Odisha news

କରୋନା ପଜିଟିଭ୍ ହୋଇ ଡାକ୍ତରଖାନା ରେ ଭର୍ତିହେଲେ ଦମ୍ପତି , ସରକାର ଶୁଣାଇଲେ ଏହିଭଳି ଦଣ୍ଡ

ନୂଆଦିଲ୍ଲୀ : ବିଶ୍ୱରେ କରୋନା ଏଭଳି ବ୍ୟପିଲାଜେ ଲକ୍ଷ ଲକ୍ଷ ପରିବାର ପ୍ରଭାବିତ ହେଲେ । କିଏ ଏଇ ମହାମାରୀ ରେ ଅନାଥ ହେଲା ତ ଆଉ କିଏ ନିଜ ପ୍ରିୟଜନ ଙ୍କୁ ହରାଇଲେ । ବର୍ତ୍ତମାନ୍ ମଧ୍ୟ ପ୍ରାୟ ସମସ୍ତ ଦେଶ ଏହି ମହାମାରୀ କବଳରୁ ନିଜ ଦେଶକୁ ରକ୍ଷା କରିବା ପାଇଁ ଲାଗି ପଡିଛନ୍ତି । ଭାରତ ସମେତ ଅଧିକାଂଶ ଦେଶରେ ଏହି ମହାମାରୀ କୁ ଲଗାମ ଲଗାଇବା ପାଇଁ ଟିକା କରଣ ଓ ଟେଷ୍ଟିଂ କରାଯାଉଛି ।
ଭିଏତନାମ ମଧ୍ୟ ଭାରତ ଭଳି କରୋନା କୁ ନେଇ ସଚେତନ ଓ ଟେଷ୍ଟିଂ ସହିତ ଟିକା କରଣ କରାଉଚି ଓ ସଂକ୍ରମଣ କୁ ଆଗକୁ ବଢ଼ିବାରେ ପଦକ୍ଷେପ ନେଉଛି । ଏଠାରେ ଫମ୍ ହିଂ ନାମକ ଜଣେ ବ୍ୟକ୍ତି କରୋନା ପଜିଟିଭ୍ ହେବା ପରେ ସଂଗରୋଧ ରେ ଡାକ୍ତର ଖାନାରେ ରହିଲେ , କିନ୍ତୁ ତାଙ୍କ ପତ୍ନୀ ମଧ୍ୟ କରୋନା ପଜିଟିଭ୍ ହୋଇ ଡାକ୍ତରଖାନା ରେ ଭର୍ତି ହେଲେ । ଉଭୟ ଡାକ୍ତରଖାନା ରେ ଭର୍ତ୍ତି ହେବା ପରେ ସ୍ଥାନୀୟ ସରକାର ଯେଉଁ ପଦକ୍ଷେପ ନେଲେ ତାହା ଚର୍ଚ୍ଚାର ବିଷୟ ହୋଇଛି ।
ଘଟଣାଟି ଏହିପରି ତାଙ୍କ ଘରେ ୧୨ ଟି କୁକୁର ଥିଲେ ଓ ସେମାନେ ସେହି କୁକୁର ମାନଙ୍କୁ ନିଜ ସନ୍ତାନ ମାନଙ୍କ ଭଳି ଲାଳନ ପାଳନ କରୁଥିଲେ । ଯେତେବେଳେ ସ୍ବାମୀ ସ୍ତ୍ରୀ କରୋନା ସଂକ୍ରମିତ ହେଲେ କୁକୁର ଗୁଡ଼ିକୁ ମଧ୍ୟ ଆଇଶୋଲେସନ୍ ସେଣ୍ଟର୍ ପଠାଇ ଦିଆଗଲା । କିନ୍ତୁ ଏହାପରେ ସରକାର ସଂକ୍ରମଣ ବ୍ୟାପିବା ଭୟରେ ସେହି ୧୨ଟି କୁକୁରଙ୍କୁ ପୋଡ଼ି ମାରିଦେଲେ । କିନ୍ତୁ କୁକୁର ମାନେ କରୋନା ସଂକ୍ରମିତ ହେବାର କୌଣସି ତଥ୍ୟ ନଥିଲା । ଉଭୟ ଦମ୍ପତି ଏହି ଘଟଣାକୁ ନେଇ କୋର୍ଟ ର ଦ୍ବାରସ୍ଥ ହୋଇଛନ୍ତି । ଦମ୍ପତି କହିଛନ୍ତି କୁକୁର ମାନଙ୍କର କରୋନା ପରୀକ୍ଷା ନହୋଇ ଏପରି କାର୍ଯ୍ୟ କରିବା ନିନ୍ଦନୀୟ ।
Govt

Comments are closed.