Odisha news

ଦି’ଗୋଡ଼ିଆ କୁମ୍ଭୀର

0

ଦକ୍ଷିଣ କୋରିଆର : ବୈଜ୍ଞାନିକମାନେ କହିଛନ୍ତି ୧୨ କୋଟି ବର୍ଷ ପୂର୍ବେ ଅଧା ଟନ୍‍ ଓଜନ ତଥା ପ୍ରାୟ ୧୩ ଫୁଟ ଉଚ୍ଚତାର ପ୍ରକାଣ୍ଡ କୁମ୍ଭୀର ଥିଲା । ଏହାର ଗୋଡ଼ ମଣିଷ ଭଳି ଲମ୍ବା । ଦକ୍ଷିଣ କୋରିଆର ସାଚୋନ୍‍ ସିଟି ନିକଟରେ ଖନନ ସମୟରେ ପ୍ରାୟ ୧୧୦ ଇଞ୍ଚର ପାଦଚିହ୍ନରୁ “ବତ୍ରାଚୋପସ୍‍ ଗ୍ରାଣ୍ଡିସ୍‍’ କୁମ୍ଭୀର ସମ୍ପର୍କରେ ସୂଚନା ମିଳିଛି । ଏହା ବର୍ତ୍ତମାନର କୁମ୍ଭୀରର ବିପରୀତ । ତାର ଯଦିଓ ୪ଟି ଗୋଡ଼ ଥିଲା, ସେ ପଛଗୋଡ଼ ଦୁଇଟି ସାହାଯ୍ୟରେ ଚଲାବୁଲା କରୁଥିଲା । ମଣିଷଙ୍କ ଭଳି ଗୋଡ଼କୁ ସିଧା ରଖି ଚାଲୁଥିଲା । ଏ କୁମ୍ଭୀର ଅଧିକାଂଶ ସମୟ ସ୍ଥଳଭାଗରେ ରହୁଥିଲା, କେବଳ ମାଛ ଓ ଅନ୍ୟ ଜଳଚର ପ୍ରାଣୀ ଶିକାର ପାଇଁ ପାଣିକୁ ଯାଉଥିଲା ।

Leave A Reply