Odisha news

କଟକ ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧିପାଇବା ଫଳରେ ଲକ୍ ଡାଉନ୍ ନିୟମକୁ କଡାକଡି କରିବା ପାଇଁ ଗ୍ରାମାଞ୍ଚଳ ଏସ୍.ପିଙ୍କ ନିଶ୍ଚିନ୍ତକୋଇଲି ଥାନା ଅଞ୍ଚଳ ତଦାରଖ

0

ନିଶ୍ଚିନ୍ତକୋଇଲି୨୦ା୭ : ସାରା ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ କଟକ ଜିଲ୍ଲା କରୋନା ହଟସ୍ପଭାବେ ପ୍ରଶାସନପକ୍ଷରୁ ଚିହ୍ନଟ ହୋଇଛି । ଗତ ୧୭ତାରିଖ ରାତ୍ର ୯ ଠାରୁ ଅପ୍ରେଲ୍ ୩୧ ରାତ୍ର ପର୍ଯ୍ୟନ୍ତ କଟକ ଜିଲ୍ଲାକୁ ଲକ୍ ଡାଉନ୍ ଘୋଷଣା କରାଯାଇଛି । ଏହି ପରିପ୍ରେକ୍ଷିରେ ଗତ ୧୮ତାରିଖ ସକାଳ ୬ଟା ଠାରୁ ନିଶ୍ଚିନ୍ତକୋଇଲି ଥାନା ଅଧିନସ୍ଥ କଟକ -ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତକୋଇଲି ବଜାର ଓ କଟିକଟା ବଜାର (ଅସୁରେଶ୍ୱର ଛକ) ଠାରେ ଥାନା ପକ୍ଷରୁ ପୋଲିସ୍ ଫୋର୍ସ ମୃତୟନ କରାଯାଇ ଏହି ଲକ୍ ଡାଉନ୍କୁ କଡାକଡି ଭାବେ ପାଳନ କରାଯାଉଛି । କଟିକଟା ବଜାର ଟି କେନ୍ଦ୍ରାପଡା ଓ କଟକ ଜିଲ୍ଲାର ସୀମାନ୍ତ ହୋଇଥିବାରୁ ଏହି ରାସ୍ତା ଦେଇ କେନ୍ଦ୍ରାପଡା, ଜଗତ୍ସିଂହପୁର ଜିଲ୍ଲାକୁ ଦୈନଦିନ ହଜାର ହଜାର ସଂଖ୍ୟାରେ ଜନସାଧାରଣ ଯାତ୍ରାୟତ କରିଥାନ୍ତି । ଏହି ସୀମାନ୍ତ ଛକଠାରେ ଗତ ୧୮ତାରିଖ ପ୍ରଥମ ଦିନରେ କଟକ ଜିଲ୍ଳା ଅତିରିକ୍ତ ଗ୍ରାମାଞ୍ଚଳ ଏସ.ପି ପ୍ରଦୁ୍ୟମ୍ନ କୁମାର ଜେନା, ଡି.ଏସ୍.ପି ରଂଜିତ୍ କୁମାର ପୃଷ୍ଟି, ନିଶ୍ଚିନ୍ତକୋଇଲି ଥାନା ଆଇ.ଆଇ.ସି ଶୁଭ୍ରାଂଶୁ ଶେଖର ପରିଡା ପ୍ରମୁଖ ଉପସ୍ଥିତ ରହି ସୀମାନ୍ତକୁ ସିଲ୍ କରିବା ସହ ଏହି ରାସ୍ତା ଦେଇ ଯାଉଥିବା ଗାଡିଚାଳକକୁ ଅଟକାଇ ପାସ୍, ଅଫିସ୍ ପରିଚ୍ର ପତ୍ର ତଦାରଖ କରିବା ସହ ଜରୁରୀ କାଳୀନ କାର୍ଯ୍ୟରେ ଯାଉଥିବା ଲେକମାନଙ୍କ ଠାରୁ ତାହାର ଉପଯୁକ୍ତ ପ୍ରମାଣ ପତ୍ର ତଦାରଖ କରୁଥିଲେ । ଯେଉଁମାନେ ମାନେ ଉପଯୁକ୍ତ ପ୍ରମାଣପତ୍ର ଦେଖାଇପାରୁନଥିଲେ ଏବଂ ମାସ୍କ ପିନ୍ଧିନଥିଲେ ସେମାନଙ୍କ ଠାରୁ କୋଭିଡ୍ ନିୟମ ଅନୁଯାୟୀ ଜୋରିମାନା ଆଦାୟ କରିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିଲେ ।

ଆଜି ଏହିକାର୍ଯ୍ୟକ୍ରମ ଚାଲୁଥିଲାବେଳେ ନିଶ୍ଚିନ୍ତକୋଲି ବଜାର ଓ କଟିକଟା ବଜାର ସୀମାନ୍ତ ଛକଠାରେ କଟକ ଗ୍ରାମାଞ୍ଚଳ ଏସ.ପି ପି. ଯୁଗଳ କିଶୋର ପହଞ୍ଚô ଲକ୍ ଡାଉନ୍ ନିୟମକୁ ଠିକ୍ଭାବେ ପାଳନ କରାଯାଉଛିକି ନାହିଁ ତାହା ତଦାରଖ କରିବା ସହ ସାଧାରଣ ଲୋକଙ୍କ ଧନଜୀବନକୁ ଦୃଷ୍ଟିରେ ରଖି ଏହି ନିୟମକୁ ଆହୁରି ଅଧିକ କଡାକଡି କରିବା ପାଇଁ ନିଦେ୍ର୍ଦଶ ଦେଇଥିଲେ ଓ କଟିକଟା ଛକ ଠାରେ ଦୀର୍ଘ ଏକଘଣ୍ଟା ପର୍ଯ୍ୟନ୍ତ ଉପସ୍ଥିତ ରହି ଏହି ରାସ୍ତାଦେଇ ଯାତାୟତ କରୁଥିବା ଗାଡି ମାନଙ୍କ ଠାରୁ ପ୍ରମାଣପତ୍ର ତଦାରଖ କରିଥିଲେ । ଏସ.ପି ପି ଯୁଗଳ କିଶୋରଙ୍କ ସହିତ ଅତିରିକ୍ତ ଏସ୍.ପି ପ୍ରଦୁ୍ୟମ୍ନ କୁମାର ଜେନା, ଏସ୍ଡିପିଓ ନିମାଇଁ ଚରଣ ସେଠୀ, ଡି.ଏସ୍.ପି ରଂଜିତ୍ ପୃଷ୍ଟି, ଆଇ.ଆଇ.ସି ଶୁଭ୍ରାଂଶୁ ଶେଖର ପରିଡା ଉପସ୍ଥିତ ରହି ତଦାରଖ କରିଥିଲେ । ଏହି ଅବସରରେ କଟକ ଜିଲ୍ଲା ଗ୍ରାମାଞ୍ଚଳ ନୂତନ ଏସ୍.ପି ଭାବେ ଗତ କିଛିଦିନ ତଳେ ଏସ.ପି ପି ଯୁଗଳ କିଶୋର ଯୋଗଦେଇଥିବାବେଳେ ପ୍ରଥମେ କଟିକଟା ବଜାର ଛକ ଠାରେ ପହଞ୍ଚô ଏହି ଲକ୍ଡାଉନ୍ ନିୟମକୁ ତଦାରଖ କରିବା କାର୍ଯ୍ୟକୁ କଟିକଟା ବଜାର ବ୍ୟବସାୟୀ ଓ କଟିକଟା ପଞ୍ଚାୟତର ଜନସାଧାରଣ ସ୍ୱାଗତ କରିଥିଲେ ।

Nalco
Leave A Reply