ଦଶପଲ୍ଲା ୨୧/୫ : ଦଶପଲ୍ଲା ତାଲୁକ ଆଇନି ସେବା କମିଟି ପକ୍ଷରୁ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କିତ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ତାଲୁକ ଆଇନି ସେବା କମିଟି ଅଧ୍ୟକ୍ଷ ବିଚାରପତି ସୈମ୍ୟରଂଜନ ପୃଷ୍ଟି ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ଶିବିର ରେ ଆଇନିଜୀବି ଆଲୋକ ସେନାପତି ଓ ବିରେନ୍ଦ୍ର ନାଥ ନାୟକ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କରେ ବକ୍ତବ୍ୟ ରଖିବାକୁ ଯାଇ ନିଜେ ସଚେତନ ହେଲେ ବର୍ଯ୍ୟ ବସ୍ତୁ ହ୍ରାସ ପାଇବ ବୋଲି ମତବ୍ୟକ୍ତ କରିଥିବା ବେଳେ ଜନ ସଂଖ୍ୟା ବୃଦ୍ଧି ଓ ଲୋକମାନଙ୍କ ଦୈନ ଦିନରେ ପଲିଥିନ ଓ ଅନ୍ୟାନ୍ୟ ପ୍ଲାଷ୍ଟିକ ସାମଗ୍ରୀ ର ବ୍ୟବହାର ପାଇଁ ବର୍ଯ୍ୟ ବସ୍ତୁ ବଢ଼ିବାରେ ଲାଗିଛି । ପ୍ଲାଷ୍ଟିକ ର ବ୍ୟବହାର କମ କରିବା ପାଇଁ କଠୋର ଆଇନି ର ଆବଶ୍ୟକତା ରହିଛି ବୋଲି ମତ ବ୍ୟକ୍ତ କରିଥିଲେ । ଏପରିକି ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ଦ୍ୱାରା ଜଳ,ବାୟୁ ଓ ମୃତ୍ତିକା ଉପରେ ବହୁ ଖରାପ ପ୍ରଭାବ ପଡିବା ସହ ପ୍ରଦ୍ୟୁସଣ ବୃଦ୍ଧି ପାଉଛି ବୋଲି ମତ ବ୍ୟକ୍ତ କରିଥିଲେ । ଏଥିପାଇଁ ସଚେତନ ର ଆବଶ୍ୟକତା ରହିଛି ବୋଲି କହିଥିଲେ । ଏହି ଶିବିର ରେ ଦଶପଲ୍ଲା କୋର୍ଟ ର ଆଇନିଜୀବୀ, କୋର୍ଟକର୍ମଚାରୀ ଓ ଜନସାଧାରଣ ଉପସ୍ଥିତ ଥିଲେ ।