Odisha news

ପାକିସ୍ତାନରେ ଶୁଭିଲା ଟିମ୍ ଇଣ୍ଡିଆ ଜିନ୍ଦାବାଦ

0

ନୂଆଦିଲ୍ଲୀ : ଶେଷରେ ସେହି ସମୟ ଆସି ଯାଇଥିଲା, ଯାହାର କି ସମସ୍ତ ଭାରତୀୟ ଙ୍କୁ ଅପେକ୍ଷା ରହିଥିଲା l ଭାରତ ଟି-20 ବିଶ୍ୱ କପ ୨୦୨୪ ଫାଇନାଲ ରେ ଦକ୍ଷିଣ ଆଫ୍ରିକା କୁ ୭ ରନରେ ହରାଇ ବିଜୟ ମୁକୁଟ ଧାରଣ କରିଥିଲା l ଯେତେବେଳେ ହାର୍ଦ୍ଧିକ ପାଣ୍ଡିଆ ଟି-20 ବିଶ୍ୱ କପ ର ଶେଷ ବଲ ପକାଇଥିଲେ ସାରା ଭାରତୀୟ ଖୁସି ରେ ନାଚି ଉଠିଥିଲେ l ଭାରତ ଶେଷ ଥର ପାଇଁ ବିଶ୍ୱକପ ୨୦୧୧ ରେ ଜିତିଥିଲା ଏବଂ ଟି-20 ବିଶ୍ୱ କପ ୨୦୦୭ ରେ ଆମ ଭାରତୀୟ ଙ୍କୁ ମିଳିଥିଲା l ଏହାକୁ ଭାରତୀୟ ମାନେ ଖୁସିରେ ପାଳନ କରିବା ତ ସାଧାରଣ କଥା କିନ୍ତୁ ଭାରତର ପଡୋଶୀ ଦେଶ ପାକିସ୍ତାନ ରେ ମଧ୍ୟ ଏହି ବିଜ୍ଞ ଉତ୍ସବ ପାଳନ କରାଯାଇଥିଲା l

ହଁ ଆଜ୍ଞା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଥିଲେ ସୁଧା କଥାଟି ନିରାଟ ସତ୍ୟ l ବର୍ତମାନ ସୋସିଆଲ ମିଡିଆରେ ଭାରତୀୟ ଦଳର ବିଜୟ କୁ ନେଇ ଅନେକ ଭିଡିଓ ଭାଇରଲ ହେଉଛି , ସେହିଭଳି ଗୋଟିଏ ଭିଡିଓ ପାକିସ୍ତାନ ର ମଧ୍ୟ ଦେଖିବାକୁ ମିଳିଛି l ଜୁନ ୨୯ ତାରିଖ ଶନିବାର ଦିନ ଭାରତ ଟି-20 ବିଶ୍ୱକପ ଫାଇନାଲ ରେ ବିଜୟ ହାସଲ କରିବା ପରେ ପାକିସ୍ତାନ ରେ ଖୁସିର ମାହୋଲ ଦେଖିବାକୁ ମିଳିଥିଲା l ଭାରତୀୟ ଦଳର ବିଜୟ କୁ ଏଭଳି ପାକିସ୍ତାନ ବାସୀ ପାଳନ କରୁଛନ୍ତି ଯେଭଲିକି ଏହା ପାକିସ୍ତାନ ର ବିଜୟ l ଏବଂ ଏହା ମଧ୍ୟ ଏହି ଭିଡିଓ ରେ ଦେଖିବାକୁ ମିଳୁଛି ଯେ ପାକିସ୍ତାନ ଜନସାଧାରଣ ରୋହିତ ଶର୍ମା ଓ ବିରାଟ କୋହଲି ଙ୍କର ପ୍ରଶଂସକ ହୋଇ ଯାଇଛନ୍ତି l

ପାକିସ୍ତାନ ନାଗରିକ କହିଛନ୍ତି ବିଶ୍ୱକପ ପାକିସ୍ତାନ ନଆସିଲେ କଣ ହେଲା, ଏହା ଏସିଆ କୁ ତ ଆସିଛି l ଏହି ଭିଡିଓ ରେ ଦେଖିବାକୁ ମିଳିଥିଲା ଯେ ଭାରତୀୟ ଦଳର ବିଜୟ ପରେ ପାକିସ୍ତାନ ଜନସାଧାରଣ ବାଣ ଫୁଟାଇ ଭାରତୀୟ ଦଳ କୁ ସ୍ୱାଗତ କରୁଛନ୍ତି ଏବଂ ତା ସହିତ ଇଣ୍ଡିଆ ଜିନ୍ଦାବାଦ, ରୋହିତ ଶର୍ମା ଜିନ୍ଦାବାଦ ର ନାରା ମଧ୍ୟ ଦେଉଛନ୍ତି l

Leave A Reply