Odisha news

କନ୍ଧମାଳ ଜିଲ୍ଲାରେ ଆଜି ୨୬ ନୁଆ କରୋନା ସଂକ୍ରମିତ ଚିହ୍ନଟ : ମୋଟ ସଂକ୍ରମିତ ୬,୨୪୪

0

ଫୁଲବାଣୀ(Santosh Mishra) : କନ୍ଧମାଳ ଜିଲ୍ଲାରେ ପୁଣି ୨୬ ଜଣ ନୁଆଁ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଗତ ଶୁକ୍ରବାର ଦିନ ପୁଣି ଆଉ ୨୬ ଜଣ ନୁଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ନେଇ ଜିଲ୍ଲା ପ୍ରଶାସନ ସୂତ୍ରରୁ ଜଣାପଡିଛି । ଏହି ସଂକ୍ରମିତ ମାନଙ୍କୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬,୨୪୪ ରେ ପହଂଚିଛି । ମୋଟ ସଂକ୍ରମିଙ୍କ ମଧ୍ୟରୁ ୬,୦୦୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଜିଲ୍ଲାରେ କୋଭିଡ ସଂକ୍ରମଣ ଜନିତ ମୃତୁ୍ୟ ସଂଖ୍ୟା ୩୫ରେ ରହିଛି । ତେବେ ଆଜିର ଚିହ୍ନଟ ମାନଙ୍କ ମଧ୍ୟରୁ ଫୁଲବାଣୀ ସହରାଂଚଳର ୫ଜଣ ଗ୍ରାମାଂଚଳର ଜଣେ ଏବଂ ଜିଲ୍ଲାର ୨ଜଣ ଭୁବନେଶ୍ୱରରେ ଚିହ୍ନଟ ହୋଇଛନ୍ତି ଏହିମାନଙ୍କୁ ମିଶାଇ ଫୁଲବାଣୀର ମୋଟ ୮ ଜଣ ଚିହ୍ନଟ ରହିଥିବାବେଳେ ବାଲିଗୁଡା ବିଜ୍ଞାପିତ ଅଂଚଳର ୬ ଜଣ,ଚକାପାଦ,ଘୁ.ଉଦୟଗିରି,କ.ନୁଆଗାଁ ଏବଂ କୋଟଗଡ ଅଂଚଳର ୨ଜଣ ଲେଖାଏଁ ରହିଥିବାବେଳେ ଟିକାବାଲିର ୩ ଜଣ ଏବଂ ଖଜୁରିପଡା ଅଂଚଳର ଜଣେ ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ଜିଲ୍ଲା ପ୍ରଶାସନ ସୂତ୍ରରୁ ଜଣାପଡିଛି ।

 

Leave A Reply