Odisha news

ଆଶ୍ଚର୍ଯ୍ୟ ହେଲେବି ସତ : ସାକାହାରୀ କୁମ୍ଭୀର ଜଗିଛି ବିଷ୍ଣୁଙ୍କ ମନ୍ଦିର

0

ଆମ ଦେଶରେ ମନ୍ଦିର ଓ ତୀର୍ଥ ସ୍ଥଳରେ ଅନେକ ରହସ୍ୟ ରହିଛି l ଏହି ରହସ୍ୟ ଶ୍ରଦ୍ଧାଳୁ ମାନଙ୍କୁ ବେଳେବେଳେ ଆଶ୍ଚର୍ଯ୍ୟ କରି ଦେଇଥାଏ l କେରଳର କାସରଗେଡ଼ ଅଂଚଳରେ ଅନନ୍ତପୁର ନାମକ ମନ୍ଦିର ରହିଛି ,ଯେଉଁ ମନ୍ଦିରର ରକ୍ଷଣା ବ୍ୟଖ୍ୟାଣ ଦାୟିତ୍ୱରେ ଅନେକ ବର୍ଷରୁ ଗୋଟିଏ କୁମ୍ଭୀର ରହିଛି l କୁମ୍ଭୀରଟିର ନାମ ହେଉଛି ବେବୀୟl ଓ ତାକୁ ସମସ୍ତେ ମନ୍ଦିରର ପୂଜାରୀ ବୋଲି କହିଥାନ୍ତି l ମଙ୍ଗଳବାର ଦିନ ଏହି କୁମ୍ଭୀରଟି ଅଚାନକ ମନ୍ଦିରରେ ପ୍ରବେଶ କରି ଯାଇଥିଲା l ତାପରେ ପୂଜାରୀଙ୍କ କହିବା ଅନୁସାରେ କୁମ୍ଭୀରଟି ପଳାଇ ଯାଇଥିଲା l ବେବୀୟା ନାମକ ଏହି କୁମ୍ଭୀରଟି ଗୋଟିଏ ସାକାହାରୀ କୁମ୍ଭୀର ଅଟେ ଓ ଅନେକ ବର୍ଷରୁ ଏହି ମନ୍ଦିରର ପୋଖରୀରେ ରହିଛି l ବେଳେବେଳେ ବେବୀୟା ମନ୍ଦିର ଭିତରକୁ ବୁଲିବାକୁ ଆସିଥାଏ l କିନ୍ତୁ କାହାର କିଛି କ୍ଷତି କରେ ନାହିଁ l

ମନ୍ଦିରର ମୁଖ୍ୟ ପୂଜକ ଚନ୍ଦ୍ର ପ୍ରକାଶ କହିଛନ୍ତି ଯେ ଆଜି ପର୍ଯ୍ୟନ୍ତ ବେବୀୟାକୁ ସେ ମାଂସ ଏହାର କରିବା ଦେଖି ନାହାଁନ୍ତି l ଆଜି ପର୍ଯ୍ୟନ୍ତ କେହିବି ଜାଣି ନାହାନ୍ତି ଯେ ବେବୀୟା ମନ୍ଦିରର ପୋଖରୀ ଭିତରକୁ କିପରି ଆସିଲା ଓ ଏହି ବେବୀୟା ନାମ ତାକୁ କିଏ ଦେଇଛନ୍ତି l ସେଠାରେ ଥିବା ଲୋକମାନେ କହିଛନ୍ତି ଯେ ମନ୍ଦିରର ପୋଖରୀରେ କୁମ୍ଭୀରଟି ୭୦ ବର୍ଷରୁ ଅଧିକ ସମୟ ହେଲା ରାହଗୁଛି ,କିନ୍ତୁ ଆଜି ପର୍ଯ୍ୟନ୍ତ କାହାର କିଛି କ୍ଷତି କରି ନାହିଁ l ବେବୀୟାକୁ ଖାଦ୍ୟ ହିସାବରେ ମନ୍ଦିରର ପ୍ରସାଦ ଦିଆଯାଇଥାଏ l ସେ ମଧ୍ୟ ଏହାକୁ ଖୁସିରେ ଗ୍ରହଣ କରିଥାଏ l ପ୍ରତେକ ଶଦିନା ପୂଜା ସାରିବା ପରେ ମନ୍ଦିରର ପୂଜକ ତାକୁ ଡାକିଥାନ୍ତି ଏବଂ ସେ ପୋଖରୀ ଭିତରୁ ବାହାରକୁ ଆସିଥାଏ l

ମନ୍ଦିରର ଜଣେ ପୂଜକ କହିଛନ୍ତି ପୂଜାରୀ ଦିନକୁ ଦୁଇଥର ବେବୀୟାକୁ ପ୍ରସାଦ ସେବନ କରାଇଥାନ୍ତି l ପ୍ରତେକଥର ସେ ପ୍ରସାଦରେ ଭାତ ଖାଇଥାଏ l ପୂଜାରୀଙ୍କର ବେବୀୟା ସହିତ ଅଦ୍ଭୁତ ସମ୍ପର୍କ ରହିଛି l ବେବୀୟାକୁ ଏହି ପୂଜକଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତିଙ୍କୁ ପ୍ରସାଦ ଖୁଆଇବାର ଅନୁମତି ନାହିଁ l ମୁଖ୍ୟ ପୂଜକ ପୋଖରୀ କୂଳକୁ ଆସିବା ମାତ୍ରେ ବେବୀୟା ମଧ୍ୟ ସେଠାକୁ ଆସିଥାଏ ଏବଂ ପ୍ରସାଦ ଖାଇ ପଳାଇ ଯାଇଥାଏ l ଅନନ୍ତପୁରର ଏହି ମନ୍ଦିରରେ “ଅନନ୍ତ ପଦ୍ମ ନାଭା “ଙ୍କର ସ୍ଥାପନ କରାଯାଇଛି l ଯାହା ବିଷ୍ଣୁଙ୍କର ଗୋଟିଏ ବତାର ବୋଲି କୁହାଯାଏ l  

Leave A Reply