ଲବଙ୍ଗ ରେ ରହିଛି – ସୋଡିୟମ,ପୋଟାସିୟମ,ଭିଟାମିନ ସି,ଭିଟାମିନ ଏ, ଫୋଲେଟ, ଫସଫରସ, ମଗ୍ନେଶୀୟମ, ଆଇରନ, କ୍ୟାଲସିୟମ, ଫାଇବର ଭଳି ଅନେକ ପୋଷାକ ତତ୍ୱ l ଏହାକୁ ନିୟମିତ ସେବନ କରିବା ଦ୍ୱାରା ଶରୀରର ଅଧିକାଂଶ ରୋଗ ଠାରୁ ଦୁରେଇ ରହିଥାଉ l
– ସକାଳୁ ଖାଲି ପେଟରେ ୨ଟି ଲବଙ୍ଗ ଚୋବାଇବା ଦ୍ୱାରା ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଥାଏ l କାରଣ ଲବଙ୍ଗ ରେ ଆଣ୍ଟି ଅକ୍ସୀ ଡାଂଟ ଗୁଣ ରହିଥାଏ l ତେଣୁ ପ୍ରତିଦିନ ସକାଳୁ ଦୁଇଟି ଲବଙ୍ଗ ଚୋବାଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଥାଏ l
– ଦାନ୍ତ ରେ ଯନ୍ତ୍ରଣା ହେବା ଦ୍ୱାରା ସାଧାରଣ ଭାବରେ ଆମେ ଲବଙ୍ଗ ତେଲ ଲଗାଇ ଥାଉ l ଯଦି ଆମେ ସକାଳୁ ୨ଟି ଲବଙ୍ଗ ଚୋବାଇବା ତେବେ ଦାନ୍ତର ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର ହୋଇଥାଏ l
– ସକାଳୁ ଖାଲି ପେଟରେ ୨ଟି ଲବଙ୍ଗ ଖାଇବା ଦ୍ୱାରା ପେଟ ପାଇଁ ଖୁବ ହିତକର ହୋଇଥାଏ l କାରଣ ଲବଙ୍ଗ ରେ ଫାଇବର ମାଟ୍ରା ଖୁବ ଅଧିକ ରହିଥାଏ l ଏହାକୁ ନିୟମିତ ସକାଳୁ ଚୋବାଇ ଖାଇବା ଦ୍ୱାରା ପାଚନ ତନ୍ତ୍ର ମଜବୁତ ହୋଇଥାଏ ଓ ପେଟ ସମ୍ୱନ୍ଧୀୟ ବିଭିନ୍ନ ସମସ୍ୟା ଦୂର ହୁଏ l
– ଯଦି କେହି ଥଣ୍ଡା କାଶ ଦ୍ୱାରା ପୀଡିତ ଅଛନ୍ତି ତେବେ ସକାଳୁ ଖାଲି ପେଟରେ ୨ଟି ଲବଙ୍ଗ ଚୋବାଇ ଖାଇବା ଆବଶ୍ୟକ l କାରଣ ଲବଙ୍ଗ ଖାଇବା ଦ୍ୱାରା ଶରୀର କୁ ଥଣ୍ଡା ଜନିତ ସମସ୍ୟା ଠାରୁ ଦୁରେଇ ରଖିଥାଏ ଓ କାଶ ଦୂର ହୁଏ l
– ଲବଙ୍ଗ ସେବନ ଦ୍ୱାରା ଲିଭର ର ଅଧିକାଂଶ ସମସ୍ୟା ଦୂର ହୋଇଥାଏ l ଲବଙ୍ଗ ଲିଭର ଫଙ୍କସନ କୁ ଉନ୍ନତ କରିଥାଏ l ତା ସହିତ ଲବଙ୍ଗ ସେବନ ଲିଭର କୁ ଉନ୍ନତ କରିଥାଏ l ତେଣୁ ପ୍ରତିଦିନ ସକାଳୁ ଖାଲି ପେଟରେ ୨ଟି ଲବଙ୍ଗ ଖାଆନ୍ତୁ l