Odisha news

ସମ୍ଭାବ୍ୟ ବାତ୍ୟା ନେଇ, ଅସ୍ତରଙ୍ଗ ଉପକୂଳ ହାଇ ଆଲଟ

0
ଅସ୍ତରଙ୍ଗ,, ଆଣ୍ଡାମାନ ନିକୋବର ଉପକୂଳ ରେ ସୃଷ୍ଟ ଲଘୁଚାପ, ଓଡିଶା ଉପକୂଳ ର ପୁରିଜିଲ୍ଲା ସମେତ,ଅନ୍ୟ ଯେ କୌଣସି ଜିଲ୍ଲାରେ ଲ୍ୟାଣ୍ଡ ଫଲ କରିବାର ସମ୍ଭାବନା ଥିବାରୁ, ଜିଲ୍ଲା ପ୍ରଶାସନ ର ନିର୍ଦେଶ କ୍ରମେ ସ୍ଥାନୀୟ, ତହସିଲ ଓ ବ୍ଲକ ପ୍ରଶାସନ ତରଫରୁ ସତର୍କ ସୂଚନା ଜାରିକରାଯାଇ ଅଛି । କୃଷି ବିଭାଗ ତରଫରୁ, ଚଳିତ ଋତୁର ରବି ଫସଲ ଶୀଘ୍ର ଅମଳ କରିବା ସହ ଅନ୍ୟାନ୍ୟ  ଆନୁଷଙ୍ଗିକ କାର୍ଯ୍ୟ ସାରିବା ପାଇଁ, ଡ଼ାକବାଜି ଯନ୍ତ୍ର ଦ୍ଵାରା ଲୋକନଙ୍କୁ ସଚେତନ ନିମନ୍ତେ,ଜଣାଇଦିଆଯାଇଥିଲା ବେଳେ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ  ତରଫରୁ ବି ସଂଭାବ୍ୟ ବାତ୍ୟା ନେଇ,ସତର୍କ ରହିବାପାଇଁ ଅସ୍ତରଙ୍ଗ ଉପକୂଳବର୍ତୀ  ଗ୍ରାମର ଜନତାମାନଙ୍କୁ ପରାମର୍ଶ ଦିଆଯାଇ ଅଛି ।
ବର୍ତ୍ତମାନ ସୁଧା ବାତ୍ୟା କେଉଁଠାରେ ଲ୍ୟାଣ୍ଡ ଫଲ କରିବ, ଅଦ୍ୟାବଧି ଆକଳନ କରାଯାଇ ପାରିନାହିଁ କି, ଅସ୍ତରଙ୍ଗ ଉପକୂଳରେ, ଦୁର୍ବିପାକ ସମ୍ବଧିୟ  ସୂଚନା ଦେବା ନିମନ୍ତେ  ବିପର୍ଯୟ  ପ୍ରଶମନ ବିଭାଗ ତରଫରୁ ଲାଗିଥିବା, ଟାୱାର ଦ୍ଵାରା କୌଣସି ଜରୁରୀ କାଳୀନ ସୂଚନା ମଧ୍ୟ ମିଳିପାରି ନାହିଁ । ଅପର ପକ୍ଷରେ,ଗୁରୁବାର ରାତି ଓ ଶୁକ୍ରବାର ସକାଳ ନ ଘଟିକା ପର୍ଯ୍ୟନ୍ତ ମେଘ ସହ ପବନ ବହିବା ଯୋଗୁଁ,ସାମ୍ଭାବ୍ୟ ବାତ୍ୟା ନେଇ ଉପକୂଳ ବାସୀ ଆତଙ୍ଗିତ ହୋଇ ପଡ଼ିଥିବା ଜଣାପଡିଅଛି ।
Leave A Reply