ଉହାନ୍ ଲାବରେଟରୀରେ କରୋନା ଭୂତାଣୁ ସୃଷ୍ଟି କରାଯାଇଥିଲା ବୋଲି ଚୀନ୍ର ଯେଉଁ ମହିଳା ଭୂତାଣୁବିତ୍ ଟ୍ୱିଟର ମାଧ୍ୟମରେ ବିସ୍ପୋରକ ତଥ୍ୟ ପ୍ରକାଶ କରିଥିଲେ, ତାଙ୍କ ଟ୍ୱିଟର ଏକାଉଣ୍ଟକୁ ସସ୍ପେଣ୍ଡ୍ କରିଦିଆଯାଇଛି । ଡକଫର ଲି ମେଙ୍ଗ୍-ୟାନ୍ଙ୍କ ମତରେ ଏହି ମାରାତ୍ମକ ଭୂତାଣୁ ପ୍ରାକୃତିକ ପ୍ରକି୍ରୟାରେ ଜନ୍ମ ହୋଇ ନାହିଁ । <ଏହାକୁ ବଡ଼ ସହଜରେ ସୃଷ୍ଟି କରିବାକୁ ପ୍ରାୟ ୬ମାସ ଲାଗିଥିଲା । ଗତବର୍ଷ କରୋନା ଭାଇରସ୍ର ଉକ୍ସଊତ୍ତିସ୍ଥଳ (ଗ୍ରାଉଣ୍ଡ୍ ଜିରୋ) ଉହାନର ଯେଉଁ ଡାକ୍ତରମାନେ ପ୍ରଥମେ ଏପରି ଏକ ନୂଆ ଭାଇରସ୍ ବିଷୟରେ ଚେତାବନୀ ଦେଲେ, ଚୀନ୍ର କମୁ୍ୟନିଷ୍ଟ ସରକାର ସେମାନଙ୍କ ମୁହଁ ବନ୍ଦ କରିଦେଲା । ଡ. ୟାନ୍ ହଂକଂ ସ୍କୁଲ୍ ଅଫ୍ ପବ୍ଲିକ୍ ହେଲ୍ଥରେ ରିସର୍ଚ୍ଚ ସ୍ପେସାଲିଷ୍ଟ ଥିଲେ । ୨୦୧୯ ଡିସେମ୍ବର ୩୧ ତାରିଖ ଦିନ ତାଙ୍କୁ ତାଙ୍କ ସୁପରଭାଇଜର ସାର୍ସ-ଅନୁରୂପ ନୂଆ ଭୂତାଣୁ (ନୂଆ କରୋନା ଭାଇରସ୍) ଉପରେ ଗବେଷଣା କରିବାକୁ କହିଲେ । କି;ୁ ପରେ ତାଙ୍କ ଗବେଷଣା ଉପରେ କଟକଣା ଲଗାଇ ଦିଆଗଲା ଏବଂ କୁହାଗଲା ଏପର୍ଯ୍ୟନ୍ତ ନୂଆ ଭାଇରସ୍ ବିଷୟରେ ତୁମକୁ ଜଣାଥିବା ତଥ୍ୟ ବିଷୟରେ କିଛି ଯଦି ତୁମେ ପ୍ରକାଶ କରିବ, ସରକାରଙ୍କ ଲୋକମାନେ ତୁମକୁ ଉଠାଇନେବେ, ତୁମର ଆଉ ପତ୍ତା ମିଳିବ ନାହିଁ । ଏଥିରେ ଡରିଯାଇ ୟାନ୍ ଯୁକ୍ତରାଷ୍ଟ୍ର ଆମେରିକାକୁ ଲୁଚି ପଳାଇଗଲେ । ନୂଆ କରୋନା ଭାଇରସ୍ର ଜିନୀୟ ଗଠନ ପ୍ରଣାଳୀ ଉପରେ ଅଧ୍ୟୟନ କରି ୟାନ୍ ଓ ତାଙ୍କର ଜଣେ ସହଯୋଗୀ ବୁଧବାର ଟ୍ୱିଟର ପୃଷ୍ଠାରେ ପ୍ରକାଶ କଲେ ଯେ, ଏ ଭୂତାଣୁକୁ ଲାବ୍ରେହିଁ ସୃଷ୍ଟି କରାଯାଇଛି । ତେବେ ଅନ୍ୟ ବୈଜ୍ଞାନିକମାନେ ଏ କଥାର ପ୍ରମାଣ ନାହିଁ ବୋଲି ଦର୍ଶାଇ ଡ. ୟାନ୍ଙ୍କ ରିପୋର୍ଟକୁ ଅଗ୍ରାହ୍ୟ କରିଦେଇଛନ୍ତି । ଟ୍ୱିଟର କର୍ତ୍ତୃପକ୍ଷ କାରଣ ନ ଦଶାଇ ତାଙ୍କ ଏକାଉଣ୍ଟକୁ ସସ୍ପେଣ୍ଡ୍ କରିଛନ୍ତି ।