Odisha news

ଚଳିତ ଥର ଚୈତ୍ର ପୂର୍ଣ୍ଣମୀରେ ରହିଛି ବିଶେଷ ଯୋଗ : କରନ୍ତୁ ଏହି ଉପାୟରେ ମା ଲକ୍ଷ୍ମୀ ଓ ଶନିଦେବଙ୍କୁ ସନ୍ତୁଷ୍ଟ

0

ଆମ ହିନ୍ଦୁ ଧର୍ମରେ ମାସର ଶେଷ ଦିନଟି ହେଉଛି ପୁର୍ଣିମା l ଚଳିତ ଚୈତ୍ର ମାସର ଶେଷଦିନ ହେଉଛି ଚୈତ୍ର ପୁର୍ଣିମା l ଚଳିତ ଥର ଚୈତ୍ର ପୂର୍ଣମୀ ଶନିବାର ଅପ୍ରେଲ ୧୬ ତାରିଖ ଦିନ ପଡିବ l ଚଳିତ ଥର ଚୈତ୍ର ପୁର୍ଣିମା ରେ ବିଶେଷ ଯୋଗ ଘଟୁଛି l ଶାସ୍ତ୍ର ଅନୁସାରେ ଏହିଦିନ ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ଦ୍ୱାରା ଧନର ଅଭାବ ରହି ନଥାଏ l ଏହିଦିନ ଶନି ଦେବଙ୍କର ପୂଜା ମଧ୍ୟ ଅନୁଷ୍ଠିତ ହୋଇଥାଏ l ମା ଲକ୍ଷ୍ମୀଙ୍କ ର ପୁର୍ଣିମା ଦିନଟି ଖୁବ ପ୍ରିୟ ଅଟେ l

* ଶାସ୍ତ୍ର ଅନୁସାରେ ଏହିଦିନ ଲକ୍ଷ୍ମୀଙ୍କ କୃପା ଲାଭ କରିବା ପାଇଁ ଲକ୍ଷ୍ମୀଙ୍କ ନିକଟରେ ୧୧ ଟି କଉଡ଼ି ଅର୍ପଣ କରନ୍ତୁ l ତା ସହିତ ଲକ୍ଷ୍ମୀଙ୍କ ତିଳକ ହଳଦୀ ଓ ଚନ୍ଦନ ରେ କରନ୍ତୁ l ପୁର୍ନମି ପରଦିନ ଏହି କଉଡ଼ି ଗୁଡିକୁ ଗୋଟିଏ ନାଲି କପଡା ରେ ବାନ୍ଧି ଆଲମାରୀ ଭିତରେ ରଖି ଦିଅନ୍ତି l ଏପରି କରିବା ଦ୍ୱାରା ଲକ୍ଷ୍ମୀଙ୍କ କୃପା ବରଷିବ l

* ଚୈତ୍ର ପୁର୍ନମି ଦିନ ଚନ୍ଦ୍ର ଙ୍କ ଉଦୟ ସମୟରେ କଞ୍ଚା କ୍ଷୀର ରେ ଚାଉଳ ମିଶାଇ “ଓମ ଶସୀସଂ ଚନ୍ଦ୍ରମାୟେ ନମଃ ମନ୍ତ୍ର ଜପ କରନ୍ତୁ ଓ ଚନ୍ଦ୍ରମା ଙ୍କୁ ଅର୍ଘ୍ୟ ଦିଅନ୍ତୁ l ଏପରି କରିବା ଦ୍ୱାରା ଆର୍ଥିକ ସମସ୍ୟା ଦୂର ହୋଇଯାଏ l

* ଶାସ୍ତ୍ର ଅନୁସାରେ ପୁର୍ଣିମା ଦିନ ଓସ୍ତ ବୃକ୍ଷ ମୂଳକୁ ମାତା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ l ତେଣୁ ଚୈତ୍ର ପୁର୍ନମି ଦିନ ସକାଳୁ ଓସ୍ତ ବୃକ୍ଷକୁ ଅର୍ଘ୍ୟ ଦେଇ କିଛିଟା ମିଠା ଜିନିଷ ଅର୍ପଣ କରନ୍ତୁ l ଏପରି କଲେ ଘରର ସମସ୍ତ ବିଘ୍ନ ଦୂର ହୋଇଥାଏ l

* ବୈବାହିକ ଜୀବନ ର ସୁଖ ସମୃଦ୍ଧି ପାଇଁ ସ୍ୱାମୀ ସ୍ତ୍ରୀ ମିଶି ଚନ୍ଦ୍ର ଙ୍କୁ ଅର୍ଘ୍ୟ ଦେବା ଉଚିତ , ଏହାଦ୍ୱାରା ସମ୍ପର୍କ ରେ ମଧୁରତା ଆସିବ l

* ଚଳିତ ଥର ଚୈତ୍ର ପୁର୍ନମି ଶନିବାର ଦିନ ପଡୁଥିବା କାରଣରୁ ଶନି ଦେବଙ୍କ ପ୍ରକୋପ ରୁ ରକ୍ଷା ପାଇବା ପାଇଁ ଶନି ଚାଳିଶା ପାଠ କରନ୍ତୁ l ମାନ୍ୟତା ରହିଛି ଯେ ପୂର୍ଣିମା ତିଥିରେ ଶନି ଦେବ ଙ୍କୁ ସନ୍ତୁଷ୍ଟ କଲେ ଜୀବନ ର ସମସ୍ତ ସମସ୍ୟା ଦୂର ହୋଇଥାଏ l

Leave A Reply