Odisha news

ଭାରତୀୟ ଗବେଷକଙ୍କ ଖୁଲାସା : ଗରମ ଦିନରେ ପଇଡ ପାଣି ଅମୃତ ସମାନ

0

ଗର୍ମ ଦିନ ଆସିବା ମାତ୍ରକେ ଦେହରୁ ଅଜସ୍ର ଝାଳ ବାହାରି ଡି -ହାଇଡ୍ରେସନ ସମସ୍ୟା ଖୁବ ଅଧିକ ଦେଖାଯାଇ ଥାଏ, ଏବଂ ଏହି ସମୟ ରେ ଆମେ ଶରୀର କୁ ହାଇଡ୍ରେଟ ରଖିବା ପାଇଁ ବିଭିନ୍ନ ପ୍ରକାରର ଡ୍ରିଂକ୍ସ ସେବନ କରିଥାଉ, ଯାହାକୁ ସେବନ କରିବା ଦ୍ୱାରା ଶରୀର ହାଇଡ୍ରେଟ ରହିଥାଏ l  କିନ୍ତୁ ସବୁଠୁ ଗରମ ଦିନରେ ପଇଡ଼ ପାଣି ଶରୀର ପାଇଁ ଅମୃତ ସମାନ ଅଟେ, ପଇଡ଼ ପାଣି ସେବନ ଦ୍ୱାରା ଡାଇଜେସନ ଭଲରେ ହୋଇଥାଏ, ଓଜନ ସନ୍ତୁଳିତ ରହିଥାଏ, ତ୍ୱଚା ର ଚମକ ବଢିଥାଏ l ପେଟ ଥଣ୍ଡା ରହିଥାଏ, ଏହା ଗୋଟିଏ ପ୍ରାକୃତିକ ପାନୀୟ ଅଟେ, ଏବଂ ପୋଷାକ ତତ୍ତ୍ୱରେ ଭରପୁର ଅଟେ l

ପଇଡ଼ ପାଣି କୁ ନେଇ ହୋଇଛି ରିସର୍ଚ୍ଚ –
ନେସନାଲ ଲାଇବ୍ରେରୀ ଅଫ ମେଡ଼ିସିନ ରେ ପ୍ରକାଶିତ ଖବର ଅନୁସାରେ ୧୯୪୦ ଦଶକ ରୁ ପଇଡ଼ ପାଣି ଉପରେ ହୋଇଥିବା ଅଧୟନ ରେ କୁହାଯାଇଛି ଯେ ପଇଡ଼ ପାଣି ଗୋଟିଏ ଏଭଳି ପାନୀୟ ଯାହାକି ସମ୍ପୂର୍ଣ ଶରୀରକୁ ରୋଗ ମୁକ୍ତ ରଖିଥାଏ, ହାର୍ଟ କୁ ସୁସ୍ଥ ରଖିବା ସହିତ ରକ୍ତଚାପ କୁ ସନ୍ତୁଳିତ ରଖେ, ପଇଡ଼ ପାଣି ରେ ଥିବା ଇନ -ଅର୍ଗାନିକ ଆଇରନ ଓ ଭିଟାମିନ ଭଳି ମାଇକ୍ରୋନିୟୁଟ୍ରିଏଣ୍ଟସ ମଣିଷ ଶରୀର ର ଆଣ୍ଟିଅକ୍ସିଦାଣ୍ତ ସିଷ୍ଟମ ପାଇଁ ସାହାଯ୍ୟ କାରି l

ପଇଡ଼ ପାଣି ପିଇବାର ଲାଭ –
ପଇଡ଼ ପାଣି ଶରୀର କୁ ହାଇଡ୍ରେଟ ରଖିଥାଏ, ଇମ୍ୟୁନିଟି ବୃଦ୍ଧି କରିଥାଏ, ଏବଂ ଏହାକୁ ନିୟମିତ ସେବନ ଦ୍ୱାରା ଓଜନ ହ୍ରାସ ପାଇଁ ସାହାଯ୍ୟ ମିଳିଥାଏ, ଏହାଛଡା ପଇଡ଼ ପାଣି ନିୟମିତ ସେବନ ଦ୍ୱାରା  ଥକାପଣ ଓ ଦୁର୍ବଳତା ଦୂର ହୋଇଥାଏ l

ପଇଡ଼ ପାଣି ପିଇବାର ଲାଭ –
– ଗରମ ଦିନରେ ପଇଡ଼ ପାଣି ଶରୀର ରୁ ଜଳୀୟ ଅଂଶ ଦୂର କରିଥିଲେ
– ମଧୁମେହ ରୋଗୀ ଙ୍କର ରକ୍ତ ଶର୍କରା ସନ୍ତୁଳିତ ରହିଥାଏ
– ପଇଡ଼ ପାଣି ଡାଇଜେସନ ସମସ୍ୟା ଦୂର କରିଥାଏ
– ଏହାର ଆଣ୍ଟି ଅକ୍ସୀଡାଂଟ ଗୁଣ ତ୍ୱଚାରେ ଚମକ ଆଣିଥାଏ
– କିଡ୍ନୀ ସମସ୍ୟା ରେ ସୁଧାର ଆଣିଥାଏ

Leave A Reply