ଶୀତଋତୁରେ ଅନ୍ୟ ଋତୁ ତୁଳନାରେ ଆମକୁ କମ ଶୋଷ ଲାଗିଥାଏ l ଯେଉଁ କାରଣରୁ ଆମେମାନେ କମ ପାଣି ପିଇଥାଉ l ପାଣି କମ ପିଇବା ଦ୍ୱାରା ଶରୀରରେ ଡି ହାଇଡ୍ରେସନ ସମସ୍ୟା ଦେଖା ଦେଇଥାଏ l ଯାହାର ପ୍ରଭାବ ତ୍ୱଚା ଉପରେ ମଧ୍ୟ ପଡିଥାଏ l ଯଦି ଆପଣ ଶୀତଋତୁରେ କମ ପାଣି ପିଉଛନ୍ତି ତେବେ ପ୍ରତିଦିନ ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ ଗୋଟିଏ ଲେଖାଏଁ ପଇଡ଼ ପିଅନ୍ତୁ l ବର୍ତମାନ ଚାଲିଥିବା କରୋନା ସଂକ୍ରମଣ ସମୟରେ ପଇଡ ପାଣି ଆମ ଶରୀର ପାଇଁ ନିହାତି ଆବଶ୍ୟକ l
ପଇଡ ରେ ଆଣ୍ଟି ଅକ୍ସିଡେଣ୍ଟ ରହିଛି l ତେଣୁ ଏହାକୁ ପିଇବା ଦ୍ୱାରା ଆମ ଶରୀରରୁ ଅଧିକଂଶ ବିଷାକ୍ତ ପଦାର୍ଥ ବାହାରି ଯାଇ ଶରୀରକୁ ସୁସ୍ଥ ରଖିଥାଏ l କରୋନା ରୁ ରକ୍ଷା ପାଇବା ପାଇଁ ମଧ୍ୟ ପଇଡ ପାଣି ସାହାଯ୍ୟ କରିଥାଏ l
କଣ କହୁଛି ଗବେଷଣା –
* ପଇଡ଼ ପାଣି ପିଇବା ଦ୍ୱାରା ଆମର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ହୋଇଥାଏ l ଗୋଟିଏ ପଇଡ଼ ରେ ପାଖାପାଖି ୬୦୦ ମିଲିଗ୍ରାମ ପୋଟାସିୟମ ରହିଥାଏ l ବିଶେଷଜ୍ଞ ମାନଙ୍କ ମତରେ କରୋନା ପ୍ରଭାବ ନିକଟରୁ ଦୁରେଇ ରଖିବା ପାଇଁ ନିହାତି ପଇଡ଼ ପାଣି ନିୟମିତ ପିଇବା ଆବଶ୍ୟକ l କିନ୍ତୁ ଏହି ପାଣି ନର୍ମାଲ ଟେମ୍ପରେଚର ର ହୋଇଥିବା ଆବଶ୍ୟକ l
* ଯଦି ଆପଣ ଦିନକୁ ଗୋଟିଏ ରୁ ଦୁଇଟି ପଇଡ଼ ପିଇବେ ତେବେ ଏହା ଆପଣଙ୍କ ରକ୍ତଚାପ କୁ ନିୟନ୍ତ୍ରିତ କରିବ l ପଇଡ଼ ରେ ଭରପୁର ମାତ୍ରାରେ ପୋଟାସିୟମ ରହିଛି ଯାହା ରକ୍ତଚାପ କୁ ନର୍ମାଲ କରିଥାଏ l
* ପଇଡ଼ ପାଣିରେ କୋଲେଷ୍ଟ୍ରଲ ଓ ଟ୍ରାଇ ଗ୍ଲିସରାଇଡ ସ୍ତର ଖୁବ କମ ରହିଛି l ନିୟମିତ ଭାବରେ ଏହାକୁ ପିଇବା ଦ୍ୱାରା ବ୍ଳକେଜ ଓ ହାର୍ଟ ଆଟାକ ଠାରୁ ଦୁରେଇ ରହି ହୁଏ l
* କରୋନା ର ନୂଆ ଲକ୍ଷଣ ରେ ଝାଡା ବାନ୍ତି ସମସ୍ୟା ମଧ୍ୟ ରହିଥାଏ l ଏପରି ସ୍ଥିତି ରେ ଯଦି ଆପଣ ପଇଡ଼ ପିଇବେ ତେବେ ଆପଣଙ୍କୁ ଖୁବ ଆରାମ ମିଳିବ l ପଇଡ଼ ପାଣି ଦ୍ୱାରା ପେଟର ବିଭିନ୍ନ ସମସ୍ୟା ଠାରୁ ନିଜକୁ ଦୁରେଇ ରଖି ହୁଏ l ପଇଡ଼ ପାଣି ହଜମ ଶକ୍ତି ବୃଦ୍ଧି କରିଥାଏ l