Odisha news

କଣ ଆପଣ ଜାଣନ୍ତି ଭଗବାନ ରାମ-ସୀତାଙ୍କ ମୁଦ୍ରା ସମୟରୁ ପ୍ରଚଳନ ହୋଇଥିଲା ? କଣ କହୁଛନ୍ତି ଭାଜପାର IT ସେଲର ମୁଖ୍ୟ ଅମିତ ମାଲାବୀୟ

0

କୋଲକାତା ରେ ପ୍ରବଳ ଵର୍ଷା କାରଣରୁ ସମ୍ପୂର୍ଣ ସହର ବର୍ତମାନ ଜଳମଗ୍ନ, ରାସ୍ତା, ଘାଟ , ହାତ, ଘରଦ୍ୱାର ଚାରିଆଡ ଜଲମୟ l ଏହି କରଣୟୁ ବର୍ତମାନ ଲୋକେ ଅନେକ ଅସୁବିଧାର ସମୁଖୀନ ହେଉଛନ୍ତି l ଯାହାକୁ ନେଇ ନଗର ନିଗମ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି l ଠିକ ଏହି ସମୟ ରେ ଭାରତର ଇତିହାସ ସହିତ ଜଡିତ ଅମିତ ମଲବୀୟ ଗୋଟିଏ ପୋଷ୍ଟ ଖୁବ ଭାଇରଲ ହେଉଛି l

ଅମିତ ମାଲାବୀୟ ଙ୍କ ପୋଷ୍ଟ –
ଭାଜପା ର IT ସେଲ ର ମୁଖ୍ୟ ଅମିତ ମାଲାବୀୟ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ X ରେ ଗୋଟିଏ ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ସେ ୧୮୧୮ ରେ ଗୋଟିଏ ମୁଦ୍ରା ର ଆଲୋଚନା କରିଛନ୍ତି l

ଅମିତ ମାଲାବୀୟ ସୋସିଆଲ ମିଡିଆରେ ଲେଖିଛନ୍ତି ‘ କୋଲକାତା ରେ ବନ୍ୟା ର ତୁରନ୍ତ ପରେ ସହରରେ କାଦୁଅ ସଫା କାର୍ଯ୍ୟକ୍ରମ ଚାଲିଛି, ଅନେକ ମାତ୍ରାରେ ଶ୍ରମିକ ଏହି କାର୍ଯ୍ୟରେ ଲାଗିଛନ୍ତି l ଠିକ ଏହି ସମୟରେ ଗୋଟିଏ ସ୍ଥାନରେ ଖୋଲାଖୋଳି ଚାଲିଥିବା ସମୟ ରେ ୧୮୧୮ ର ଗୋଟିଏ ମୁଦ୍ରା ଦେଖିବାକୁ ମିଳିଥିଲା ‘ l

ଏହି ମୁଦ୍ରାକୁ ନେଇ ଅମିତ ମାଲାବୀୟ ଲେଖିଥିଲେ ‘ ଏହି ମୁଦ୍ରା ଇଷ୍ଟ ଇଣ୍ଡିଆ କମ୍ପାନୀ ସମୟରେ ଜାରି କରାଯାଇଥିଲା, ଏହା ଉପରେ ଭଗବାନ  ଶ୍ରୀରାମ , ସୀତା ଏବଂ ଲକ୍ଷ୍ମଣ ଙ୍କ ଆକୃତି ଛପା ଯାଇଛି, ଯଦି ଇଷ୍ଟ ଇଣ୍ଡିଆ କମ୍ପାନୀ ସମୟର ଏହି ମୁଦ୍ରା ତେବେ ସେହି ସମୟରେ ମଧ୍ୟ ହିନ୍ଦୁ ଧର୍ମ କୁ ମହତ୍ୱ ଦିଆଯାଉଥିଲା l ଭାରତ ହିନ୍ଦୁ ସଭ୍ୟତାର ଉଦ୍ଧମ ସ୍ଥଳ ଅଟେ, ଏବଂ ମୋଗଲ ଓ ଇଂରେଜ ମାନଙ୍କ ଆକ୍ରମଣ ସମୟ ରେ  ହିନ୍ଦୁ ମାନଙ୍କୁ ଜବରଦସ୍ତି ଧର୍ମାନ୍ତରିକରଣ କରାଯାଉଥିଲା l ‘

Leave A Reply