Odisha news

ମୁଖ୍ୟମନ୍ତ୍ରୀଙ୍କ ମାଗଣା ବିଜୁଳୀ ଯୋଜନାରେ ବର୍ତ୍ତମାନ ଗରୀବ ଦୁଆରେ ମଧ୍ୟ ଜଳିବ ବିଜୁଳୀ ଆଲୋକ

0

ଭୁବନେଶ୍ୱର : ଏଇଥର ଗରୀବ କୁଡ଼ିଆରେ ମଧ୍ୟ ଜଳିବ ବିଜୁଳୀ ଆଲୁଅ l ଉପକୃତ ହେବେ ଓଡିଶା ବାସୀ l ଆଉ ରହିବ ନାହିଁ ବିଜୁଳୀ ବିଲ ଦେବାର ଚିନ୍ତା l ବିଜେଡି ସରକାର ଆଣୁଛି ଓଡିଶା ବାସୀ ଙ୍କ ପାଇଁ ମାଗଣା ବିଜୁଳୀ ଜାଳିବାର ଲାଭ l ଏଇଥର ଗରିବ ବାପା ଟିର ରହିବ ନାହିଁ ଚିନ୍ତା ବିଜୁଳୀ ବିଲ ଦେବା ପାଇଁ, ପୁଅ ତାର ପାଠ ପଢିବ ବିଜୁଳୀ ଆଲୋକ ରେ ତାହା ପୁଣି ମାଗଣା ବିଜୁଳୀ ଆଲୋକ l ବିଜୁଳୀ ବିଲ ଦେବା ଚିନ୍ତାରେ ଆଉ ହେବ ନାହିଁ କାହାରି ଘର ଦାଣ୍ଡ ଅନ୍ଧାର l ଗାଁ ର ଗରୀବ ଠାରୁ ସହରର ମଧ୍ୟବିତ୍ତ ପରିବାର ସମସ୍ତେ ହେବେ ଉପକୃତ ଏବଂ ହସି ଉଠିବ ଗାଁ ଗଣ୍ଡା ଓ ସହର l

ପାଖାପାଖି ୪କୋଟି ଓଡିଶା ବାସୀ ଙ୍କର ଦୁଃଖ-ସୁଖ ର ସାଥି ହୋଇ ଦୀର୍ଘ ୨୫ ବର୍ଷ ହେଲା ରହିଛି ରାଜ୍ୟରେ ବିଜେଡି ସରକାର l ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ର ସୁପ୍ରିମୋ ନବୀନ ପଟନାୟକ ମଇ ୧୫ ତାରିଖ ବୁଧବାର ଦିନ ନିର୍ବାଚନୀ ପ୍ରଚାର ନିମିତ୍ତ ରାଉରକେଲା ଯାଇଥିବା ସମୟରେ ସେଠାରେ ସେ ସେକ୍ଟର ୧୩ ମେଳଣ ପଡିଆରେ ଆୟୋଜିତ ଗୋଟିଏ ବିଶାଳ ଜନସଭା କୁ ସମ୍ବୋଧିତ କରି କହିଥିଲେ ଯେ ଜୁଲାଇ ମାସ ପରେ ଆଉ ବିଜୁଳୀ ବିଲ୍ ଦେବାକୁ ପଡିବ ନାହିଁ, କାହିଁକି ନା ବିଜେଡି ସରକାର ୧୦୦ ୟୁନିଟ ବିଜୁଳୀ ଫ୍ରୀ ରେ ଯୋଗାଇ ଦେବେ l ୨୦୩୬ ପର୍ଯ୍ୟନ୍ତ ଓଡିଶା ଦେଶର ୧ ନମ୍ବର ରାଜ୍ୟ ହେବ ବୋଲି କହିଥିଲେ l

ଏହି ସଭାରେ ବିଜେଡି ର ଭିକେ ପାଣ୍ଡିଆନ କହିଥିଲେ ଯେ ଜୁନ ୯ତାରିଖ ରେ ମୁଖ୍ୟମନ୍ତ୍ରୀ ପୁନର୍ବାର ଶପଥ ନେବେ ଏବଂ ତାଙ୍କର ପ୍ରଥମ ଆଦେଶ ରହିଛି ଓଡିଶା ବାସୀ ଙ୍କ ପାଇଁ ୧୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳୀ ଉପଲବ୍ଧ କରାଯିବ l ଏହାଦ୍ୱାରା ୯୦ ପ୍ରତିଶତ ଲୋକେ ମାଗଣା ବିଜୁଳୀ ପାଇ ଉପକୃତ ହେବେ l ଏବଂ ଏଥି ସହିତ ୧୫୦ ୟୁନିଟ ବିଜୁଳୀ ଉପୋଭୋକ୍ତା ଙ୍କ ପାଇଁ ସବ୍ସିଡି ଯୁକ୍ତ ବିଜୁଳୀ ଉପଲବ୍ଧ ରହିଛି l

ଏହି ଯୋଜନା ପୂର୍ବରୁ ଦିଲ୍ଲୀ ଓ ପଞ୍ଜାବ ରେ ଲାଗୁ ହୋଇଥିଲା ଏବଂ ବର୍ତମାନ ଓଡିଶା ବାସୀ ମଧ୍ୟ ମାଗଣା ବିଜୁଳୀ ପାଇବାର ସୁଯୋଗ ଉଠାଇବେ l

Leave A Reply