Odisha news

କୋଣାର୍କ : ଦୃତ ଗତିରେ ଆଗେଇ ଚାଲିଛି ସୋରଭା ଗ୍ରାମପଞ୍ଚାୟତ ର ପାର୍କ ନିର୍ମାଣ କାର୍ଯ୍ୟ

0
କୋଣାର୍କ : ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ  ପ୍ରତି ଗ୍ରାମ ପଞ୍ଚାୟତ ରେ ସହରର ଢାଞ୍ଚାରେ ସାଧାରଣ ଲୋକମାନଙ୍କ ଚିତୋବିନୋଦନ ପାଇଁ  ଜିଲ୍ଲାପାଳଙ୍କ    ଆଦେଶ କ୍ରମେ  ମନରେଗା ଯୋଜନାରେ ପ୍ରତ୍ୟେକ ପଂଚାୟତ ରେ  ନିର୍ମାଣ କରାଯାଉଛି  ଗ୍ରାମ ପଂଚାୟତ ସର୍ବସାଧାରଣ ଙ୍କ ପାଇଁ  ପାର୍କ ।ଏହି ପରିପ୍ରେକ୍ଷୀରେ ପୁରୀ ଜିଲ୍ଲାର ଗୋପ ବ୍ଲକ ଅନ୍ତର୍ଗତ ସୋରଭା ଗ୍ରାମ ପଞ୍ଚାୟତ ରେ ପ୍ରାୟ ୧୮  ଲକ୍ଷ ରୁ ଉର୍ଦ୍ଧ ଟଙ୍କା   ବ୍ୟୟ ରେ  ସୋରଭା ମୌଜା ର  ସମ୍ପୂର୍ଣ୍ଣ ସରକାରୀ ଜାଗର ଖାତା  ପ୍ଲଟ ନଂ ୫୨ ର ୧ଏକର ୮୬ ଡିସିମିଲି  ଜାଗର ପରିଧି ଭିତରେ ୨୦୦  ପୁଟ ଲମ୍ବ ଓ ୧୪୦ ପୁଟ ଓସାର  ରେ ନିର୍ମାଣ କରାଯାଉଛି  ବ୍ଲକ ଏକ ବୃହତମ ପାର୍କ । ଯାହା ଗ୍ରାମର ଛକରେ ଥିବା ମହାବୀର ମନ୍ଦିର କୁ ସଂଲଗ୍ନ କରାଯାଇଛି  ।
ଏହି ସୁନ୍ଦର ଅତ୍ୟାଧୁନିକ ପାର୍କ ର କାର୍ଯ୍ୟ ଅତି ଦୃତ ଗତିରେ କରାଯାଇ ଚତୁଃପାର୍ଶ୍ବ କୁ ପ୍ରଥମେ ପାଚେରୀ ନିର୍ମାଣ କରାଯାଉଛି  ପାର୍କ ରେ ବିଭିନ୍ନ ରଙ୍ଗ ବେରଙ୍ଗ ଫୁଲ ଗଛ ଲଗାଇବା ସହ  ପାର୍କର ଚଟାଣରେ   ଘାସର ଗାଲିଚା ବିଛାଇବା ପାଇଁ ଯୋଜନା ହୋଇଛି ଯାହା ପାର୍କ କୁ ଅତୀବ ମନୋରମ  ମନୋଲୋଭୋ କରିପାରିବ  । ସକାଳ ଓ ସନ୍ଧ୍ୟା ରେ ପାର୍କ ଭିତରେ ଚାଲିବା ପାଇଁ ପାର୍କ ର ଚାରିପଟେ  ଫେବେରବ୍ଲକ ଟାଇଲି ଚାଦର ପକାଇବାକୁ ନିଷ୍ପତ୍ତି ହୋଇଛି ।
ଗାଁ ର  କୁନିକୁନି ପିଲାମାନଙ୍କ ଚିତୋବିନୋଦନ ପାଇଁ ପାର୍କରେ ରଖାଯିବ ବିଭିନ୍ନ କିସମର ଦୋଳି ଓ ଅନ୍ୟାନ୍ୟ ଖେଳ ଉପକରଣ । ଗ୍ରାମର ବୃଦ୍ଧ ବୃଦ୍ଧା ଓ ବରିଷ୍ଠ ନାଗରିକ  , ଶିଶୁ ମାନ ଙ୍କ ସହ ପଞ୍ଚାୟତ ର ପ୍ରତ୍ୟେକ ଜନସାଧାରଣ ନିଜର କ୍ଲାନ୍ତି ଅବସାଦ ପାଇଁ ସକାଳେ ଓ ସନ୍ଧ୍ୟାରେ ଏହି ପାର୍କ କୁ ଆସି ନିଜର କ୍ଲାନ୍ତି ଦୁରକରିପାରିବେ । ତତ ସହ ଏହି ପାର୍କ ପାର୍ଶ୍ଵ  କୁ ଲାଗି  ମହିଳା ଓ ପୁରୁଷ ମାନଙ୍କ ପାଇଁ ନିର୍ମାଣ କରାଯିବ ଅତ୍ୟାଧୁନିକ  ଦୁଇଟି ଶୌଚାଳୟ  ଯାହାର ଚିଠା ପ୍ରସ୍ତୁତି ସରିଛି ବୋଲି ଉକ୍ତ ପାର୍କ ଦାଇତ୍ୱ ରେ ଥିବା ଗୋପ ବ୍ଲକ କନିଷ୍ଠ ଯନ୍ତ୍ରୀ  ଭବାନୀ ଶଙ୍କର ପୋଥାଲ ଙ୍କ ଠାରୁ ସୂଚନା ମିଳିଛି ।
Leave A Reply