Odisha news

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱ ପୁର୍ଣ ରାୟ : ଅଦାଲତର ‘ଅବମାନନା କ୍ଷମତା’କୁ କେହି ଛଡ଼ାଇ ପାରିବେ ନାହିଁ , ସଂସଦରେ ଆଇନ ପାସ୍ ହେଲେ ମଧ୍ୟ ଅଦାଲତର ଏହି କ୍ଷମତା ବଳବତ୍ତର ରହିବ

ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟ ଆଜି ଏକ ଶୁଣାଣିରେ କହିଛନ୍ତି ଯେ କୋର୍ଟଙ୍କ ପାୱାର ଅଫ୍ କଣ୍ଟେମ୍ପ୍ଟକୁ (ଅବମାନନା କ୍ଷମତା)କୁ କୌଣସି ସ୍ଥିତିରେ ବି କାଢ଼ି ନିଆଯାଇପାରିବ ନାହିଁ। ଏପରି କି ସଂସଦରେ ଆଇନ ପାସ୍ ହେଲେ ମଧ୍ୟ ଅଦାଲତର ଏହି କ୍ଷମତା ବଳବତ୍ତର ରହିବ। କୋର୍ଟ ଏକ ଏନ୍‌ଜିଓର ଅଧ୍ୟକ୍ଷଙ୍କୁ ଏକ ମାମଲାରେ ଦୋଷୀ ସାବ୍ୟସ୍ତ କରି ୨୫ ଲକ୍ଷ ଟଙ୍କା ଜରିମାନା କରିଥିଲେ। କିନ୍ତୁ ସେ ଜରିମାନା ପ୍ରଦାନ ନ କରି କୋର୍ଟ ଆଦେଶକୁ ଅବମାନନା କରିଛନ୍ତି। ଏ ପ୍ରକାର ଅଭ୍ୟାସକୁ ପ୍ରଶ୍ରୟ ଦିଆଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି।

ଜଷ୍ଟିସ୍ ସଂଜୟ କିଷନ କୌଲ ଓ ଏମ୍‌ଏମ୍‌ ସୁନ୍ଦରେଶଙ୍କ ଖଣ୍ଡପୀଠ କହିଲେ ଯେ, ଏନ୍‌ଜିଓ ସୂରଜ ଇଣ୍ଡିଆ ଟ୍ରଷ୍ଟର ଅଧ୍ୟକ୍ଷ ରାଜୀବ ଦହିୟା କୋର୍ଟ, ପ୍ରଶାସନିକ କର୍ମଚାରୀ ଏବଂ ରାଜ୍ୟ ସରକାରଙ୍କ ସମେତ ସମସ୍ତଙ୍କ ଉପରେ କାଦୁଅ ଫୋପାଡ଼ି ଆସିଛନ୍ତି। କୋର୍ଟ ଅବମାନନାକାରୀଙ୍କୁ ଦଣ୍ଡିତ କରିବା ହେଉଛି କୋର୍ଟଙ୍କ ସାମ୍ବିଧାନିକ କ୍ଷମତା। ଏହାକୁ କେହି କାଢ଼ିନେଇ ପାରିବେ ନାହିଁ, ଏପରି କି ସଂସଦରେ ଆଇନ ପାସ୍ କରାଇବା ମାଧ୍ୟମରେ ବି ଏହା ହୋଇପାରିବ ନାହିଁ ବୋଲି ଖଣ୍ଡପୀଠ କହିଥିଲେ। ସର୍ବୋଚ୍ଚ ଅଦାଲତ ସୂରଜ ଟ୍ରଷ୍ଟ୍‌ ଅଧ୍ୟକ୍ଷଙ୍କୁ ଏକ ନୋଟିସ୍ କରି ତାଙ୍କୁ ଅକ୍ଟୋବର ୭ରେ ଦଣ୍ଡ ଶୁଣାଣି ସମୟରେ ଉପସ୍ଥିତ ରହିବାକୁ ଆଦେଶ ଦେଇଛନ୍ତି। ଦହିୟା କୋର୍ଟଙ୍କୁ କହିଥିଲେ ଯେ, ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କ ଉପରେ ଯେଉଁ ଜରିମାନା ଧାର୍ଯ୍ୟ କରିଛନ୍ତି, ତାହା ଦେବା ପାଇଁ ତାଙ୍କ ପାଖରେ ସମ୍ବଳ ନାହିଁ। ଏଣୁ ଏହାକୁ ଛାଡ଼ କରିବା ପାଇଁ ସେ ରାଷ୍ଟ୍ରପତିଙ୍କ ଦୟାପ୍ରାର୍ଥୀ ହେବେ।

Nalco

Comments are closed.