Odisha news

କନ୍ଧମାଳ ଜିଲ୍ଲାରେ ୧୧୬ ନୁଆ କରୋନା ସଂକ୍ରମିତ ଚିହ୍ନଟ , ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୨୦୬ ପହଞ୍ଚିଲା

0

କନ୍ଧମାଳ (ସନ୍ତୋଷ ମିଶ୍ର): ଆଜି କନ୍ଧମାଳ ଜିଲ୍ଲାରେ ସ୍ୱେଛାସେବୀ ଓ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀଙ୍କୁ ମିଶାଇ ୭ କରୋନା ଯୋଦ୍ଧାଙ୍କ ସହ ଆଜି କନ୍ଧମାଲ ଜିଲ୍ଲାରେ ମୋଟ ୧୧୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୨୦୬ ରେ ପହଂଚିଛି । ସେମାନଙ୍କ ମଧ୍ୟରୁ ୨୬୩୬ ଜଣ ସଂକ୍ରମିତ ସୁସ୍ଥ ହୋଇ ସେମାନଙ୍କ ଘରକୁ ଫେରିଛନ୍ତି । ଜିଲ୍ଲାରେ ମୋଟ ୧୭ ଜଣଙ୍କର କରୋନାରେ ମୃତୁ୍ୟ ହୋଇଥିବା ନେଇ ଜିଲ୍ଲା ପ୍ରଶାସନ ତରଫରୁ ସୁଚନା ମିଳି ଥିବାବେଳେ ଆଉ ୫୫୩ ଜଣ ସଂକ୍ରମିତ ବିଭିନ୍ନ କୋଭିଡ ହସପିଟାଲରେ ରହି ଚିକିସôିତ ହେଉଛନ୍ତି ।

ଆଜିର ଚିହ୍ନଟ ମାନଙ୍କ ମଧ୍ୟରୁ ୭୩ ଜଣ ପୁରୁଷ ରହିଥିବାବେଳେ ଆଉ ୪୩ ଜଣ ମହିଳା ରହିଛନ୍ତି । ସେମାନଙ୍କ ମଧ୍ୟରୁ ଫୁଲବାଣୀ ବ୍ଳକ ଅଂଚଳର ୩୭ ଜଣ ଥିବାବେଳେ ଟିକାବାଲି ଅଂଚଳର ୫ ଜଣ,ଘୁ.ଉଦୟଗିରିର ୪ ଜଣ,ଚକାପାଦର ୭ ଜଣ,ଖଜୁରିପଡାରେ ୬ ଜଣ,ଦାରିଙ୍ଗବାଡିର ୯ ଜଣ,ତୁମୁଡିବନ୍ଧର ଜଣେ,,ରାଇକିଆର ୫ ଜଣ,ବାଲିଗୁଡାର ୧୮ ଜଣ,ଫିରିଙ୍ଗିଆର ୮ ଜଣ ଏବଂ ଜିଲ୍ଲାର ବାହାରେ ଚିହ୍ନଟ ହୋଇଥିବା ଆଉ ୧୬ ଜଣ ରହିଥିବା ନେଇ କନ୍ଧମାଳ ଜିଲ୍ଲାପାଳ ଡ.ବୃନ୍ଦାଡି ଟ୍ୱିଟ୍ ଜରିଆରେ ସୁଚନା ଦେଇଛନ୍ତି । ତେବେ କରୋନାର ବୃଦ୍ଧିକୁ ଦୃଷ୍ଟିରେ ରଖି ଲୋକଙ୍କୁ ଅତି ଅବଶ୍ୟକ ନହେଲେ ଘରୁ ନ ନାହାରିବାକୁ କହିବା ସହିତ ଜରୁରୀ କାମରେ ବାହାରକୁ ଗଲାବେଳେ ମୁହଁରେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୁରତା ବଜାୟ ରଖି କୋଭିଡ ନିୟମ ମାନି ଚଳିବାକୁ ପରାମର୍ଶ ଦେଇଛନ୍ତି ।

Leave A Reply