Odisha news

ଏ ମହାମାରୀର ଅନ୍ତ ହେବ କେବେ?

0

ହିମାଂଶୁ ଶେଖର ଆଚାର୍ଯ୍ୟ : ଡିସେମ୍ବର ଶେଷ ସପ୍ତାହରେ ଚୀନ୍ର ଉହାନ ସହରରେ କିଛି ଫ୍ଲୁ ପରି ରୋଗ ଆରମ୍ଭ ହୋଇଥିଲା । ଉହାନ୍ ସହରରେ ମାତ୍ର କେତେଜଣଙ୍କ ନିକଟରେ ଥଣ୍ଡା, ସର୍ଦି, କାଶ, ଓ ନିମୋନିଆ ଭଳି ରୋଗର ଲକ୍ଷଣ ଦେଖାଯିବା ଓ ଭଲ ନହେବାର ଭୟାବହ ପରିଣତି କରୋନା ବୋଲି ଉଦ୍ଭାବନ କରାଗଲା ।ଏହା ମଣିଷକୁ ସହଜ ଭାବରେ ଆକ୍ରମଣ କରେ ଓ ଏହାର ଲକ୍ଷଣ ଏତେ ମାରାତ୍ମକ ନହେଲେ ମଧ୍ୟ ଜୀବନ ନେବାକୁ ଏହି ଭାଇରସ୍ ବେଶି ସମୟ ନିଏ ନାହିଁ ।ଏହା ଅତି ଦ୍ରୁତ ଗତିରେ ଜଣଙ୍କ ଠାରୁ ଅନ୍ୟ ଜଣକୁ ବ୍ୟାପିଥାଏ । ଶ୍ୱାସ ପ୍ରଶ୍ୱାସରେ ବ୍ୟତିକ୍ରମ ଦେଖାଇ ହଠାତ୍ ମୃତୁ୍ୟ ମୁଖରେ ପକାଇଥାଏ । ଉହାନ୍ ସହରରେ ରୋଗ ବ୍ୟାପିବା ଓ ମୃତୁ୍ୟ ସଂଖ୍ୟା ବୃଦ୍ଧି ହେବା ଫଳରେ ଅନେକ ଲୋକ ସହର ଛାଡି ଚାଲିଯାଇଥିଲେ ।

ଏହି ଲୋକ ମାନେ ରୋଗ ବ୍ୟାପିବାର ମୂଳକାରଣ ହୋଇଗଲେ ଓ ରୋଗ ବାହକ ହୋଇ ବିଭିନ୍ନ ଦେଶକୁ ପଳାୟନ କରିଥିବାରୁ ବିଭିନ୍ନ ସ୍ଥାନରେ ମଧ୍ୟ କରୋନା ଅକ୍ରାନ୍ତ ଲୋକଙ୍କୁ ଦେଖିବାକୁ ମିଳିଥିଲା ।ଏହି ଭୂତାଣୁ ସଂକ୍ରମଣ ୨୦୧୯ରେ ଆରମ୍ଭ ହୋଇଥିବାରୁ ଏହାକୁ କରୋନା ଭାଇରସ୍ ଡିଜିଜ୍-୧୯ (କୋଭିଡ-୧୯) କୁହାଯାଉଛି । କରୋନା ଭୂତାଣୁ ସଂକ୍ରମଣ ଦିକୁ ଦିନ ଅଧିକ ଘାତକ ହେଉଥିବା ଦେଖି ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ଏହାକୁ ୧୧.୦୩.୨୦୨୦ରେ ବିଶ୍ୱ ମହାମାରୀ ବୋଲି ଘୋଷଣା କରିଥିଲା । ସେତେବେଳକୁ ୧୧୪ ଦେଶର ପ୍ରାୟ ୧,୨୬,୧୪୦ ସଂକ୍ରମିତ ହୋଇସାରିଥିଲେ ଓ ୪,୬୦୦ରୁ ଅଧିକ ପ୍ରାଣ ହରାଇସାରିଥିଲେ । ସମ୍ପ୍ରତ୍ତି ଏହାର ୬ମାସ ପରେ ଏହି ପାନ୍ଡେମିକ୍ର ଘନଘଟା ଭିତରେ ଶ୍ୱାସରୁଦ୍ଧ ହୋଇ ପଡିଥିବା ବିଶ୍ୱରେ ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ ଏ ମହାମାରୀର ଅନ୍ତ କେବେ?

ଏବେ କରୋନା ସଂକ୍ରମଣରେ ବିଶ୍ୱର ସ୍ଥିତି ଅତ୍ୟନ୍ତ ଉଦ୍ବେଗଜନକ ହୋଇପଡିଛି । ପ୍ରତ୍ୟେକ ରାଷ୍ଟ୍ରରେ କରୋନା ପଜେଟିଭ୍ ଓ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛୀ । ସମଗ୍ର ବିଶ୍ୱରେ ଅଦ୍ୟାବଧି ୯,୭୨,୩୨୭ ସଂଖ୍ୟକ ରୋଗୀ କରୋନା ପ୍ରଭାବରେ ଆସି ଚିକିସôାଧିନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଏଭଳି ଦୁଖଦ ଘଟଣା ବିଶ୍ୱ ଇତିହାସରେ କୈାଣସି ଯୁଦ୍ଧରେ ବା କୈାଣସି ପ୍ରାକୃତିକ ବିପର୍ଯ୍ୟୟରେ ଘଟିନଥିଲା । କରାନାର ଏଭଳି ବିଭୀଷିକା ପ୍ରଥମ ଘଟଣା ଭାବେ ଗ୍ରହଣ କରାଯାଉଛି ।

ଏହା ବ୍ୟତୀତ ବିଶ୍ୱରେ ୩କୋଟିରୁ ଉଦ୍ଧ୍ୱର୍ ଲୋକ ଆକ୍ରାନ୍ତ ହୋଇ ଜୀବନ ସହିତ ସଂର୍ଘଷ କରୁଛନ୍ତି । ଏପରିକି ଯୁକ୍ତରାଷ୍ଟ୍ର ଆମେରିକା ଭଳି ଅତ୍ୟାଧୁନିକ ଓ ବିକଶିତ ଦେଶ ମଧ୍ୟ କରୋନାକୁ ପ୍ରତିହତ କରିବାରେ ବିଫଳ ହୋଇଛି । ଆମେରିକାରେ ପାଖାପାଖି ୨ଲକ୍ଷ ଲୋକଙ୍କ କରୋନା ରୋଗରେ ଜୀବନ ଗଲାଣି ଏବଂ ୬୭ଲକ୍ଷ ୬୪ହଜାର ଲୋକ କରୋନା ପଜେଟିଭ୍ରେ ଚିହ୍ନଟ ହୋଇଛନ୍ତି । ବ୍ରାଜିଲର ସ୍ଥିତି ମଧ୍ୟ ଆମେରିକା ପରେ ମୃତକଙ୍କ ସଂଖ୍ୟା ଦୃଷ୍ଟିରୁ ସାଙ୍ଘାତିକ ହୋଇପଡିଛି । ତେବେ ଆକ୍ରାନ୍ତ ତାଲିକାରେ ଆମେରିକା ପରେ ଭାରତ ଯୋଡିହୋଇଯାଇଛି ।
ଭାରତରେ ଦୈନିକ ମାମଲା ବିଶ୍ୱରେ ସବୁଠାରୁ ଅଧିକା ରହିଛି ।

ସେପ୍ଟେମ୍ବର ମାସରେ ଭାରତରେ ସର୍ବାଧିକ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ସପ୍ତାହେ ହେବ ଦେଶରେ ୧.୯୭ପ୍ରତିଶତ ହାରରେ ମାମଲା ବୃଦ୍ଧି ହେଉଛି । ଆମେରିକାରେ ମାତ୍ର ୦.୬ ପ୍ରତିଶତ ହାରରେ ମାମଲା ବଢୁଛି । ଯଦି ଏହି ଧାରା ଆଗକୁ ଜାରି ରୁହେ ତେବେ ଅକ୍ଟୋବର ୬ ସୁଦ୍ଧା ଭାରତ ସଂକ୍ରମିତ ଦେଶ ତାଲିକାର ଶୀର୍ଷରେ ପହଞ୍ଚିସାରିଥିବ ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି । କିନ୍ତୁ ଜନସଂଖ୍ୟା ଆଧାରରେ ଦେଶରେ ପଜେଟିଭ୍ ହାର ଯଥେଷ୍ଟ କମ୍ ରହିଛି । ଆମେରିକାରେ ପ୍ରତି ଦଶ ଲକ୍ଷ ଲୋକରେ ୨୦,୦୩୦ ଜଣ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ବ୍ରାଜିଲ୍ରେ ପ୍ରତି ଦଶ ଲକ୍ଷ ଲୋକରେ ୨୦,୭୯୦ ଜଣ ସଂକ୍ରମିତ ଚିହ୍ନଟ ହେଉଛନ୍ତି । କିନ୍ତୁ ଭାରତରେ ପ୍ରତି ଦଶ ଲକ୍ଷ ଲୋକରେ ମାତ୍ର ୩,୬୩୮ ପଜେଟିଭ୍ ମାମଲା ସାମ୍ନାକୁ ଆସୁଛି । ଆମ ପାଇଁ ଆଶ୍ୱସ୍ତିକର ବିଷୟ ଏହି କି ଯେ, ବିଶ୍ୱର ଅନ୍ୟାନ୍ୟ ସର୍ବାଧିକ ସଂକ୍ରମିତ ଦେଶ ତୁଳନାରେ ଭାରତର ମୃତୁ୍ୟ ହାର ତୁଳନାତ୍ମକ ଭାବେ କମ୍ ରହିଛି । ଆମ ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢିଚାଲିଛି ।

ଅଦ୍ୟାବଧି ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୫,୬୨,୬୬୩କୁ ବୃଦ୍ଧି ପାଇଥିବା ବେଳେ ସମୁଦାୟ କରୋନା ମୃତକଙ୍କ ସଂଖ୍ୟା ୮୮,୯୩୫ କୁ ବୃଦ୍ଧି ପାଇଛି । ବାସ୍ତବିକ ଦେଶରେ କରୋନାର ସ୍ଥିତି ଅତ୍ୟନ୍ତ ମାରାତ୍ମକ ରୂପ ଧାରଣ କରିଛି । ସେହିପରି ରାଜ୍ୟରେ ଗୋଟିଏ ଦିନରେ ୪,୧୮୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୮୮,୩୧୧କୁ ବୃଦ୍ଧି ପାଇଛି । ଇତିମଧ୍ୟରେ ରାଜ୍ୟରେ ମୋଟ କରୋନା ମୃତୁ୍ୟ ସଂଖ୍ୟା ୭୨୧ କୁ ବୃଦ୍ଧି ପାଇଛି ।

କରୋନାକୁ ନେଇ ଯେଉଁ ମହାମାରୀର ରୂପ ଦେଖାଦେଇଛି ଆଜି ତାହା ନୂଆ ନୁହେଁ । ବିଶ୍ୱ ଇତିହାସରେ ଅନେକ ସମୟରେ ଅନେକ ଦେଶ ଏମିତି ମହାମାରୀର ସାମ୍ନା କରିଛନ୍ତି ଓ ହଜାର ହଜାର ଲୋକବି ମୃତୁ୍ୟ ବରଣ କରିଛନ୍ତି । କିନ୍ତୁ ବିଜ୍ଞାନ ଜ୍ଞାନକୈାଶଳ ଓ ଡାକ୍ତରୀ ବିଦ୍ୟାର ଉନ୍ନତି ଫଳରେ କିଛି ମହାମାରୀ ବ୍ୟାଧିକୁ ମଣିଷ ରୋକିବାରେ ସକ୍ଷମ ହୋଇପାରିଛି ସତ କିନ୍ତୁ କିଛି ନୂଆ ପ୍ରକାର ବ୍ୟାଧିକୁ ଆପଣାର ମଧ୍ୟ କରିଛି । ବିଶେଷ କରି ଭାଇରସ୍ ଜନିତ ମୃତୁ୍ୟବି ବିଶ୍ୱ ପାଇଁ ନୂଆ ନୁହେଁ । ଏହା ପୂର୍ବରୁ ସ୍ପାନିସ୍ ଫ୍ଲୁ, ଆନ୍ଥ୍ରାକ୍ସ, ସ୍ୱାଇନ ଫ୍ଲୁ, ବାର୍ଡ ଫ୍ଲୁ ଭଳି ଭାଇରସ୍ ମଧ୍ୟ ଅନେକ ଲୋକଙ୍କ ଜୀବନ ନେଇସାରିଛି । ତଥାପି ଆମ ବିଶେଷଜ୍ଞ ଓ ଡାକ୍ତର ମାନେ ଏହାର ପ୍ରତିଷେଧକ ବାହାର କରିଛନ୍ତି । ମହାମାରୀ କରୋନା କ୍ଷେତ୍ରରେ ମଧ୍ୟ ସେମାନେ ସଫଳ ହେବେ ଏ ବିଶ୍ୱାସ ବିଶ୍ୱବାସୀଙ୍କର ଅଛି ।

କରୋନା ଭୂତାଣୁ ସଂକ୍ରମଣ ଦିକୁ ଦିନ ଅଧିକ ଘାତକ ହେଉଥିବାରୁ ବିଶ୍ୱ ବାସୀଙ୍କ ନଜର କେବଳ ଟୀକା ଉପରେ ରହିଛି । ଟୀକା ହିଁ ସଂଞ୍ଜିବନୀ ସାଜି କରୋନା କବଳରୁ ଉଦ୍ଧାର କରିପାରିବ ବୋଲି ସେମାନେ ଭାବୁଛନ୍ତି । ଗତ ଅଗଷ୍ଟ ୧୧ ତାରିଖରେ ରୁଷିଆ ପ୍ରଥମ କରୋନା ଟୀକା ପ୍ରସ୍ତୁତ କରିଛି । ସେହିପରି ଆମେରିକା ଓ ବ୍ରିଟେନ୍ ସମେତ ୧୦୦ରୁ ଉଦ୍ଧ୍ୱର୍ ଦେଶ ମଧ୍ୟ ଟୀକା ବାହାର କରିବା ଦୈାଡରେ ଅଛନ୍ତି । ଆମ ଦେଶରେ ମଧ୍ୟ ଏଦିଗରେ ଉଦ୍ୟମ ବେଶ୍ ଫଳପ୍ରଦ ହୋଇଛି ।

କୁହାଯାଉଛି ଯେ, ମହାମାରୀର ତିନି ପ୍ରକାର ଅନ୍ତ ଘଟିପାରେ ସେଗୁଡିକ ହେଲା ଚିକିସôା ବିଜ୍ଞାନ ବଳରେ ରୋଗର ସଂକ୍ରମଣକୁ ରୋକିବା, ରୋଗ ଜନିତ ଭୟ , ଉକôଣ୍ଠା ଓ ଅସୁବିଧାକୁ ଗୁରୁତ୍ୱ ନଦେବା ଅଥବା ସରକାରଙ୍କ ଦ୍ୱାରା ଏହାକୁ ଠିକଣା ଭାବେ ପରିଚାଳନା କରିବା ଦ୍ୱାରା ଏହି ଭୂତାଣୁର ଅନ୍ତ କରାଯାଇପାରେ ବୋଲି କୁହାଯାଉଛି ।

ହାର୍ଭାର୍ଡର ‘ଟି.ଏଚ୍.ଚାନ୍ ସ୍କୁଲ ଅଫ୍ ପବ୍ଲିକ୍ ହେଲଥ୍’ର ୟୋନାଟନ୍ ଗ୍ରାଡ୍ଙ୍କ ମତରେ ସମସ୍ତେ ନହେଲେ ବି ଅଧିକାଂଶ ଲୋକ ନିୟମ ମାନି ଚଳିଲେ ଭୂତାଣୁର ପ୍ରସାରକୁ ଅନେକାଂଶରେ ରୋକିହେବ । ସେହିପରି ନୋବେଲ ବିଜେତା ମାଇକେଲ୍ ଲେଭିଟ୍ ଅତ୍ୟନ୍ତ ଆଶାବାଦୀ ଯେ ଏହି ମହାମାରୀ ଅନ୍ତ ଶୀଘ୍ର ଘଟିବ । ଯେପର୍ଯ୍ୟନ୍ତ ଏହି ରୋଗର ନିରାକରଣ ପାଇଁ କୈ÷ାଣସି ଟୀକା ନବାହାରିଛି ସେତେଦିନ ପର୍ଯ୍ୟନ୍ତ ଆମକୁ ସାମାଜିକ ଦୁରତା, ସାନିଟାଇଜର ବ୍ୟବହାର ସହ ମାସ୍କ ପରିଧାନ ଉପରେ ଅଧିକ ଯତ୍ନବାନ ହେବାକୁ ପଡିବ । ଏହାହିଁ ସମୟର ଆହ୍ୱାନ ।

Leave A Reply