Odisha news

ଓସିଏ ଭିଜନ – ୨୦୨୪ ଜିଲ୍ଲାସ୍ତରୀୟ ଆନ୍ତଃ କ୍ଲବ କ୍ରିକେଟ୍ ଲିଗ୍ ଉଦ୍ୟାପିତ ଡିଆରକେ(ବି) ଚମ୍ପିୟାନ୍

0

ବାରିପଦା  : ବାରିପଦା ଷ୍ଟାଡିୟମ ପଡିଆରେ ଓଡିଶା କ୍ରିକେଟ୍ ଆସୋସିଏସନ ଓ ମୟୂରଭଞ୍ଜ ଏଥଲେଟିକ୍ ଆସୋସିଏସନର ମିଳିତ ସହଯୋଗରେ ଅନୁଷ୍ଠିତ ଓସିଏ ଭିଜନ-୨୦୨୪ ପରିପ୍ରେକ୍ଷୀରେ ଆୟୋଜିତ ଜିଲ୍ଲାସ୍ତରୀୟ ଆନ୍ତଃ କ୍ଲବ କ୍ରିକେଟ୍ ଲିଗ୍ର ଫାଇନାଲ୍ ମ୍ୟାଚରେ ଡିଆରକେ(ବି) ଦଳ ଡିଆରକେ(ଏ)କୁ ୬ ୱିକେଟ୍ରେ ପରାସ୍ତା କରି ଚମ୍ପିୟାନ୍ ହୋଇଛି । ପ୍ରଥମେ ବ୍ୟାଟିଂ କରି ଡିଆରକେ(ଏ) ୪୦ ଓଭରରେ ୯ ୱିକେଟ୍ ହରାଇ ୨୧୩ ରନ୍ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ଅବିନାଶ ଖଣ୍ଡେଲୱାଲ ୭୯ ରନ୍ ଓ ଶୁଭମ ଶ୍ରୀଚନ୍ଦନ ମହାନ୍ତି ୭୭ ରନ୍ କରିଥିବାବେଳେ ବିପକ୍ଷ ଦଳର ଦିବ୍ୟରଞ୍ଜନ ଦାସ ୩ଟି ୱିକେଟ୍ ଅକ୍ତିଆର କରିଥିଲେ ।

ଉତ୍ତରରେ ଡିଆରକେ(ବି) ୨୦.୨ ଓଭରରେ ୪ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲେ । ଦଳ ପକ୍ଷରୁ ଉପେନ୍ଦ୍ର ନାୟକ ୭୫ ରନ୍, ଭାରସ୍ନେୟ ବିନାୟକ ଦାସ(ଡବ୍ଲୁ୍ୟ) ୫୪ ରନ୍, ସଞ୍ଜୟ ସିଂହ ୩୫ ଓ ସୌମ୍ୟ ରଞ୍ଜନ ମହାନ୍ତ ୩୪ ରନ୍ କରିଥିବାବେଳେ ବିପକ୍ଷ ଦଳର ମେରି ଲୋକନାଥ ୨ଟି ୱିକେଟ୍ ଅକ୍ତିଆର କରିଥିଲେ । ଉପେନ୍ଦ୍ର ନାୟକ ମ୍ୟାନ୍ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି । ଆଜିର ଖେଳକୁ ଦିଲ୍ଲୀପ ଦାସ ଓ ଅମିତାଭ ପଟ୍ଟନାୟକ ପରିଚାଳନା କରିଥିବାବେଳେ ସମ୍ବିତ ମହାରଣା ସ୍କୋରିଙ୍ଗରେ ସହାୟତା କରିଥିଲେ ଏବଂ ସଞ୍ଜୟ କୁମାର ଅଗ୍ରୱାଲ ଓ ସ୍ୱରୂପ କୁମାର ଦାସ ଆଜିର ମ୍ୟାଚକୁ ଉଦ୍ଘାଟନ କରିଥିଲେ ।

ଶ୍ରେଷ୍ଠ ବୋଲର ଭାବେ ସୁବ୍ରତ କୁମାର ସିଂହ, ବ୍ୟାଟ୍ସମ୍ୟାନ୍ ଭାବେ ଅଭିଜ୍ଞାନ ମହାନ୍ତି ଓ ଦିବ୍ୟରଞ୍ଜନ ଦାସ ମ୍ୟାନ୍ ଅଫ୍ ଦି ସିରିଜ ଭାବେ ପୁରସ୍କୃତ ହୋଇଥିଲେ । ଏହି ଅବସରରେ ପୂର୍ବତନ କ୍ରିକେଟ୍ ଖେଳାଳୀ ଶରତ ଚନ୍ଦ୍ର ମିଶ୍ର, ଅରୁଣ ଚନ୍ଦ୍ର ମହାନ୍ତି, କିଶୋର ସିହ୍ନା, ପ୍ରଶାନ୍ତ କୁମାର ପଟ୍ଟନାୟକ, ପ୍ରଭାସ ଚନ୍ଦ୍ର ଘଡେଇ, ସନ୍ତୋଷ କୁମାର ଓତା, ସଞ୍ଜୟ କୁମାର ମାଇତି ସମେତ ୧୧ଜଣଙ୍କୁ ସମ୍ମାନିତ କରାଯାଇଥିଲା ।

ମୁଖ୍ୟଅତିଥି ଭାବେ ଯୋଗଦେଇ ମହାରାଜା ଶ୍ରୀରାମ ଚନ୍ଦ୍ରଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟର କୁଳପତି ଡଃ କିଶୋର କୁମାର ବସା ପୁରସ୍କାର ବିତରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆସୋସିଏସନର ଉପସଭାପତି ବିବେକାନନ୍ଦ ପଟ୍ଟନାୟକ, ମନୋଜ କୁମାର ସାଓ, ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, କୋଷାଧ୍ୟକ୍ଷ ଅମିତାଭ ପଟ୍ଟନାୟକ, କ୍ରିକେଟ୍ ସହସମ୍ପାଦକ ପ୍ରସନ୍ନଜିତ୍ ମହାନ୍ତି ତଥା ସହସମ୍ପାଦକ ଅଶୋକ କୁମାର ପଟ୍ଟନାୟକ, ବୈଦ୍ୟନାଥ ରଥ, ଅମର ସେଠୀ, ରବିନ୍ଦ୍ର ମହାନ୍ତ ଓ ଅମ୍ବିକା ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ସୋମନାଥ ସିଂହ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ କ୍ରିକେଟ୍ ସହ ସମ୍ପାଦକ ହର ପ୍ରସାଦ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply