Odisha news

ଆନନ୍ଦପୁରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚାର

0

• ମିଛ ଓ ଅପପ୍ରଚାର ବିରୋଧୀଙ୍କ ଅସ୍ତ୍ର, ବିକାଶ ବିଜେଡିର ଅସ୍ତ୍ର। କୁମ୍ଭୀର କାନ୍ଦଣା ଚଳିବନି
• କେନ୍ଦୁଝର ଲୋକସଭା ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ସାଂସଦ ଓ ଆନନ୍ଦପୁର ଓ ଘଷିପୁରାର ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଆଶୀର୍ବାଦ କରିବାକୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ
• BSKY, ମିଶନ ଶକ୍ତି, ଲକ୍ଷ୍ମୀ ବସ୍‌, ମମତା, 5T ସ୍କୁଲ, ଛାତ୍ରବୃତ୍ତି, କାଳିଆ, ମଧୁବାବୁ ପେନ୍‌ସନ, ଚାଉଳ କାର୍ଡ ଇତ୍ୟାଦି ବିଭିନ୍ନ ଜଲକଲ୍ୟାଣକାରୀ ଯୋଜନାର ସୁଫଳ ସଂପର୍କରେ ଜନମତ ନେଲେ
• ନବୀନ ପଟ୍ଟନାୟକ ଭଲ କି ? ସମବେତ ଜନତାଙ୍କ ‘ହଁ’ ରେ ପ୍ରକମ୍ପିତ ହେଲା ସଭାସ୍ଥଳ
• ଜୁଲାଇରୁ ବିଜୁଳ ବିଲ୍‌ ଆସିବ ନାହିଁ, ବିଜୁ ଜନତା ଦଳ ସରକାର ମାଗଣାରେ ବିଜୁଳି ଦେବ, ଆପଣଣାନେ ଖୁସି ତ?
• ପୁରୀ ମନ୍ଦିର ଓ ମା ସମଲେଇ ପ୍ରକଳ୍ପ କାମ ଭଲ ହୋଇଛି କି ନାହିଁ ପଚାରିଥିଲେ
• ବହୁତ ଭଲ ବୋଲି ଉଚ୍ଚ ସ୍ବରରେ ଉତ୍ତର ଦେଲେ ଜନତା କାର୍ତ୍ତିକ ପାଣ୍ଡିଆନ

• ବିଜେପିର ଚାଲକୁ ବୁଝନ୍ତୁ
• ବିଜେପିର ମିଛ ପ୍ରଚାର ବିଷୟରେ ମଧ୍ୟ ସମସ୍ତଙ୍କୁ ସତର୍କ କରାନ୍ତୁ
• ଆପଣଙ୍କ ଜୋସ୍‌ ଦେଖି ବିରୋଧୀଙ୍କ ନିଦ ଭାଙ୍ଗିଗଲାଣି, ଜଣାପଡୁଛି ବିରୋଧୀଙ୍କୁ ଆପଣ ଠିକ୍‌ ଜବାବ ଦେବେ
• ଆପଣମାନଙ୍କ ଖୁସିରେ ମୁଖ୍ୟମନ୍ତ୍ରୀ ଖୁସି ହୁଅନ୍ତି
• ମୁଖ୍ୟମନ୍ତ୍ରୀଙ୍କ ବିଶାଳ ହୃଦୟ ସବୁଠାରୁ ଭଲ ଜାଗାରେ ସେ ଆଦିବାସୀ ଭାଇଭଉଣୀ ମାନଙ୍କୁ ରଖିଛନ୍ତି, ଆଦିବାସୀ ସଂପ୍ରଦାୟଙ୍କୁ ସେ ବହୁତ ଭଲ ପାଆନ୍ତି
• ସେମାନଙ୍କ କଳା, ସଂସ୍କୃତି, ପୂଜାସ୍ଥଳୀର ରକ୍ଷଣାବେକ୍ଷଣ ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି
• ଡବଲ ଇଞ୍ଜିନ କଥା କହୁଥିବା ବିଜେପି ସରକାର କହିପାରିବେ କି, କେଉଁ ରାଜ୍ୟରେ ଆଦିବାସୀ ମାନଙ୍କ ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି
• ମୁଖ୍ୟମନ୍ତ୍ରୀ ଆଦିବାସୀ ଭାଇଭଉଣୀ ମାନଙ୍କ ଉପରୁ ୫୦ ହଜାର ଛୋଟ ବଡ ପୋଲିସ କେସ୍‌ ରଦ୍ଦ କରିଛନ୍ତି
• ହଜାର ହଜାର ହଷ୍ଟେଲ ମାଧ୍ୟମରେ ଲକ୍ଷ ଲକ୍ଷ ଆଦିବାସୀ ପିଲାଙ୍କୁ ପାଠ ପଢାଉଛନ୍ତି
• ଜଙ୍ଗଲ ଉପରେ ନିର୍ଭରଶୀଳ ଆଦିବାସୀ ଭାଇଭଉଣୀମାନଙ୍କୁ ଜଙ୍ଗଲଜାତ ଦ୍ରବ୍ୟର ଉଚିତ ମୂଲ୍ୟ ଦେବା ପାଇଁ ‘ଲାଭ’ ଯୋଜନା ଆରମ୍ଭ କରିଛନ୍ତି
• ବିରୋଧୀ ଦଳ ନେତା ମାନେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଆପଣଙ୍କ ଭଲ ପାଇବା ଦେଖି ପୁରା ଭାଙ୍ଗି ପଡିଛନ୍ତି
• ଜୁନ ୯ ରେ ନବୀନ ପଟ୍ଟନାୟକ ପୁନର୍ବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସାରା ଓଡିଶା ଜାଣିଲାଣି
• ଶପଥ ନେବା ପରେ ପ୍ରଥମ ଦସ୍ତଖତ ହେବ ଓଡିଶାର ୯୦ ପ୍ରତିଶତ ପରିବାର ପାଇଁ ବିଜୁଳି ବିଲ୍ ଛାଡ
• ଦ୍ବିତୀୟ ଦସ୍ତଖତ ହେବ ସମସ୍ତେ BSKY ନବୀନ କାର୍ଡ ପାଇବେ
• ତୃତୀୟ ଦସ୍ତଖତ ହେବ ୬୦ ବର୍ଷ ପରେ ମିଶନ ଶକ୍ତି ସଦସ୍ୟା ଓ କର୍ମୀମାନଙ୍କ ପାଇଁ ପେନ୍‌ସନ ବ୍ୟବସ୍ଥା, ଏହା ସେମାନଙ୍କର ବହୁ ଦିନର ଦାବୀ ଥିଲା
• ମୁଖ୍ୟମନ୍ତ୍ରୀଙ୍କ ମାଗଣା ବିଜୁଳି ଘୋଷଣା ଶୁଣି ବିରୋଧୀଙ୍କୁ ସକ୍‌ ମାରିଲାଣି, ସେମାନେ କହୁଛନ୍ତି ବିଜୁଳି ମାଗଣା ଦେବେ
• ଏଥିପାଇଁ ଆପଣଙ୍କୁ ୫୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିବ, ତା ପରେ ସୋଲାର ପ୍ୟାନେଲ ମାଧ୍ୟମରେ ସୂର୍ଯ୍ୟକିରଣରୁ ପାଇବେ ମାଗଣା ବିଜୁଳି, ଦିନରେ ଲଣ୍ଠନ ଦେଖାଉଛି ବିଜେପି ଦଳ

• ମୁଖ୍ୟମନ୍ତ୍ରୀ ସବୁବେଳେ ଆପଣଙ୍କ ସୁଖଦୁଃଖରେ ଅଛନ୍ତି
• ମୁଖ୍ୟମନ୍ତ୍ରୀଙ୍କ ବିକାଶର ବାର୍ତ୍ତାକୁ ଘରେ ଘରେ ପହଞ୍ଚାନ୍ତୁ
• ଆନନ୍ଦପୁରରେ ୫୦ ହଜାର ଓ ଘଷିପୁରରେ ୬୦ ହଜାର ଭୋଟ ବ୍ୟବଧାନରେ ଜିତାଇବା ପାଇଁ ପ୍ରତିଶୃତି ଦେଲେ ଜନତା

Leave A Reply