ଆଳି : ୨୪/୦୨/୨୨ କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ଆଳି ବ୍ଲକ ର ଗୋବିନ୍ଦପୁର ମେଡିକାଲ ପଡ଼ିଆ ରେ ଚାଲିଥିବା ବିଦ୍ୟାଧର ମଲ୍ଲିକ ମେମୋରିଆଲ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଗୁରୁବାର ଦିନ ଉଦ୍ଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚରେ ଥାନପତି ଫାଇଟର ଏକାଦଶକୁ ହରାଇ ଚନ୍ଦ୍ରଶେଖର ସୁପର ଷ୍ଟ୍ରାଇକର ଦଳ ଚାମ୍ପିୟନ ହୋଇଛି । ଥାନପତି ଫାଇଟର ଦଳ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୯ ଉଇକେଟ ହରାଇ ୭୭ ରନ କରିଥିଲା। ଜବାବରେ ଚନ୍ଦ୍ରଶେଖର ସୁପର ଷ୍ଟ୍ରାଇକର ଏକାଦଶ ୩ ଉଇକେଟ ହରାଇ ୮୦ ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ବିକାଶ ମ୍ୟାନ ଅଫ ଦି ମ୍ୟାଚ ଏବଂ ମନରଞ୍ଜନ ସାମଲ ମ୍ୟାନ ଅଫ ଦି ସିରିଜ ବିବେଚିତ ହୋଇଥିଲେ। ଥାନପତି ଦଳର ମନରଞ୍ଜନ ସାମଲ ସୁପର ଷ୍ଟ୍ରାଇକର ଭାବେ ପୁରସ୍କୃତ କରାଯାଇଥିଲା। ଖେଳ ପରିଚାଳନା କରିଥିଲେ ସ୍ମୃତି ରଞ୍ଜନ ରାଉତ ଓ ସଞ୍ଜୟ ଥାଟୋଇ । ଉଦ୍ଯାପନୀ ସମାରୋହରେ ସରପଞ୍ଚ ପଦ୍ମାଳୟା ଧଳ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଜେତା ଚନ୍ଦ୍ରଶେଖର ସୁପର ଷ୍ଟ୍ରାଇକର ଓ ଉପବିଜେତା ଥାନପତିଫାଇଟର ଦଳକୁ ଟ୍ରଫି ଦେଇ ପୁରସ୍କୃତ କରିଥିଲେ। କ୍ଲବର ଉପଦେଷ୍ଟା ପ୍ରଦୀପ କୁମାର ସାମଲ ଅତିଥି ପରିଚୟ ସହ ଧନ୍ୟବାଦ ଦେଇଥିଲେ।