Odisha news

ପିତାଙ୍କୁ ମୁଖାଗ୍ନି ଦେବା ସମୟରେ ବେହୋସ ହୋଇ ପଡିଗଲେ ଚିରାଗ ପାଶ୍ବାନ : ତାପରେ …

0

ପାଟନା : କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶ୍ବାନଙ୍କର ଜନାର୍ଦନ ଘାଟରେ ଅନ୍ତିମ ସଂସ୍କାର କରାଗଲା l ଏହି ସମୟରେ ପୁଅ ଚିରାଗ ପାଶ୍ବାନ ପିତାଙ୍କୁ ମୁଖାଗ୍ନି ଦେଇଥିଲେ l ପିତାଙ୍କୁ ମୁଖାଗ୍ନି ଦେବା ସମୟରେ ଚିରାଗ ବେହୋସ ହୋଇ ତଳେ ପଡିଗଲେ l ପାଟନାର ଗଙ୍ଗା ନଦୀ କୂଳରେ ଚିରାଗ କେତେବେଳେ ପିତାଙ୍କ ଶୋକରେ ଲୁହ ପଛୁଥିଲେ ତ କେତେବେଳେ ନିଜକୁଂ ସମ୍ଭାଳୁଥିଲେ l ଚିରାଗ ବେହୋସ ହେବାପରେ ତାଙ୍କର ଦାଦା ପୁଅ ଭାଇମାନେ ଓ ଉପସ୍ଥିତ ଜନତା ଚିରାଗକୁ ସମ୍ଭାଳିଥିଲେ l

ରାମବିଳାସଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବାପାଇଁ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ,ମୁଖ୍ୟମନ୍ତ୍ରୀ ନୀତିଶ କୁମାର ,ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି ,ତେଜସ୍ୱୀ ଯାଦବ ,ସାଂସଦ ରାମକୃପାଲା ଯାଦବ ପ୍ରଭୃତି ନେତା ମାନେ ଉପସ୍ଥିତ ଥିଲେ l ଗଙ୍ଗା ଘାଟରେ ଅନ୍ତିମ ସଂସ୍କାର ପୂର୍ବରୁ ନେତା ମାନେ ଶ୍ରଦ୍ଧାଞ୍ଜଳି ଦେଇଥିଲେ l ତାପରେ ରାମବିଳାଶଙ୍କର ଅନ୍ତିମ ସଂସ୍କାର ରାଷ୍ଟ୍ରୀୟ ସମ୍ମାନ ସହିତ କରା ଯାଇଥିଲା l ଏହି ସମୟରେ ସେନାର ଯବାନ ମାନେ ଗାର୍ଡ ଅଫ ଅନର ଦେଇଥିଲେ l

ବିହାର ରାଜନୀତିର ଚର୍ଚିତ ଚେହେବର ରାମବିଳାସ ପାଶ୍ବାନଙ୍କର ଅନ୍ତିମ ସଂସ୍କାରରେ ସାମିଲ ହେବl ପାଇଁ ହଜାର ହଜାର ଜନତାଙ୍କ ଭିଡ ସକାଳୁ ସକାଳୁ ଜନାର୍ଦନ ଘାଟରେ ପହଞ୍ଚି ଯାଇଥିଲା l ଲୋକମାନଙ୍କୁ ଅଟକାଇବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ଲୋକମାନେ ବ୍ୟାରିକେଟିଙ୍ଗ ଭାଙ୍ଗି ତାଙ୍କର ପ୍ରିୟ ନେତାଙ୍କୁ ଶେଷ ଦର୍ଶନ କରିବା ପାଇଁ ଯାଇଥିଲେ l ରାମବିଳାସ ପାଶ୍ବାନ ବିହାର ରାଜନୀତିରେ ଲୋକମାନଙ୍କର ପ୍ରିୟ ନେତା ଭାବରେ ସବୁବେଳେ ନିଜର ସ୍ଥାନ ବଜାଇ ରଖିଥିବା ହେତୁ ବିହାର ଜନତା ଆଜି ମଧ୍ୟ ତାଙ୍କୁ ଝୁରୁଛନ୍ତି l ଗଙ୍ଗା ଘଟ କୂଳରେ ପୋଲିସ କର୍ମୀ ମାନେ ଜନତାଙ୍କର ଭିଡକୁ କଠିନତାର ସହିତର ଅଟକାଇଥିଲେ l

Leave A Reply