Odisha news

ନୂଆପଡା ଜିଲ୍ଲାରେ ୨୩ ଜଣ ନୂତନ କୋଭିଡ ପୋଜିଟିଭ ଚିହ୍ନଟ : ସ୍ବାସ୍ଥ୍ୟ ବିଭାଗର  ତତ୍ପରତା

 ନୂଆପଡା : ନୂଆପଡା ଜିଲ୍ଲା ରେ ଆଜି ୨୩ ଜଣ ନୂତନନୂ କୋଭିଡ ପୋଜିତିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ   ସର୍ବାଧିକ କୋମନା ରେ ୧୦ ଜଣ, ଖଡ଼ିଆଳ ରେ ୭ ଜଣ, ବୋଡେ଼ନ ରେ  ୧ ଜଣ ସିନାପାଲି ରେ ୨ ଜଣ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ  ୨ ଜଣ ଏବଂ ଖରିଆର ରୋଡ଼ ରେ ୧ ଜଣ କୋଭିଡ ପୋଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା କୋଭିଡ ଅଧିକାରି ଡ଼ା. ଗୋପାଳ ଚନ୍ଦ୍ର ମଲ୍ଲିକ ପ୍ରକାଶ କରିଛନ୍ତି। ସାମାଜିକ ଦୂରତା, ମୁହଁରେ ମାସ୍କ ବ୍ୟବହାର , ବାରମ୍ବାର ହାତ ଧୋଇବା  ନିତାନ୍ତ ଜରୁରୀ ଅଟେ।
 ଗତ କାଲି  ସିନାପାଲି ବ୍ଲକ ଗୋଡାଲ ପଞ୍ଚାୟତ  ବ୍ରାହ୍ମଣପଡା ଠାରେ   ଗୋଟିଏ ଦିନରେ ୨୯ ଜଣ ପୋଜିଟିଭ ଚିହ୍ନଟ ପରେ ସ୍ବାସ୍ଥ୍ୟ ବିଭାଗ  ତତ୍ପରତା ଦେଖାଇଛି.. ଗାଁ ରେ ଡାକ୍ତରି ଦଳ ପହଂଚି ସମସ୍ତଙ୍କୁ ଆଣ୍ଟିଜେନ ଟେଷ୍ଟ କରିଥିବା ବେଳେ ଗାଁ କୁ ବ୍ଲକ ପ୍ରସାସନ ସିଲ କରି ରଖିଛି ପ୍ରଶାସନ ବ୍ରାହ୍ମଣପଡା ଗାଁ ରେ ହେଉଥିବା ସାପ୍ତାହିକ ବଜାର କୁ ବନ୍ଦ କରାଯାଇଥିବା ବେଳେ୫୦ ଜଣଙ୍କୁ ନେଇବାହାଘର ଅନୁମତି ଦିଆଯାଇଛି ।  ନୂଆପଡା ଜିଲ୍ଲାର ସିନାପାଲି ବ୍ଲକ ପଡୋଶୀରାଜ୍ୟ  ଛତିଶଗଡ କୁ ସଂଲଗ୍ନ କରୁଛି ତେଣୁ ଗାଁ ଲୋକେ ଯାତାୟାତ କରୁଥିବାରୁ ଏଭଳି ସଂକ୍ରମଣର ଶିକାର  ହୋଇଥିବା ଅନୁମାନ କରାଯାଇଛି। ଆଜି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସିନାପାଲି ଠାରେ ଏଣ୍ଟିଯେନ ପରୀକ୍ଷା ପ୍ରକ୍ରିୟା ଚାଲିଛି  ।
Nalco

Comments are closed.