ଓଡ଼ିଶାରେ କ୍ରିକେଟ ଫିବରକୁ ନେଇ ସଜେଇ ହୋଇଛି ବାରବାଟୀ , ଡିସେମ୍ବର ୯ ତାରିଖ କମ୍ପିବ ବାରବାଟୀ ଷ୍ଟାଡିୟମ , ମୁକାବିଲା ହେବ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ, ଅନେକ ଦିନ ପରେ ଖେଳାଯିବ ଓଡିଶା ମାଟିରେ ଅନ୍ତର୍ଜାତୀୟ ମ୍ୟାଚ , ଖେଳ ପ୍ରେମୀଙ୍କ ଅପେକ୍ଷା ରହିଛି ବିରାଟ-ରୋହିତ ଙ୍କ ଅନୁପସ୍ଥିତି ରେ ଖେଳ ର ସ୍ଥିତି l
ଆସନ୍ତା କାଲି ଡିସେମ୍ବର ୯ ତାରିଖରେ କଟକ ର ବାରବାଟୀ ଷ୍ଟାଡିୟମ ରେ ଭାରତ-ଦକ୍ଷିଣ ଆଫ୍ରିକା ମୁକାବିଲା ହେବାକୁ ଯାଉଛି, ଯାହାକି ସବୁଥର ଭଳି ଚଳିତ ଥର ମଧ୍ୟ ରହିବ ରୋମାଞ୍ଚକ, ଏହି ମ୍ୟାଚ କୁ କ୍ରିକେଟ ପ୍ରେମୀ ବେସ ଉତ୍ସାହିତ ରହିଛନ୍ତି, ଆଉ ଗୋଟିଏ ଖବର ହେଲା ଏହି ମ୍ୟାଚ ରେ ଦର୍ଶକ ନିଜର ପ୍ରିୟ ଖେଳାଳି ବିରାଟ-କୋହଲି ଙ୍କ ଚିତାକର୍ଷକ ବ୍ୟାଟିଂ କୁ ଦେଖି ପାରିବେ ନାହିଁ l କିନ୍ତୁ ଦର୍ଶକ ଆଶା ରଖିଛନ୍ତି ଯେ ଅଭିଷେକ ଶର୍ମା ଙ୍କ ଧୂଆଁଧାର ବ୍ୟାଟିଂ ଦେଖିବାକୁ ମିଳିବ l
ବିଶେଷ ଭାବରେ କିଙ୍ଗ କୋହଲି ଓ ହିଟ ମ୍ୟାନ ରୋହିତ ଙ୍କ ଅନୁପସ୍ଥିତିରେ ମ୍ୟାଚ କିପରି ରହିବ ତାହା ରହିଛି ସଭିଙ୍କ ଅପେକ୍ଷା l ଆଜି ଦର୍ଶକ ପ୍ରାକ୍ଟିସ ମ୍ୟାଚ ମଧ୍ୟ ଦେଖିଥିଲେ l ଏବଂ ଆସନ୍ତା କାଲିର ଖେଳ ଦେଖିବା ପାଇଁ ଦର୍ଶକ ଙ୍କ ଅପେକ୍ଷା ରହିଛି l ବର୍ତମାନ ସୁଧା ବିରାଟ-ରୋହିତ ବେସ ଭଲ ଫର୍ମ ରେ ଅଛନ୍ତି , ତଥାପି ୨୦୨୭ କ୍ରିକେଟ ବିଶ୍ୱକପ ରେ ଖେଳି ପାରିବେ କି ନାହିଁ ତାହା ମଧ୍ୟ ପ୍ରଶ୍ନ ବାଚୀ ସୃଷ୍ଟି କରିଛି l
ଏକଦିବସୀୟ କ୍ରିକେଟ ରେ କୋହଲି ଙ୍କର ସର୍ବାଧିକ ସ୍କୋର ୨୦୧୨ ରେ ୧୮୩ ରନ ଏସିଆ କପରେ ପାକିସ୍ଥାନ ବିପକ୍ଷରେ ହୋଇଥିଲା l ଯାହା ଆଜି ମଧ୍ୟ କ୍ରିକେଟ ପ୍ରେମୀଙ୍କ ମନରେ ରହିଛି ଉଷ୍ମ ଉତ୍ତାପ ହୋଇ l
