ଦଶପଲ୍ଲା ୨୬/୫ : ପ୍ରକାଶ ପାଇଛି ଦଶମ ଶ୍ରେଣୀ ପରୀକ୍ଷା ଫଳ । ଏହି ପରୀକ୍ଷା ରେ ଦଶପଲ୍ଲା ବ୍ଲକ ଡିହଗାଁ ପଂଚାୟତ ଉଚ୍ଚବିଦ୍ୟାଳୟ ର ଛାତ୍ରୀ ସ୍ମୃତିଲିପ୍ସା ଦାସ ଦଶପଲ୍ଲା ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସ୍ମୃତିଲିପ୍ସା ସମୁଦାୟ ୬୦୦ ମାର୍କ ରୁ ୫୬୩ ମାର୍କ ରଖି ଏହି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଏହି ସଫଳତା ପାଇଁ ସେ ତାଙ୍କର ପିତାମାତା ଗୁରୁଜନ ଙ୍କୁ ଶ୍ରେୟ ଦେଇଥିବା ବେଳେ ଭବିଷ୍ୟତରେ ଭାରତୀୟ ପ୍ରଶାସନିକ ସେବା ରେ ଯୋଗ ଦେବାକୁ ଲକ୍ଷ ରଖିଛନ୍ତି । ସେହିପରି ଦଶପଲ୍ଲା ରାଧାମୋହନ ଜୀଉ ନୋଡାଲ ଉଛବିଦ୍ୟାଳୟ ର ଛାତ୍ରୀ ସ୍ମୃତି ପ୍ରଜ୍ଞା ବେହେରା ୫୪୭ ମାର୍କ ରଖି ଦଶପଲ୍ଲା ରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ସେହି ବିଦ୍ୟାଳୟ ର ଛାତ୍ର ଦିବ୍ୟଦତ୍ତ ସାହୁ ୫୪୬ ମାର୍କ ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଦଶମ ପରୀକ୍ଷା ରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଦଶପଲ୍ଲା ବ୍ଳକ ଶିକ୍ଷା ଅଧିକାରୀ ଭକ୍ତି ପ୍ରସାଦ ସଲ ଶୁଭେଚ୍ଛା ଜଣାଇ ଛନ୍ତି ।