ଦଶପଲ୍ଲା୧/୩ : ଦଶପଲ୍ଲା ବ୍ଲକ ବାଣୀଗୋଛା ଥାନା ଅନ୍ତର୍ଗତ ଦୁର୍ଗାପ୍ରସାଦ ତଇଳାସାହି ଗ୍ରାମରେ ଏକ ପାରିବାରିକ ଗଣ୍ଡଗୋଳ ସହ ମାଡ଼ପିଟ ଜୋଙ୍ଗୁ ଜଣେ ମହିଳାଙ୍କ ମୃତ୍ୟୁ ଘଟଣା ରେ ପୋଲିସ ମହିଳା ଙ୍କ ସ୍ୱାମୀସହ ୩ ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ମାନେହେଲେ ମହିଳା ଙ୍କ ସ୍ୱାମୀ ଯୋଗେନ୍ଦ୍ର ବେହେରା,ସେହି ଗ୍ରାମର ବାସୁଦେବ ମଳିକ ଓ କିଶୋର ନାୟକ ବୋଲି ଜଣା ପଡ଼ିଛି । ସେମାନଙ୍କ ଜାମିନ ଆବେଦନ ନା-ମଞ୍ଜୁର ହେବାରୁ ସେମାନଙ୍କୁ ଦଶପଲ୍ଲା ସବ-ଜେଲ କୁ ପଠାଇ ଦିଆଯାଇଛି । ଘଟଣା ସମ୍ପର୍କ ରେ ବାଣୀଗୋଛା ଥାନା ରେ ହୋଇଥିବା ଅଭିଯୋଗ ରୁ ଜଣାଯାଏ, ୩୦ ବର୍ଷ ତଳେ ଯୋଗେନ୍ଦ୍ର କନ୍ଧମାଳ ଜିଲ୍ଲା ଖଜୁରିପଡା ମେକାନି ସାହି ର କୈକେଇ ବେହେରା ଙ୍କୁ ବିବାହ କରିଥିଲେ । ବିବାହ ପରେ ଉଭୟ ସ୍ବାମି-ସ୍ତ୍ରୀ ହୋଇ ରହିବା ସହ ତାଙ୍କ ଔରସ ରୁ ଦୁଇଟି ଝିଅ ଓ ଗୋଟିଏ ପୁଅ ଜନ୍ମ ନେଇଥିଲା । ଏବେ ସେମାନଙ୍କ ପୁଅ-ଝିଅ ସା ବାଳକ- ବାଳିକା ହୋଇଥିବା ବେଳେ ଗତ ସାତ ବର୍ଷ ତଳେ ଯୋଗେନ୍ଦ୍ର ଗାନ୍ଧାରୀ ବେହେରା ଙ୍କୁ ଦ୍ୱିତୀୟ ବିବାହ କରିଥିଲେ ।
ଏହା ପରେ କୈକେୟୀ ତାଙ୍କ ଦୁଇଝିଅ ଓ ଗୋଟିଏ ପୁଅ ଧରି ଅଲଗା ରହୁଥିଲେ । ଉଭୟ ଯୋଗେନ୍ଦ୍ର ଓ କୈକେଇ ମଧ୍ୟରେ ବିଭିନ୍ନ ସମୟ ରେ ଝଗଡା ସହ ଯୋଗେନ୍ଦ୍ର ମାଡ଼ପିଟ କରିଥାଏ । ଗତ ୨୩ ତାରିଖ ରାତିରେ କୈକେଇ ତାଙ୍କ ଝିଅ ଜେମା ସହ ଘରେ ଥିବା ବେଳେ ସେହି ଗ୍ରାମର ବାସୁଦେବ, କିଶୋର , ଯୋଗେନ୍ଦ୍ର ଓ ତାଙ୍କ ଦୂତୀୟ ସ୍ତ୍ରୀ ଗାନ୍ଧାରୀ ବେହେରା ଘରେ ପଶି କୈକେଇ ଙ୍କୁ ମାଡ଼ପିଟ କରିବା ସହ ଦୌଡିରେ ବାନ୍ଧି ଶରୀର ର ବିଭିନ୍ନ ସ୍ଥାନକୁ କାତିରେ ହାଣି କ୍ଷତାକ୍ତ କରିଥିଲେ। ଏହି ସମୟ ରେ ପାଖରେ ଥିବା ଝିଅ ଜେମା ଛଡା ଛାଡି କରିଥିଲେ ମଧ୍ୟ ସେମାନେ ଜେମା କୁ ମାରିଦେବାକୁ ଗୋଡ଼ାଇବାରୁ ସେ ଦଉଡି ପଳାଇ ଯାଇଥିଲା । କେହି ତାଙ୍କୁ ସାହାଯ୍ୟ କରିନଥିଲେ । ଏହା ପରେ ୨୪ ତାରିଖ ଦିନ ଜେମା ତାଙ୍କ ମା କୈକେଇ ଙ୍କୁ ବାଣୀଗୋଛା ସ୍ୱାସ୍ଥ୍ୟ କେନ୍ଦ୍ରକୁ କୁ ନେଇ ଚିକିଛା କରିବା ସହ ବାଣୀଗୋଛା ଥାନାରେ ଅଭିଯୋଗ କରିଥିଲେ । ମାତ୍ର ଅର୍ଥ ଅଭାବରୁ ଜେମା ତା ମାକୁ ତାର ମାମୁଁଘର କୁ ନେଇ ଯାଇଥିଲା । ସେଠାରେ କୈକେଇ ଦେହ ଅଧିକ ଖରାପ ହେବାରୁ ତାଙ୍କୁ ଫୁଲବାଣୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେବା ସମୟ ରେ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ବାଣୀଗୋଛା ଥାନାରେ ଜେମା ଅଭିଯୋଗ କରିଛି । ଏହି ଘଟଣା ରେ ପୋଲିସ ଏକ ହତ୍ୟା ମାମଲା ରୁଜୁକରି ସ୍ୱାମୀ ଯୋଗେନ୍ଦ୍ର, ବାସୁଦେବ ଓ କିଶୋର କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି