Odisha news

ରଥ କାଠ ଛେଦନ ପାଇଁ ପୂଜାର୍ଚ୍ଚନା ମା ବଡ଼ରାଉଳ ଙ୍କ ଆଶୀର୍ବାଦ ନେଲା ବନ ବିଭାଗ

0

ଦଶପଲ୍ଲା  : ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ସଂକୃତି,ପୂଜା ନୀତି ଓ ପରମ୍ପରା ଅନୁଯାୟୀ ମଙ୍ଗଳ ବାର ଦିନ ନୟାଗଡ ଜିଲ୍ଲା ଗଣିଆ ବ୍ଲକ ଛାମୁଣ୍ଡିଆ ପଂଚାୟତ ଠାରେ ଥିବା ମା ବଡ ରାଉଳ ଙ୍କ ପୀଠରେ ପୂଜାର୍ଚନା ଓ ହୋମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ସବୁ ବର୍ଷ ପରି ମହାପ୍ରଭୁ ଶ୍ରୀଜଗନ୍ନାଥ,ଶ୍ରୀ ବଳଭଦ୍ର ଓ ମା ସୁଭଦ୍ରା ଙ୍କ ରଥ ନିର୍ମାଣ ପାଇଁ ନୟାଗଡ ବନଖଣ୍ଡ ରୁ କାଠ ଯୋଗାଇ ଦିଆଯାଉଥିବା ବେଳେ ଚଳିତ ବର୍ଷ ବିଭିନ୍ନ କିସମ ର ୭୮୫ ଖଣ୍ଡ କାଠ ଗଣ୍ଡି ର ଆବଶ୍ୟକତା ରହିଛି। ଏହି କାଠ ଛେଦନ ପାଇଁ ମା ବଡରାଉଳ ଙ୍କ ପୀଠରେ ପୂଜାର୍ଚନା ଓ ହୋମଯଜ୍ଞ କରାଯାଇ ମା ଙ୍କ ଅନୁମତି ସହ ଆଶୀର୍ବାଦ ନେଇଛି ବନ ବିଭାଗ । ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଅନୁଯାୟୀ ମଙ୍ଗଳ ବାର ଦିନ ପୁରୀ ସ୍ଥିତ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ବିଭାଗ ର ଭାରପ୍ରାପ୍ତ ଅଧିକାରୀ ରବୀନ୍ଦ୍ର ନାଥ ଦାସ,ବରିଷ୍ଠ ରଥ ତତ୍ୱାବଧାରକ ସୁଦର୍ଶନ ମେକାପ,ରଥ କାଠ ଅମିନ ଲକ୍ଷ୍ମଣ ମହାପାତ୍ର,ଭୋଇ ସର୍ଦାର ରବି ଭୋଇ, ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ଆଜ୍ଞାମାଳ, ଖଣ୍ଡୁଆ ମହାପ୍ରସାଦ,ପାଟ ପତନୀ ଓ ମହାର୍ଦ୍ଧ ଧରି ଶ୍ରୀ ମନ୍ଦିର ରୁ ଆସି ନୟାଗଡ ଜିଲ୍ଲା ଛାମୁଣ୍ଡିଆ ପଂଚାୟତ ବେଠିଆ ସାହି ଠାରେ ଥିବା ଶ୍ରୀ ଦଧିବାମନ ଜୀଉ ଙ୍କ ମନ୍ଦିର ପ୍ରାଙ୍ଗଣରେ ପହଂଚି ଥିଲେ । ପରେ ଦଶପଲ୍ଲା ଓ ବୌଦ୍ଧ ରୁ ଆସିଥିବା ସଂକୀର୍ତ୍ତନ ମଣ୍ଡଳୀ ସହ ନୟାଗଡ ଜିଲ୍ଲା ବନଖଣ୍ଡ ଅଧିକାରିଣୀ କ୍ଷମା ଷଡଙ୍ଗୀ ,ଦଶପଲ୍ଲା ବନାଞ୍ଚଳ ଅଧିକାରୀ ଆଖିଳେସ ମଲ୍ଲିକ,ଗଣିଆ ବନାଞ୍ଚଳ ଅଧିକାରିଣୀ ସୋନାଲି ସିଓ ପ୍ରମୁଖ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଆଜ୍ଞାମାଳ, ଖଣ୍ଡୁଆ,ପାଟ ପତନୀ,ମହାର୍ଧ୍ୟ ,ଓ ମହାପ୍ରସାଦ ଧରି ଆସିଥିବା ୪ ଜଣ ପ୍ରତିନିଧିଙ୍କୁ ବଡ଼ରାଉଳ ଙ୍କ ପୀଠକୁ ପାଛୋଟି ନେଇଥିଲେ । ଆଧ୍ୟାତ୍ମିକ ପରିବେଶ ମଧ୍ୟ ରେ ମା ବଡରାଉଳ ଙ୍କୁ ଶ୍ରୀ ମନ୍ଦିର ରୁ ଆସିଥିବା ସମସ୍ତ ସାମଗ୍ରୀ ସମର୍ପଣ କରାଯିବା ସହ ହୋମ ଯଜ୍ଞ କରାଯାଇ ରଥ କାଠ ଛେଦନ ଅନୁକୂଳ ପାଇଁ ମା ବଡ଼ରାଉଳ ଙ୍କ ଆଶୀର୍ବାଦ ନେଇଥିଲା ବନ ବିଭାଗ । ଚଳିତ ବର୍ଷ ୭୮୫ ଖଣ୍ଡ ରଥ କାଠ ନୟାଗଡ ବନଖଣ୍ଡ ରୁ ପୁରୀ ପଠା ଯିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ଥିର ହୋଇଥିବା ବେଳେ ଏଥି ମଧ୍ୟରେ ୩୨୨ ଖଣ୍ଡ ଅସନ,୩୮୮ ଖଣ୍ଡ ଧଉରା,୭୨ ଖଣ୍ଡ ଫାଶୀ ଓ ୩ ଟି ସିମିଳି କାଠ ଗଣ୍ଡି ପଠାଯିବା ପାଇଁ ସ୍ଥିର ହୋଇଛି । ଏହି ସମସ୍ତ କାଠ ମଧ୍ୟରୁ ୩୬୩ ଖଣ୍ଡ କାଠ ରଥ ଖଳାକୁ ଓ ୪୨୨ ଖଣ୍ଡ ରଥକାଠ କଟକ ସ୍ଥିତ ଖପୁରିଆ କରତ କଳ କୁ ପଠାଯିବା ପାଇଁ ସ୍ଥିର ହେଇଛି। ଏହି ଉତ୍ସବ ରେ ବନ ବିଭାଗ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ

Leave A Reply