ଖୁବଶୀଘ୍ର ଡଙ୍କାରୀରେ ଚଣ୍ଡିଖୋଲ ଭୂତଳ ତୈଳଭଣ୍ଡାର ନିର୍ମାଣ ହେବ , ୪ ହଜାର କୋଟି ପରିବର୍ତ୍ତେ ଖର୍ଚ୍ଚ ହେବ ୧୮ ହଜାର କୋଟି : ମୁଖ୍ୟମନ୍ତ୍ରୀ
ଚଣ୍ଡିଖୋଲ,୪/୧ : ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀ ଠାରେ ଖୁବଶୀଘ୍ର ପ୍ରସ୍ତାବିତ ଚଣ୍ଡିଖୋଲ ଭୂତଳ ବୃହତ ତୈଳ ଭଣ୍ଡାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲଗ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଘୋଷଣା କରିଛନ୍ତି! ଧର୍ମଶାଳା ମହୋତ୍ସବର ଦଶମ ସଂନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିବାସହ ଏହି ବୃହତ୍ତ ପ୍ରକଳ୍ପ ପାଇଁ ପୂର୍ବରୁ ଥିବା ବ୍ୟୟ ଅଟକକୁ ୪ ହଜାର କୋଟିରୁ ୧୮ ହଜାର କୋଟିକୁ ବୃଦ୍ଧି କରାଯାଇଛି ବୋଲି କହିଥିଲେ! ନରେନ୍ଦ୍ର ମୋଦିଜୀ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ପରେ ତାଙ୍କ ପ୍ରଥମ ପାଳିରେ ପୂର୍ବ ଭାରତର ବିକାଶ ଯୋଜନାରେ ଓଡିଶାକୁ ଅଗ୍ରାଧିକାର ଦେଇ ଚଣ୍ଡିଖୋଲ ବୃହତ୍କ ଭୂତଳ ତୈଳ ଭଣ୍ଡାରକୁ ଧର୍ମଶାଳା ତହସିଲର ଡଙ୍କାରୀଠାରେ ସ୍ଥାପନ କରିବାକୁ ଘୋଷଣା କରିଥିଲେ! ହେଲେ ଦୁର୍ଭାଗ୍ୟର ବିଷୟ ରାଜ୍ୟର ତତ୍କାଳୀନ ନବୀନ ସରକାର ଏହି ବୃହତ୍ତ ପ୍ରକଳ୍ପ ନିର୍ମାଣ ପାଇଁ ଆବଶ୍ୟକୀୟ ଜମି ଯୋଗାଇ ନଦେବାରୁ ଦୀର୍ଘ ବର୍ଷ ପରେ ମଧ୍ୟ ଏହି ପ୍ରକଳ୍ପର ନିର୍ମାଣ ସମ୍ଭବ ହେଲାନାହିଁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଅଭିଯୋ କରିଥିଲେ! ଆହନ୍ତା ୬ ତାରିଖରେ ଏହି ପ୍ରକଳ୍ପକୁ ଚୁଡାନ୍ତ ରୂପ ଦେବାପାଇଁ ଏକ ଉଚସ୍ତରୀୟ ବୈଠକ ବସିବ ଓ ଖୁବଶୀଘ୍ର ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ହେବ ବୋଲି ସେ ସୂଚନା ଦେଇଥିଲେ! ଏହି ପ୍ରକଳ୍ପ ହେଲେ ସେଥିରେ ୫ ହଜାରରୁ ଉର୍ଦ୍ଧ୍ବ ବେକାରଙ୍କ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହିତ କେବଳ ଧର୍ମଶାଳା ଅଞ୍ଚଳ ନୁହେଁ ସମଗ୍ର ଯାଜପୁର ଜିଲ୍ଲାରେ ଆର୍ଥିକ ବିକାଶ ଶିଖର ଛୁଇଁବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ! ତେବେ ଦୀର୍ଘ ବର୍ଷ ହେବ କେନ୍ଦ୍ର ସରକାରଙ୍କ ଦ୍ୱାରା ଏହି ଘୋଷିତ ପ୍ରକଳ୍ପ ପାଇଁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ଦେଇଥିଲା ଓ ପ୍ରକଳ୍ପ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇ ପେଟ୍ରୋଲିୟମ ମନ୍ତ୍ରଣାଳୟ ପକ୍ଷରୁ ଠିକାଦାର ନିଯୁକ୍ତି ସରିଥିଲା! ଏପରିକି ସେତେବେଳେ କେନ୍ଦ୍ର ବଜେଟରେ ଏହି ପ୍ରକଳ୍ପ ପାଇଁ ଅର୍ଥ ବରାଦ ହୋଇ ପ୍ରାଥମିକ ପର୍ଯ୍ୟାୟରେ ପ୍ରାୟ ଦୁଇ ହଜାର କୋଟି ଟଙ୍କା ଯୋଗାଇ ଦିଆ ଯାଇଥିଲା! ହେଲେ ଦୁର୍ଭାଗ୍ୟ ଏତେସବୁ ପରେ ମଧ୍ୟ ରାଜ୍ୟ ସରକାର ଜମି ଯୋଗାଇ ନଦେବାରୁ ପ୍ରକଳ୍ପ କାର୍ଯ୍ୟ ଶିତଳ ଭଣ୍ଡାରରେ ପଡି ରହିଥିଲା!ଏହି ବୃହତ୍କ ପ୍ରକଳ୍ପ ସହିତ ଏକସଙ୍ଗେ ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରେ ଅନ୍ୟ ଦୂଇଟି ଭୂତଳ ତୈଳ ଭଣ୍ଡାର ନିର୍ମାଣ ପାଇଁ ଘୋଷଣା ହୋଇଥିଲା! ଇତି ମଧ୍ୟରେ ଗତ ପାଞ୍ଚବର୍ଷ ପୂର୍ବରୁ ଏହି ଦୁଇ ପ୍ରକଳ୍ପ ନିର୍ମାଣ ଶେଷହୋଇ କାର୍ଯ୍ୟକ୍ଷମ ହେବାସହ ସେଗୁଡିକର ସଂମ୍ପ୍ରଶାରଣ ହୋଇ ସାରିଥିଲା ବେଳେ ଚଣ୍ଡିଖୋଲ ନାମରେ ନାମିତ ଏହି ବୃହତ୍ତ ପ୍ରକଳ୍ପର ନିର୍ମାଣ ଆଶା ମଉଳି ଯାଇଥିଲା! ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ଏହି ପ୍ରକଳ୍ପର ନିର୍ମାଣ କାମ ଡଙ୍କାରୀରେ ଖୁବଶୀଘ୍ର ଆରମ୍ଭ ହେବ ଏହି ଆଶା ଉଦଯିବିତ ହୋଇଛି! ଏହି ଉତ୍ସବରେ ରାଜ୍ୟ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ,ବୟନଶୀଳ୍ମ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ,ଧର୍ମଶାଳା ବିଧାୟକ ହିମାଂଶୁ ସେଖର ସାହୁ,କୋରେଇ ବିଧାୟକ ଆକାଶଦାସ ନାୟକ,ବଡଚଣା ବିଧାୟକ ଅମରକୁମାର ନାୟକ, ଯାଜପୁର ସାଂସଦ ରବିନ୍ଦ୍ର ନାରାୟଣ ବେହେରାଙ୍କ ସହ ମହୋତ୍ସବ କମିଟିର ସଭାପତି ଓ ସମ୍ପାଦକ ପ୍ରମୁଖ ଉପସ୍ଥିତ ଥିଲେ!
