍ରାପ୍ତ ଡାକ୍ତର ଅନ୍ତର୍ଯ୍ୟାମୀ ଭୂୟାଁ,ମଧ୍ୟାଖଣ୍ଡ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ଗଣେଶ୍ୱର ନାୟକ,ଭୀମଭୋଇ ଦିଯାବଲ୍ ରିଲିଫ ସୋଷାଇଟ ର ସମ୍ପାଦକ ଶ୍ରୀ ଲକ୍ଷ୍ମୀଧର ବେହେରା ପ୍ରମୁଖ ସ୍ବର୍ଗତ ପଣ୍ଡାଙ୍କ ସ୍ମୃତି ଚରଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ପୁରାତନ ଛାତ୍ର ସରୋଜ କୁମାର ପଣ୍ଡା ସଂଯୋଜନା କରିଥିବା ବେଳେ ଶେଷରେ ପୁରାତନ ଛାତ୍ର ପ୍ରଫୁଲ୍ଲ କୁମାର ହୋତା ଧନ୍ୟବାଦ୍ ଦେଇଥିଲେ। (ଏହାର ଫଟୋ ପଠାଯାଇଛି)