ପାରାଦୀପ : ବାତ୍ୟା ପାଇଁ ଜଗତସିଂହପୁର ଜିଲ୍ଲାରେ ୪୫ ଟି ବାତ୍ୟା ଆଶ୍ରୟସ୍ଥଳୀ ଓ ୨୨୫ ରୁ ଉର୍ଦ୍ଧ୍ବ ସ୍କୁଲ କୁ ପ୍ରସ୍ତୁତ କରାଯାଇଛି। ପାରାଦ୍ଵୀପ ରେ ୨୧ ଟି ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀ ରେ ଲୋକଙ୍କୁ ରଖିବା ପାଇଁ ପ୍ରସ୍ତୁତ କରାଯାଇଛି। ବାତ୍ୟା ଦାନା କୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପାରାଦୀପ ବନ୍ଦର ଅଧ୍ୟକ୍ଷ ଙ୍କ ଅଧ୍ୟକ୍ଷତାରେ ଆଜି ଘନ ଘନ ବୈଠକ ଅନୁଷ୍ଠିତ ହୋଇଯାଇଛି | ଆସନ୍ତା କାଲି ଦରକାର ପଡିଲେ ବନ୍ଦର ଅପରେଶନ ବନ୍ଦ କରାଯିବ ବୋଲି ଅଧ୍ୟକ୍ଷ ପ୍ରକାଶ କରିଛନ୍ତି | ବନ୍ଦର ପ୍ରଶାସନ ପ୍ରଯ୍ଯାପ୍ତ ପରିମାଣର ଶୁଖିଲା ଖାଦ୍ୟ ବ୍ୟବସ୍ତା କରିଥିବା ବେଳେ ଦରକାର ପଡିଲେ ରନ୍ଧା ଖାଦ୍ୟ ମଧ୍ଯ ପ୍ରସ୍ତୁତ କରାଯିବାକୁ ବ୍ୟବସ୍ତା କରାଯାଇଛି | ଜେନେରେଟର ତେଲ , ଓ ବନ୍ଦର କ୍ଵାଟର କୁ ମଧ୍ଯ ପ୍ରସ୍ତୁତ କରାଯାଇଛି | ବନ୍ଦର ସ୍ଵତନ୍ତ୍ର କଣ୍ଟୋଲ ରୁମ ଖୋଲିଥିବା ବେଳେ ଅଭିଜ୍ଞ କର୍ମଚାରୀ ମାନଙ୍କୁ ନେଇ ଏକ ସ୍ଵତନ୍ତ୍ର ଟିମ ମଧ୍ଯ ପ୍ରସ୍ତୁତ କରାଯାଇଛି | ଲ୍ୟାଣ୍ଡଫଲ ସମୟରେ ଆବଶ୍ୟକ ପଡିଲେ ସବୁ ଜାହାଜ ଗୁଡିକୁ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରୁ ଦୂର ସମୁଦ୍ର ମଧ୍ୟକୁ ହଟେଇ ଦିଆଯିବ ବୋଲି ଆଜି ବନ୍ଦର ଅଧ୍ୟକ୍ଷ ପିଏଲ ହରନାଦ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି | ଜଗତସିଂହପୁର ଜିଲ୍ଲାପାଳ ପାରାଦ୍ଵୀପ ମ୍ୟୁନିସିପାଲଟି ଓ କୁଜଙ୍ଗ ବ୍ଲକର ବିଭିନ୍ନ ଅଞ୍ଚଳ ବୁଲିବା ସହିତ ବାତ୍ୟା ଆଶ୍ରୟସ୍ଥଳୀ ର ସ୍ଥିତି ଅନୁଧ୍ୟାନ କରିଛନ୍ତି। ସମସ୍ତ ସ୍ଥାନରେ ଶୁଖିଲା ଖାଦ୍ୟ, ପାନୀୟ ଜଳ ମହଜୁଦ ରଖିବାକୁ ବ୍ୟବସ୍ଥା କରାଯାଇଛି ବୋଲି ମଧ୍ଯ ସେ କହିଛନ୍ତି | ଆସନ୍ତା କାଲି ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ ହେବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି। ତେବେ ଜିଲ୍ଲାରେ ଓଡ୍ରାଫ ଟିମ୍ ରହିଥିବା ବେଳେ ତିନୋଟି ଏନଡିଆର ଏଫ ଟିମ୍ ଆଜି ପହଞ୍ଚିବେ। ତଳିଆ ଅଞ୍ଚଳରେ ପାଣି ଜମିବାର ସମସ୍ୟା ଉପୁଜିବାର ସମ୍ଭାବନା ଥିବାରୁ ଜେସିବି, ଏକ୍ସାଭେଟର ପ୍ରସ୍ତୁତ କରାଯାଇଛି ଏବଂ ବିଭିନ୍ନ କେନାଲ କୁ ସଫା ରଖିବା ପାଇଁ ଜଳସମ୍ପଦ ବିଭାଗ କୁ ନିର୍ଦ୍ଦେଶ ଦିଆଯାଇଥିବା ସେ ପ୍ରକାଶ କରିଛନ୍ତି। ମୋଟାମୋଟି ବାତ୍ୟା ଦାନା ପାଇଁ ସମସ୍ତେ ପ୍ରାକ ପ୍ରସ୍ତୁତି ଚଳାଇଥିବା ବେଳେ ଜିଲ୍ଲାରେ କିଛି ବ୍ୟବସାୟୀ ଏବେ ବାତ୍ୟାର ସୁଯୋଗ ନେଇ ବିଭିନ୍ନ ସମାଗ୍ରୀର ଦରଦାମ ବୃଦ୍ଧି କରିବା ଦେଖିବାକୁ ମିଳିଛି | ପାରାଦୀପ ରେ ଆଳୁ ପଚାଶ ଟଙ୍କାରେ ବିକ୍ରି କରୁଛନ୍ତି ବୋଲି ଅଭିଯୋଗ ଆସିଛି |