Odisha news

ଦିନକ ପାଇଁ ଜିଲ୍ଲାପାଳ

0

ମହାରାଷ୍ଟ୍ର : ସାମାଜିକ, ଆର୍ଥିକ, ସାଂସ୍କୃତିକ ଓ ରାଜନୀତିକ କ୍ଷେତ୍ରରେ ମହିଳାମାନଙ୍କ ଉପଲବ୍ଧିକୁ ସେଲିବ୍ରେଟ୍‌ କରିବା ସହିତ ମହିଳା ଅଧିକାର ପ୍ରସଙ୍ଗ ଉପରେ ଧ୍ୟାନ ଦେବା ମାର୍ଚ୍ଚ ଅନ୍ତର୍ରାଷ୍ଟ୍ରୀୟ ମହିଳା ଦିବସର ଉଦ୍ଦେଶ୍ୟ । ଏବେ କେତେକ ଦେଶ ମହିଳା ଦିବସକୁ ଛୁଟିଦିନ ଭାବେ ପାଳନ କରୁଛନ୍ତି । ଏପରି ଏକ କାର୍ଯ୍ୟକ୍ରମ ମହାରାଷ୍ଟ୍ରରେ ଆୟୋଜିତ ହୋଇଛି ଯେଉଁଠି ଜଣେ ସ୍କୁଲ ଛାତ୍ରୀଙ୍କୁ ଦିନକ ପାଇଁ ଜିଲାପାଳ ଭାବେ ନିଯୁକ୍ତ କରାଯାଇଛି । ବୁଲଢାଣା ଜିଲ୍ଲା ମାଜିଷ୍ଟ୍ରେଟ୍‌ ଓ କଲେକଫର ସୁମନ ରାୱତ ଚନ୍ଦ୍ରାଙ୍କ ଅନୁସାରେ, ଜିଲା ପରିଷଦ ସ୍କୁଲର ପୁନମ ଦେଶମୁଖଙ୍କୁ ଦିନକ ପାଇଁ କଲେକଫର ଭାବେ ନାମିତ କରାଯାଇଛି । ଚନ୍ଦ୍ରା ଟ୍ୱିଟରରେ ଘୋଷଣା କରିଛନ୍ତି ଅନ୍ତର୍ରାଷ୍ଟ୍ରୀୟ ମହିଳା ଦିବସ ଉପଲକ୍ଷେ ୭ ଜଣ ପ୍ରତିଭାସମ୍ପନ୍ନ ବାଳିକାଙ୍କୁ ଗୋଟିଏ ଦିନ ପାଇଁ କଲେକଫର ହେବା ସୁଯୋଗ ଦିଆଯିବ । ୨୦୦୦ରୁ ଅଧିକ ଲାଇକ୍‌ ପାଇଥିବା ଏହି ନୂଆ ବିଚାର ଯୁବପିଢ଼ିଙ୍କୁ ବଡ଼ ସ୍ୱପ୍ନ ଦେଖିବାରେ ପ୍ରେରିତ କରିବ ବୋଲି ୟୁଜରମାନେ ମତ ଦେଇଛନ୍ତି ।

Leave A Reply