Odisha news

କରୋନା ପାଇଁ ପାଠ ପଢା ଭୁଲିଗଲେ ଛାତ୍ର ଛାତ୍ରୀ

0

ମହାକାଳପଡ଼ା ୧୭ . ୮ ୨୦୨୦ : ପଲ୍ଲୀ ରୁ ଦିଲ୍ଲୀ ପର୍ଯ୍ୟନ୍ତ କରୋନା ସଂକ୍ରମଣ ନେଇ ସଭିଏଁ ଆତଙ୍କିତ. ଏହି ପରିପ୍ରେକ୍ଷୀରେ  ଆଗାମୀ ଦିନର ବଂଶଧର ଭାବେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସରକାର ଠାରୁ ଅଭିଭାବକ ଉଭୟ ଚିନ୍ତାରେl  ସଂକ୍ରମଣର  ପ୍ରଥମ ପର୍ଯ୍ୟାୟ ରେ ସରକାର ପ୍ରାଥମିକ ବିଦ୍ୟାଳୟ ଠାରୁ ବିଶ୍ୱ ବିଦ୍ୟଳୟ ପର୍ଯ୍ୟନ୍ତ ସମସ୍ତ ଶିକ୍ଷ୍ୟନୁଷ୍ଠାନ ବନ୍ଦ ରଖିଥିଲେ l ପରିସ୍ଥିତି ସୁଧୁରିଲେ ପାଠ ପଢା ସହିତ ବାର୍ଷିକ ଓ ବିଶ୍ୱବିଦ୍ୟାଳୟ ପରୀକ୍ଷା କରିବାର ଆଶା ରଖିଥିଲେ l ମାତ୍ର ଚାରିମାସ ପରେବି ସଂକ୍ରମଣ ସ୍ଥିତି ଅଣାୟତ୍ତ ହେଉଥିବାରୁ ସରକାରଙ୍କ ଚିନ୍ତା ବୃଦ୍ଧି ହେଉଛି. ଏପଟେ ମାଧ୍ୟମିକ ଶିକ୍ଷାର୍ଥୀ ପରୀକ୍ଷା ରୁ ବଂଚିତ ରହିବି ଉପର ଶ୍ରେଣୀକୁ ଉତ୍ତୀର୍ଣ୍ଣ  କରାଇ ଶିକ୍ଷା ବିଭାଗ ଶିକ୍ଷଦାନ ଅପେକ୍ଷାରେ. କିନ୍ତୁ ଦିନକୁ ଦିନ ପରିସ୍ଥିତି ସଂଗୀନ ହେବାକୁ ଲାଗିଛି l

ଯାହାନେଇ ୨o୨o-୨୧ ଶିକ୍ଷା ବର୍ଷର ଅର୍ଧେକ ଦିନ ପାର ହେବାକୁ ଯାଉଥିବା ବେଳେ  ଶିକ୍ଷାର୍ଥୀ ଓ ଅଭିଭାବକ ଚିନ୍ତାରେ l ମାସ୍କ ଭଳି ସାମାଜିକ ଦୂରତ୍ୱ  ରକ୍ଷା କରୋନା ସଂକ୍ରମଣ ରୁ ଦୁରେଇ ରହିବା ପାଇଁ ମହୌଷଧି ହୋଇଥିବାରୁ ବିଦ୍ୟାଳୟ ପରେ ଘରୋଇ ପାଠ ପଢାରେ ରୋକ ଲାଗିଛି l ଯାହାନେଇ କିଛି ଦିନ ହେବ ପ୍ରାୟତଃ ଘରୋଇ଼ ପାଠ ପଢା  ସର୍ଵତଃ ବନ୍ଦ ରହିବା ପରେ ପିଲାଏ  ପାଠଭୁଲିବାକୁ ବସିଲେଣି l ଏହି ଘଡି ସନ୍ଧି ମୁହୂର୍ତ୍ତରେ  ଶିକ୍ଷା ବିଭାଗ ଅନଲାଇନ ଶିକ୍ଷାଦାନ ପାଇଁ ଚିନ୍ତା ପ୍ରକଟ କରିଛନ୍ତି.କିନ୍ତୁ ଦୁଃଖ ର ବିଷୟ ମହାକାଳପଡ଼ା ଭଳି  ଉପାନ୍ତ ବ୍ଲକର ଅଧିକାଂଶ   ଗରିବ ଅଭିଭାବକ ବିପର୍ଯ୍ୟୟ ସମୟରେ ଜୀବିକା ହରାଇ ଦୁଃଖରେ ଦିନ କାଟୁଛନ୍ତି l ଏଭଳି ସମୟରେ  ଅନ ଲାଇନ ଶିକ୍ଷା ଗ୍ରହଣ  ପାଇଁ ଅଭିଭାବକ  ପିଲାଙ୍କୁ ସ୍ମାର୍ଟ ଫୋନ ଦେବା ସାତ ସପନ ହୋଇଛି l ସର୍ବୋପରି ଶିକ୍ଷାନୁଷ୍ଠାନ  ପରେ ଘରୋଇ଼ ପାଠ ପଢା  ଓ ପରବର୍ତ୍ତୀ ସମୟରେ ପ୍ରଣୀତ ସରକାରୀ ଶିକ୍ଷାଦାନ ପଦ୍ଧତି ରେ ବ୍ଲକ ଅଂଚଳ ର ଆର୍ଦ୍ଧାଧିକ ଛାତ୍ର ଛାତ୍ରୀ  ସାମିଲ ହୋଇ ନ ପାରି ପାଠ ଛାଡି ଖେଳ କୁଦରେ ମନ ନିବେଶ କରୁଥିବାର ଛାତ୍ର ଛାତ୍ରୀ ମାନେ କହନ୍ତି.

Leave A Reply