Odisha news

ସନ୍ତାନ ମାନଙ୍କର ଏହି ୭ଟି ପରିବର୍ତ୍ତନ ଭୁଲ୍ ରାସ୍ତାରେ ଯିବାର ସଂକେତ , ଦେଖୁ ଦେଖୁ ହୋଇ ଯାଆନ୍ତୁ ସତର୍କ

ସବୁ ମା ବାପା ନିଜ ସନ୍ତାନ ମାନଙ୍କୁ ସଚେତନ । ସେମାନେ ନିଜ ପିଲା ମାନଙ୍କ ଭବିଷ୍ୟତ କୁ ନେଇ ସବୁବେଳେ ଚିନ୍ତା କରନ୍ତି ଓ ସନ୍ତାନ କିପରି ଠିକ୍ ବାଟରେ ଯିବ ସେଥି ପାଇଁ ସମସ୍ତ ପ୍ରୟାସ କରି ଥାଆନ୍ତି । କିନ୍ତୁ ପିଲା ମାନଙ୍କ ମଧ୍ୟରେ କିଛି ଏପରି ପରିବର୍ତ୍ତନ ଆସିଥାଏ ଯାହା ସେମାନଙ୍କୁ ଖରାପ୍ ବାଟରେ ନେଇ ଯାଇଥାଏ । ସେହି ପରିବର୍ତ୍ତନ ଗୁଡ଼ିକୁ ସବୁବେଳେ ଅଭିଭାବକ ଅଣଦେଖା କରିବା ଉଚିତ୍ ନୁହେଁ । ତେଣୁ ସବୁବେଳେ ନିଜ ସନ୍ତାନ ମାନଙ୍କ ଜୀବନରେ କିଛିଟା ପରିବର୍ତ୍ତନ କୁ ଅଭିଭାବକ ଧ୍ୟାନ ଦେବା ଆବଶ୍ୟକ ।
* ମୁଡ ସ୍ୱିଂ – ବଢିବା ବୟସରେ ହର୍ମନ୍ କାରଣରୁ ପିଲା ମାନଙ୍କ ର ମୁଡ଼ ସ୍ଵିଂ ହେବା ଗୋଟିଏ ସାଧାରଣ କଥା । କିନ୍ତୁ ଅଚାନକ ଭାବରେ ଯଦି ଆପଣ ଙ୍କ ପିଲା ଦୁଃଖିତ ରହି ଚୁପ୍ ଚାପ୍ ରୁହେ ତେବେ ଧ୍ୟାନ ଦେବା ଆବଶ୍ୟକ । ଏହି ସମୟରେ ପିଲା ସହିତ ବନ୍ଧୁତ୍ୱ ପୂର୍ଣ୍ଣ ଭାବରେ ମିଶି କାରଣ ଜାଣିବା ଆବଶ୍ୟକ ।
* ମେଳପି ନହେବା  – କିଛି ପିଲା ଥାଆନ୍ତି ଯେଉଁମାନେ ସମସ୍ତଙ୍କ ସହିତ ଠିକ୍ ଭାବରେ ମିଶି ପାରି ନଥାଆନ୍ତି କିମ୍ବା କୌଣସି କାର୍ଯ୍ୟରେ ଇଚ୍ଛା ପ୍ରକାଶ କରି ନଥାଆନ୍ତି । ଏଭଳି ସ୍ଥିତି ରେ ପିଲାର ନିକଟତର ହେବା ଆବଶ୍ୟକ ।
* ଜିନିଷ ଲୁଚାଇବା – ଯଦି ଆପଣ ଙ୍କ ପିଲା କୌଣସି ଜିନିଷ ଲୁଚଉଚି କି କାର୍ଯ୍ୟକୁ ଲୁଚାଉଚି ତେବେ ଏହା ଚିନ୍ତା ର କାରଣ ଅଟେ । ତେଣୁ ନିଜ ପିଲାକୁ ନଜର ରେ ରଖନ୍ତୁ ଏବଂ ତାକୁ ବିଶେଷ ଭାବରେ ଆକଟ କରନ୍ତୁ ।
* ପାଠ ପଢାରେ ମନ ନଦେବା – ଯଦି ଆପଣ ଙ୍କ ପିଲା ପାଠ ପଢ଼ାରେ ମନ ନଦେଇ ଅନ୍ୟ ବାଟରେ ନିଜ ମୁଣ୍ଡ ପୁରାଇ ଥାଏ ତେବେ ସେଥି ପ୍ରତି ଧ୍ୟାନ ଦେବା ଆବଶ୍ୟକ । ପିଲା ଅନ୍ୟମନସ୍କ ହେବା ମଧ୍ୟ ଠିକ୍ ନୁହେଁ । ଯଦି ଏପରି ହେଉଛି ତେବେ ଧ୍ୟାନ ଦେବା ଆବଶ୍ୟକ ।
* ସାଙ୍ଗ ପରିବର୍ତ୍ତନ କରିବା – ପିଲା ମାନେ ସାଙ୍ଗ ତିଆରି କରିବା ଭଲ କଥା । କିନ୍ତୁ ଅଚାନକ ଭାବରେ ବାରମ୍ବାର ସାଙ୍ଗ ପରିବର୍ତ୍ତନ କରିବା ମଧ୍ୟ ଠିକ୍ ନୁହେଁ । ତେଣୁ ସେଥିପ୍ରତି ବିଶେଷ ଧ୍ୟାନ ରଖନ୍ତୁ ।
* ବ୍ୟକ୍ତିତ୍ଵ ରେ ପରିବର୍ତନ – ସବୁବେଳେ ବୟସ ଅନୁସାରେ ପିଲାମାନେ ନିଜ ବ୍ୟକ୍ତିତ୍ଵ ରେ ପରିବର୍ତନ କରି ଥାଆନ୍ତି । ତେଣୁ ବିଶେଷ କରି ନିଜ ଯୁବା ବୟସରେ ପିଲା ମାନଙ୍କ ର ପରିବର୍ତ୍ତନ କୁ ବିଶେଷ ଧ୍ୟାନ ଦେବା ଆବଶ୍ୟକ । ଏହି ସମୟରେ ପିଲାମାନେ ଖୁବ୍ ଦୃତ ଗତିରେ ପରିବର୍ତ୍ତନ ହୋଇ ଥାଆନ୍ତି ।
* ବ୍ୟବହାର ରେ ପରିବର୍ତ୍ତନ – ବିଶେଷ ଭାବରେ ପିଲା ମାନଙ୍କ ର ବ୍ୟବହାର କୋମଳ ଅଟେ । ଯଦି ଆପଣ ସେମାନଙ୍କ ବ୍ୟବହାରରେ ବିଶେଷ ପରିବର୍ତ୍ତନ ଦେଖୁଛନ୍ତି ତେବେ ସେଥିପ୍ରତି ଧ୍ୟାନ ଦିଅନ୍ତୁ ।
Govt

Comments are closed.