Odisha news

ଚୀନ୍ ସହିତ ଉତେଜନା ସମୟରେ ଆମେରିକା ଡ୍ରୋନ୍ ସାମିଲ ହେଲା ଭାରତୀୟ ନୌସେନାରେ

0

ନୂଆଦିଲ୍ଲୀ : ସୀମାରେ ଚୀନ ସହିତ ଉତେଜନା ଚାଲିଥିବା ସମୟରେ ଆମେରିକା ଓ ଭାରତର ନିବିଡ଼ତା ବଢିବା ଏହା ସଂକେତ ଦେଉଛି ଯେ ଆମେରିକାର ଗୋଟିଏ କମ୍ପାନୀ ଠାରୁ ଲିଜ୍ ରେ ନିଆଯାଇଛି ଦୁଇଟି ପ୍ରିଡେଟର ଡ୍ରୋନ୍,ଯାହା ଭାରତୀୟ ନୌ ସେନାରେ ସାମିଲ କରାଯାଇଛି l କାରଣ ଏହା ହିନ୍ଦ ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ନଜର ରଖିବା l

ଏହି ପ୍ରିଡେଟର ଡ୍ରୋନ୍ ପୂର୍ବ ଲଦାଖର ବାସ୍ତବିକ ନିୟନ୍ତ୍ରଣ ରେଖା ଉପରେ ମୁତୟନ କରାଯାଇପାରେ l ବର୍ତମାନ ଆମେରିକାର ଡ୍ରୋନ୍ କୁ ଭାରତ ଚୀନ ବିବାଦକୁ ଆଖି ଆଗରେ ରଖି ରକ୍ଷାମନ୍ତ୍ରଣାଳୟ ପକ୍ଷରୁ ନୌ ସେନାରେ ସାମିଲ କରିବା ପାଇଁ ମଞ୍ଜୁରୀ ଦିଆଗଲା l ବିଶେଷ ସୂତ୍ରରୁ ଜଣ ପଡିଛି ଯେ ଏହି ଡ୍ରୋନ୍୨୧ ନଭେମ୍ବରରେ ନୌ ସେନାର INS ରଜାଲି ବେଶରେ ଅପରେସନ୍ ରେ ସାମିଲ କରାଯାଇଥିଲା l

ନୌସେନା ପକ୍ଷରୁ ସୂଚଚନା ଦିଆଯାଇଛି ଯେ ଏହି ଡ୍ରୋନ୍ ଆରମ୍ଭରୁ ଅପରେସନ୍ ରେ ସାମିଲ ହୋଇ ସାମୁଦ୍ରିକ ଶକ୍ତି ପାଇଁ ଅତ୍ୟନ୍ତ ଉପଯୋଗୀ ବୋଲି ଦର୍ଶାଇଛି l ମିଳିଥିବା ସୂଚନାରୁ ଜଣାପଡିଛି ଯେ କମ୍ପାନୀ ପକ୍ଷରୁ ଆମେରିକାର କ୍ରୁ ମେମ୍ବର ମଧ୍ୟ ଆସିଛନ୍ତି , ଯେଉଁମାନେ ମେସିନକୁ ଅପରେଟ କରିବା ପାଇଁ ନୌସେନାକୁ ସାହାଯ୍ୟ କରିବେ l

ସୂଚନା ମିଳିଛି ଯେ ଏହି ଡ୍ରୋନ୍ ଗୁଡିକ ଭାରତୀୟ ରଙ୍ଗରେ ଉଡୁଛନ୍ତି l ଅମାନଙ୍କୁ ଗୋଟିଏ ବର୍ଷ ପାଇଁ ଲିଜ୍ ରେ ଅଣାଯାଇଛି l ଏହା ସହିତ ତିନିଟି ସେନାର ମୁଖ୍ୟ ଚିନ୍ତା କରୁଛନ୍ତି ଯେ ଆମେରିକାରୁ ଏହି ଭଳି ଆଉ ୧୮ ଟି ଡ୍ରୋନ୍ କିଣାଯିବ l ପୂର୍ବ ଲଦାଖରେ ଚୀନର ଅନୁପ୍ରବେଶ ବିରୁଦ୍ଧରେ ଭାରତ ଓ ଆମେରିକା ଖୁବ ନିକଟତର ହୋଇ କାମ କରୁଛନ୍ତି ଓ ଆମେରିକା ପକ୍ଷରୁ ଏହି ପରି ସାହାଯ୍ୟ ମିଳିଛି l

Leave A Reply