Odisha news

ଜିଲ୍ଳା କଂଗ୍ରେସର ବିଶାଳ ପଦ ଯାତ୍ରା ଅନୁଷ୍ଠିତ, କେନ୍ଦ୍ର ଓ ରାଜ୍ୟ ସରକାର ବିରୁଦ୍ଧରେ ଗର୍ଜିଲେ ନେତା

0
ବ୍ରହ୍ମପୁର :-ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ସହ ୭୬ ତମ ସ୍ୱାଧୀନତା ଦିବସ ଅବସରରେ l ଗଞ୍ଜାମ ଜ଼ିଲ୍ଲା କଂଗ୍ରେସ କାଯ୍ୟlଳୟ ତଥା ବାପୁଜୀ ଆଶ୍ରମ ଠାରେ ଗଞ୍ଜାମ ଜ଼ିଲ୍ଲା କଂଗ୍ରେସ କମିଟି ସଭାପତି ତଥା ସାନଖେମୁଣ୍ଡି ବିଧ୍ୟାୟକ ରମେଶ ଚନ୍ଦ୍ର ଜେନାଙ୍କ ଆହୂନକ୍ରମେ ଓ ଅଖିଳ ଭାରତୀୟ ଜାତୀୟ କଂଗ୍ରେସ କିଷାନ ସେଲ ଯୁଗ୍ମ ସଂଯୋଜକ ରଶ୍ମି ରଞ୍ଜନ ପଟ୍ଟନାୟକଙ୍କ ଦ୍ୱାରା ଜାତୀୟ ପତକା  ଉତ୍ତୋଳନ କରାଯାଇଥିଲା l ଜିଲ୍ଲା କଂଗ୍ରେସ ପକ୍ଷରୁ ସନ୍ଧ୍ୟାର ପ୍ରଥମେ ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସର କାର୍ଯ୍ୟାଳୟକୁ ଉଦଘାଟନ କରିଥିଲେ ସଭାପତି ଶ୍ରୀଯୁକ୍ତ ଜେନା ପରେ ପରେ  ଜିଲ୍ଲା କଂଗ୍ରେସ ସଭାପତିଙ୍କ ଅଧ୍ୟକ୍ଷତାରେ ଏକ ବିରାଟ ପଦ ଯାତ୍ରାର ଆୟଜନ ହୋଇଥଲା l ପଦ ଯାତ୍ରା କଂଗ୍ରେସ କାଯ୍ୟlଳୟ ଠାରୁ ବାହାରି  ସହରର ପୁରୁଣା ବସଷ୍ଟାଣ୍ଡ ଠାରେ ପହଞ୍ଚି ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାପର୍ଣ କରଯାଇଥିଲା l ସହରର ମୁଖ୍ୟ ରାସ୍ତାରେ ପଦ ଯାତ୍ରା ପରିଭ୍ରମଣ କରି ରାମଲିଙ୍ଗେଶ୍ୱର ଟ୍ୟାଙ୍କ ନିକଟରେ ଏକ ବିଶାଳ ସଭାର ଆୟଜନ କରଯାଇଥିଲା l
ଯେଉଁଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମରଣାନୀତି, ପେଟ୍ରୋଲ ଡିଜେଲ ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଦର ଅହେତୁକ ବୃଦ୍ଧି ସହ ବେକାରୀ ସମସ୍ୟା ର ଜଟିଳ ସ୍ଥିତି ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାର ଦାୟୀ ବୋଲି ଉପସ୍ଥିତ କଂଗ୍ରେସ ନେତା ମାନେ ଉଭୟ ସରକାର ଉପରେ ବର୍ଷିଥିଲେ l ଅନୁଷ୍ଟିତ କାଯ୍ୟକ୍ରମରେ ଗଞ୍ଜାମ ଜ଼ିଲ୍ଲା କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ଜେନା,ଜାତୀୟ କଂଗ୍ରେସ କିଷାନ ସେଲ ଯୁଗ୍ମ ସମ୍ପାଦକ ରଶ୍ମି ରଞ୍ଜନ ପଟ୍ଟନାୟକ, ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ସଭାପତି ପୀତବାସ ପଣ୍ଡା,ଜ଼ିଲ୍ଲା କଂଗ୍ରେସ ପ୍ରଭାରୀ ଲୋକନାଥ ମହାରଥି,ଜ଼ିଲ୍ଲା କମିଟି ସାଧାରଣ ସମ୍ପାଦକ ପ୍ରଶାନ୍ତ ବିଷୋୟୀ ଦିଗପହଣ୍ଡି ଚ୍ୟାରମ୍ୟାନ ପ୍ରଫୁଲ ପଣ୍ଡା ଉପସଭାପତି ମହେଶ୍ୱର ପାତ୍ର,ସମ୍ପାଦକ ଏସ ଦଣ୍ଡ ପାଣି ପାତ୍ର,ଛାତ୍ର ସଭାପତି ବିକାଶ ପଶୁପାଳକ, ଯୁବ ସଭାପତି ସନାତନ ସାହୁ, ମହିଳା ନେତ୍ରୀ ଶୁଭାସିନୀ ପଟ୍ଟନାୟକ,ସେବା ଦଳ ମୁଖ୍ୟ କିଶୋର କାପୁର,ଭାସ୍କର ବାଙ୍ଗାରି, ଶଙ୍କର ଅଧିକାରୀ ସମେତ ବହୁ ନେତା, ଛାତ୍ର ନେତା, ଯୁବ ନେତା ସମେତ ବହୁ କର୍ମି ଯୋଗଦେଇଥିଲେ l
Nalco
Leave A Reply