Odisha news

ପୋୖରାଞ୍ଚଳରେ ମୁଖ୍ୟମନ୍ତ୍ରୀଙ୍କ “ମୁକ୍ତା” ଯୋଜନାର କାର୍ଯ୍ୟାରମ୍ଭ : ୧୫ ଏସଏସଜିକୁ କାର୍ଯ୍ୟାଦେଶ ପ୍ରଦାନ

0

ହିଞ୍ଜିଳିକାଟୁ,୨୬/୧୨:-ଏକ ସମୃଦ୍ଧ ଓଡିଶା ଗଠନର ପରିକଳ୍ପନା କୁ ସାକାର କରିବା ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିକାଶ ଧାରାକୁ ଜାରି ରଖିଛନ୍ତି।ସାରା ରାଜ୍ୟରେ ଥିବା ସହର ସମେତ ମୁଖ୍ୟମନ୍ତ୍ରୀ ନିଜେ ପ୍ରତିନିଧିତ୍ୱ କରୁଥିବା ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ମହାନଗର ନିଗମ,୧୪ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ଏକମାତ୍ର ପୌର ପରିଷଦକୁ ମୁକ୍ତା ଯୋଜନାରେ ସାମିଲ କରିଛନ୍ତି।ସହରର ବିକାଶ ପ୍ରକ୍ରିୟାକୁ ଅଧିକ କ୍ରିୟାଶୀଳ କରିବା ଲକ୍ଷ୍ୟରେ ମୁକ୍ତା ଯୋଜନାରେ ସାମିଲ ହୋଇଥିବା ଉନ୍ନୟନ ପ୍ରକଳ୍ପ ଗୁଡିକୁ ଅନୁମୋଦନ କରି କୋଟି କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।ଗଞ୍ଜାମ ଜିଲ୍ଲାର ଏକମାତ୍ର ପୌର ପରିଷଦ, ହିଞ୍ଜିଳିକାଟୁର ବିକାଶ ସହ ଜନ ସାଧାରଣଙ୍କ ଆବଶ୍ୟକତା ଅନୁଯାୟୀ ଗତ ନଭେମ୍ବର ୨୯ରେ  ହିଞ୍ଜିଳି ବିଧାୟକ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪୦ ଟି ପ୍ରକଳ୍ପ ନିମନ୍ତେ ୩ କୋଟି ୩ ଲକ୍ଷ ୬୬ହଜାର ଟଙ୍କାର ଅନୁମୋଦନ ସହ ବ୍ୟୟ ମଞ୍ଜୁର କରିଛନ୍ତି। ଏହି ପରିପ୍ରେକ୍ଷୀରେ ମୁକ୍ତା ଯୋଜନାରେ ବାସ୍ତବ ଲକ୍ଷ୍ୟ ହାସଲ ନିମନ୍ତେ ରବିବାର ସହରର ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ଉନ୍ନୟନ ପ୍ରକଳ୍ପ ସମ୍ପାଦନା ନିମନ୍ତେ ପ୍ରାଥମିକତା ଦିଆଯାଇଛି ।

ପୈାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ ମନୋରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୈାର ପ୍ରଶାସିକା ଲିନା କୁମାରୀ ଖେସ ମୁଖ୍ୟ ଓ ସମ୍ମାନିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ଡିଆରଡିଏ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର ଯୋଗଦେଇଥିଲେ । ପ୍ରଥମ ପଦକ୍ଷେପ ସ୍ବରୂପ ୧୫ଟି ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା । ରାଜ୍ୟ ସରକାରଙ୍କ ମହିଳା ସଶକ୍ତିକରଣ ଆଭିମୁଖ୍ୟକୁ ପ୍ରାଧାନ୍ୟ ଦେଇ ଏସଏଚଜି ଗୃଫକୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା । ଅବଶିଷ୍ଟ କାର୍ଯ୍ୟକୁ ପର୍ଯ୍ୟାୟ କ୍ରମେ ଅବଶିଷ୍ଟ ୨୭ ଟି ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯିବା ନେଇ ସୂଚନା ମିଳିଛି ।ସହରର ସ୍ବଚ୍ଛତା କ୍ଷେତ୍ରରେ ପ୍ରମୁଖ ଦାୟିତ୍ଵ ନିଭାଇଥିବା  ସଫେଇ ଭାଇ ଓ ଭଉଣୀ ମାନଙ୍କୁ ଶୀତବସ୍ତ୍ର ପ୍ରଦାନ ଓ ମଳ ବିଶୋଧନ କେନ୍ଦ୍ରରେ କାର୍ଯ୍ୟରତ ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ଏକକ ପୋଷାକ ପ୍ରଦାନ କରାଯାଇଥିଲା । ସଫେଇ କ୍ଷେତ୍ରରେ ଉତ୍କୃଷ୍ଟ କାର୍ଯ୍ୟ ନିର୍ବାହ ନିମନ୍ତେ ଗୋଲାପ ନାୟକ ଓ ସଞ୍ଜୟ ନାୟକଙ୍କୁ ପ୍ରମାଣପତ୍ର ପ୍ରଦାନ ସହ ସମ୍ବନ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ପୈାର ଯନ୍ତ୍ରୀ ପ୍ରମୋଦ କୁମାର ନାୟକ, କନିଷ୍ଠ ଯନ୍ତ୍ରୀ ଦିଲିପ କୁମାର ମିଶ୍ର, ମାନସ ରଞ୍ଜନ ଦାଶ, ପରିମଳ  ଅଧିକାରୀ ଅଭିଜିତ ପୁରୋହିତ, ସୁବାଷ ପଟ୍ଟନାୟକ, ଛବି ନାରାୟଣ ପଣ୍ଡା, ଅରୁଣ ପାଢି, ବିବେକାନନ୍ଦ ମହାପାତ୍ର, କିଶାନ କୁମାର ପାତ୍ର, ସୁଶାନ୍ତ ବେହେରାଙ୍କ ସମେତ ସମସ୍ତ ପୈାର କର୍ମଚାରୀ ଉପସ୍ଥିତ ଥିଲେ । ପରେ ବଡାଖାନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସଫେଇ ଭାଇ, ଦିଦି, ସ୍ବଚ୍ଛ ସାଥୀ ଅଂଶ ଗ୍ରହଣ କରିଥିଲେ ।

Govt
Leave A Reply