Odisha news

ଚୀନ୍ କୁ ଜବାବ୍ ଦେବା ପାଇଁ ଲାଧାଖ ରେ ୧୫ ହଜାରରୁ ଅଧିକ ଭାରତୀୟ ସୈନ୍ୟ ମୁତୟନ

ନୂଆଦିଲ୍ଲୀ : ପୂର୍ବ ଲଦାଖ ରେ ଚୀନ୍ ଶୈନ୍ୟକୁ ରୋକିବା ପାଇଁ ଭାରତୀୟ ସେନା ଆତଙ୍କବାଦ ବିରୋଧୀ ଅଭିଯାନ ନିଜର ୟୁନିଟ କୁ ଜାମ୍ମୁ କାଶ୍ମୀର ରୁ ପର୍ବ ଲଦାଖ କୁ ସ୍ଥାନାନ୍ତର କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ଗତ କିଛିଦିନ ହେଲାଣି ଲଦାଖ ସେକ୍ଟର ରେ ସୈନ୍ୟ ମୁତୟନ କରାଯାଇଛି ଓ ଏହି ଯବାନ ପିପୂଲ୍ଡ ଲିବରେଶନ ଆର୍ମି ଦ୍ଵାରା ଭବିଷ୍ୟତରେ ଲେହ ସ୍ଥିତ ମୁଖ୍ୟାଳୟ ରେ ମୁତୟନ କରାଯାଇଛି ।
ପୂର୍ବ ଲଦାଖ ରେ ଗତବର୍ଷ ଅପ୍ରେଲ ମାସରୁ ଚୀନ୍ ଚାଲବାଜି କରିବା ପାଇଁ ଚେଷ୍ଟା କରିଥିଲା । ଅନେକ ଦିନ ଧରି କଥାବାର୍ତ୍ତା ଚାଲିବା ପରେ କିଛି ପଏଣ୍ଟ କୁ ନେଇ ଚୀନ୍ ସୈନ୍ୟ ସାମାନ୍ୟ ପଛକୁ ହଟି ଥିଲେ । କିନ୍ତୁ ବର୍ତ୍ତମାନ୍ ମଧ୍ୟ ଅନେକ ପଏଣ୍ଟ ରେ ଚୀନ୍ ସୈନ୍ୟ ଉପସ୍ଥିତ ଅଛନ୍ତି । ଚୀନ୍ ର ଅକ୍ରମକତାକୁ ଦେଖି ଭାରତ ଗୋଟିଏ ଡିଭିଜନ ବଦଳରେ ସୈନ୍ୟ ମାନଙ୍କର ସଂଖ୍ୟାକୁ ବଢ଼ାଇଛି ।
ଭାରତୀୟ ସେନାର ୧୭ ମାଉଣ୍ଟେନ୍ ଷ୍ଟ୍ରାଇକ କୋର୍ କୁ ଚୀନ୍ ସୀମାରେ ଯେ କୌଣସି ପରିସ୍ଥିତି ସହିତ ମୁକାବିଲା କରିବା ପାଇଁ ୧୦ ହଜାର ଅତିରିକ୍ତ ସୈନିକ ଭାବରେ ଗୋଟିଏ ବଡ଼ ବୁଷ୍ଟ ମିଳିଛି , ଯାହା ଚୀନ୍ ବିରୁଦ୍ଧରେ ପ୍ରତିଉତର ଦେଇ ପାରିବ ।
ଏହାର ଶକ୍ତି ଏପରି ସମୟରେ ବଢ଼ା ଯାଇଛି ଯେତେବେଳେ ଭାରତ ଓ ଚୀନ୍ ଦୀର୍ଘ ସମୟ ଧରି ସୈନ୍ୟ ଗତିରୋଧ ରେ ଲାଗି ରହିଛନ୍ତି । ଗତ ବର୍ଷରୁ ଭାରତ ସୀମାରେ ଅଧିକ ମାତ୍ରାରେ ଚୀନ୍ ସୈନ୍ୟ ମୁତୟନ ହୋଇଛନ୍ତି । ବର୍ତ୍ତମାନ୍ ଭାରତ ସୈନ୍ୟ ବାହିନୀକୁ ବିସ୍ତାର ପ୍ରକ୍ରିୟା ଚାଲିଛି । ଭାରତୀୟ ସେନା ଚୀନ୍ ସେନାକୁ ପଛକୁ ହଟାଇବା ପାଇଁ ସକ୍ଷମ ମଧ୍ୟ ହୋଇଛି ।

Comments are closed.