Odisha news

ମର୍ମନ୍ତୁଦ ଦୁର୍ଘଟଣା : ହାଇୱା ଧକ୍କାରେ ୨ ମୃତ ୩ ଗୁରୁତର ; ମୃତକଙ୍କ ପରିବାରକୁ କ୍ଷତିପୁରଣ ଦାବିରେ ରାସ୍ତାରୋକ

0

ଦାନଗଦୀ :  କଳିଙ୍ଗଗନଗର ଶିଳ୍ପାଚଂଳ ବିଜୁପଟ୍ଟନାୟକ ଛକ ମାନତୀରା ଛକ ନିକଟରେ ଆଜି ଅପରାହ ୍ନ୪ଟାରେ ଏକ ହାଇୱା ଗାଡି ସହ ୨ ଟି ବାଇକ ମଧ୍ୟରେ ଧକ୍କା ହେବା ଫଳରେ  ୨ ଜଣ ବାଇକ ଆରୋହିଙ୍କର ମୃତୁ୍ୟ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତ ବ୍ୟକ୍ତି ମାନେ ହେଲେ ଯଖପୁରା ଥାନା ରାବଣା ଗାଁର କଳାକାର ପତି(୩୫) ଓ ପଙ୍କପାଳ ଶାସନ ଗାଁର ଶିଶିର ବେହୁରା (୪୫) । ଆହତ ମାନେ ହେଲେ ଶିଶିରଙ୍କ ୧୫ ବର୍ଷର ପୁଅ ଏବଂ ୧୨ ବର୍ଷର ଝିଅ ଓ କଳାକାରଙ୍କ ଶଳା (ବାଇନ)୨୧ । ଦୁର୍ଘଟଣା ଖବର ପାଇ ସ୍ଥାନୀୟ ଅଂଚଳର ଶତାଧିକ ଲୋକେ ମୃତକଙ୍କ ପରିବାରକୁ କ୍ଷତିପୁରଣ ଦାବିକରି ମାଣତିରା ଛକ ନିକଟରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ ।

ପୋଲିସ ଘଟଣାସ୍ଥଳରେ ପହଁଚି ଉତ୍ୟକ୍ତ ଲୋକମାନଙ୍କୁ ବୁଝାଶୁଝା କରିବାପରେ ରାସ୍ତାରୋକ ହଟିଥିଲା । ମୃତଦେହକୁ ପୋଲିସ ବ୍ୟବଚ୍ଛେଦ ପାଇଁ ଦାନଗଦୀ ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛି  ।  ଅପର ପକ୍ଷେ ଦର୍ଘର୍ଟଣା ଘଟାଇଥିବା ହାଇୱା ଗାଡିକୁ ପୋଲିସ ଜବତ କରିଛି । ପ୍ରକାଶ ଥାଉକି ଆଜି କଳାକାର ଓ ତାଙ୍କ ଶଳା ଗୋଟିଏ ବାଇକରେ ରାବଣା ଛକରେ ବ୍ୟବସାୟ କରନ୍ତି । ଦୋକାନ ବନ୍ଦ କରି ନିଜ ବାଇକରେ ପଙ୍କପାଳ ଆଡକୁ ଯାଉଥିବାବେଳେ ଶିଶିର ନିଜର ଦୁଇ ପୁଅ ଓ ଝିଅକୁ ଅନ୍ୟଏକ ବାଇକରେ ବସାଇ ମଧ୍ୟ ସେଆଡକୁ ଯାଉଥିଲେ । ଏହି ସମୟରେ ଠିକ ରାବଣା ଛକ ନିକଟରେ ଏକ ୧୪ ଚକିଆ ହାଇୱା ଗାଡି ସହ ଧକ୍କା ହୋଇଥିଲା । ଖବର ପାଇ ସୁକିନ୍ଦା ବିଧାୟକ ଇଂ ପ୍ରିତିରଞନ ଘଡାଇ ଘଟଣାସ୍ଥଳରେ ପହଁଚି ମୃତଙ୍କ ପରିବାରକୁ ସମବେଦନା ଦେଇଛନ୍ତି ।

Leave A Reply