Odisha news

କରୋନାଭାଇରସ୍ କୋଭିଡ୍-୧୯ ବିଦାୟ ନ ନେଇ ଏଚ୍‌ଆଇଭି ସଂକ୍ରମଣ ଭଳି ଗୋଟିଏ ଭୂତାଣୁ ହୋଇ ରହିପାରେ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଏକ୍ଜିକ୍ୟୁଟିଭ୍ ଡିରେକ୍ଟର୍ ମାଇକେଲ୍ ଜେ ରିୟାନ୍ କହିଛନ୍ତି

0

ନୂଆଦିଲ୍ଲୀ: କରୋନାଭାଇରସ୍ କୋଭିଡ୍-୧୯ ବିଦାୟ ନ ନେଇ ଏଚ୍‌ଆଇଭି ସଂକ୍ରମଣ ଭଳି ଗୋଟିଏ ଭୂତାଣୁ ହୋଇ ରହିପାରେ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଏକ୍ଜିକ୍ୟୁଟିଭ୍ ଡିରେକ୍ଟର୍ ମାଇକେଲ୍ ଜେ ରିୟାନ୍ କହିଛନ୍ତି।

ଡକ୍ଟର୍ ରିୟାନ୍ କହିଛନ୍ତି, ମାନବ ସମ୍ପ୍ରଦାୟରେ ଏହି ଭୂତାଣୁ ଅନ୍ୟ ‌ଏକ ଘାତକ ଭୂତାଣୁ ହୋଇପାରେ। ଏ ଭୂତାଣୁ କଦାପି ବିଦାୟ ମଧ୍ୟ ନ ନେଇ ପାରେ। ଏଚ୍‌ଆଇଭି ବିଦାୟ ନେଇନାହିଁ

ମୁଁ ଏ ଦୁଇଟି ରୋଗକୁ ତୁଳନା କରୁନାହିଁ, କିନ୍ତୁ ମୋର ମନେହୁଏ ଆମେ ବାସ୍ତବବାଦୀ ହେବା। ମୋର ମନେହେଉ ନାହିଁ ଏ ରୋଗ କେବେ ଉଭେଇ ଯିବ କି, ନ ଯିବ ତାହା କେହି ଆଗତୁରା କହିପାରିବେ ବୋଲି

ଟିକା ପ୍ରସଙ୍ଗରେ ଡକ୍ଟର୍ ରିୟାନ୍ କହିଲେ ଯେ ଆମେ ଏହି ଭାଇରସ୍ର ମୂଳୋତ୍ପାଟନ କରିପାରନ୍ତି। କିନ୍ତୁ, ସେ ଭଳି ଟିକା ମିଳିବା ହେଲା କଥା। ସେ ଟିକା ପୁଣି ଫଳପ୍ରଦ ହେବା ଦରକାର । ସ‌ମସ୍ତଙ୍କୁ ସେ ଟିକା ମିଳିବାର ବ୍ୟବସ୍ଥା କରିବା ଦରକାର। ପୁଣି ଆମେ ସମସ୍ତେ ସେ ଟିକା ନେଲେ ଯାଇ ଯାହା କିଛି ହୋଇପାରିବ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଅଧିକାରୀମାନେ କହିଛନ୍ତି ଯେ ପ୍ରତିଦିନ ନୂଆ ସଂକ୍ରମଣ ସଂଖ୍ୟା ବଢୁଥିବା ବେଳେ କରୋନାଭାଇରସ୍ ଲକ୍‌ଡାଉନ୍ କୋହଳ କଲେ ଭୂତାଣୁ ସଂକ୍ରମଣ ବ୍ୟାପକ ହେବ। ପୁଣି ଥରେ ଲକ୍‌ଡାଉନ୍ ଘୋଷଣା କରିବାକୁ ସରକାରମାନେ ବାଧ୍ୟ ହେବେ।

 

Govt
Leave A Reply