ନୂଆଦିଲ୍ଲୀ : ଜାମୁ କାଶ୍ମୀରରୁ ଅନୁଛେଦ ୩୭୦ ହଟାଯିବା ପରେ , ଏହି ମୁଦାକୁ ଅନ୍ତରାଷ୍ଟ୍ରୀୟ କରଣ କରିବା ପାଇଁ ଚେଷ୍ଟା ଚଳାଇଥିବା ପାକିସ୍ତାନକୁ ପୁଣି ଏକ ବଡ଼ ଝଟକା ମିଳିଛି l ପାକିସ୍ତାନ ନିଜର ପ୍ରିୟବନ୍ଧୁ ଚୀନର ସହଯୋଗରେ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ଏହି ମାମଲାକୁ ପୁଣି ଉଠାଇଛି l ଚୀନ ଏକ ତରଫl ଫଇସଲା ନେଇ ଜାମୁ କାଶ୍ମୀରର ମୁଦାକୁ ଅବୈଧ ବୋଲି କହିଥିଲା l କିନ୍ତୁ ତାକୁ ଅପଦସ୍ତ ହେବାକୁ ପଡିଲା l
ସଂଯୁକ୍ତ ରାଷ୍ଟ୍ର ପରିଷଦର ପାଖାପାଖି ସମସ୍ତ ସଦସ୍ୟ କହିଥିଲେ ଯେ ଏହା ଦ୍ୱିପାକ୍ଷିକ ମାମଲା ଅଟେ l ଏହାକୁ ଭାରତ ଓ ପାକିସ୍ତାନ ଅପସା ବୁଝାବଣାରେ ସମାଧାନ କରିବେ l ସଂଯୁକ୍ତ ରାଷ୍ଟ୍ରରେ ଭାରତର ସ୍ଥାୟୀ ପ୍ରତିନିଧି ଟି ଏସ ଟିରୁମୁର୍ତ୍ତି ଟ୍ୱିଟ କରି କହିଥିଲେ ଯେ ପାକିସ୍ତାନର ଆଉ ଏକ ପ୍ରୟାସ ବିଫଳ ହୋଇଗଲା l ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ଅନୌପଚାରିକ ବୈଠକରେ ପାଖାପାଖି ସମସ୍ତ ଦେଶ ମତ ଦେଇଥିଲେ ଯେ ଜାମୁ କାଶ୍ମୀର ଦୁଇ ପକ୍ଷୀଙ୍କ ମୁଦା ଅଟେ ଓ ଏହା ସଦସ୍ୟ ମାନଙ୍କର ଧ୍ୟାନ ଦେବାର ବିଷୟ ନୁହେଁ l
ମିଳିଥିବା ସୂଚନା ଅନୁସାରେ ଆମେରିକା ବିନା କୌଣସି କାରଣକୁ ନେଇ ବୈଠକର କରିବାର ଦବାଵ ଦେଇଥିଲା ,ଯେଉଁଥିରେ ଚୀନ ମଧ୍ୟ ସହମତି ଜଣାଇଥିଲା l ଅନ୍ୟ ସମସ୍ତ ସଦସ୍ୟ ଦେଶ ବ୍ରିଟେନ ,ଜର୍ମାନୀ ;ଡୋମିନିକନ ରିପବ୍ଲିକ ,ଭିଅତ ନାମl ,ଇଣ୍ଡୋନେସିଆ ,ଫ୍ରାନ୍ସ ,ଏଷ୍ଟନିଆଁ ଓ ବେଲଜିୟମ ଏହାକୁ ଦ୍ୱିପାକ୍ଷିକ ମୁଦା କହିଥିଲେ l ଏହା ଭାରତ ଓ ପାକିସ୍ତାନ ଅପସା ବୁଝାବଣା ଦ୍ୱାରା ସମାଧାନ କରିବେ l ୧୫ ସଦସ୍ୟ ବିଶିଷ୍ଟ ଏହି ପରିଷଦରେ ଚୀନ ଅଲଗା ପଡିଗଲା l
ଏହି ବୈଠକରେ କୌଣସି ସମାଧାନ ବାହାରିଲା ନାହିଁ ,ସେଥିପାଇଁ ଅନେକ ଦେଶ ଆମେରିକା ସହିତ ଠିଆ ହେବାର ଦେଖିବାକୁ ମିଳିଲା l ସୂଚନା ଯୋଗ୍ୟଯେ ପାକିସ୍ତାନରେ ରହିଥିବା ଚୀନ ରାଜଦୂତ ଝାଙ୍ଗ ଜୁନ କହିଥିଲେ କି ଚୀନ କାଶ୍ମିରକୁ ନେଇ ଗଁଆମ୍ଭର ଅଛି l କାଶ୍ମୀର ସମସ୍ୟାର କୌଣସି ସୁଧାର ହୋଇ ପାରୁନାହିଁ l ପାକିସ୍ତାନରେ ଥିବା ଚୀନ ରାଜଦୂତ କହିଥିଲେ କି ଆମେ ଏକ ତରଫ କାରାବାଇର ବିରୋଧ କରୁଛୁ ,ଏହା ଦ୍ୱାରା ପରିସ୍ଥିତି ଜଟିଳ ହେବ l ଭାରତ ଏହାକୁ ଅନ୍ତରୀଣ ମାମଲା କହି ହସ୍ତକ୍ଷପ ନକରିବା ପାଇଁ ବାରଣ କରିଥହୀଲା l ଭାରତର ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ଅନୁରାଗ ଶ୍ରୀବାସ୍ତବ ଚୀନକୁ କହିଥିଲେ କି ଅନ୍ୟାଦେଶର ଅନ୍ତରୀଣ ମାମଲାରେ ଚୀନର ହସ୍ତକ୍ଷପ କରିବା ଉଚିତ ନୁହେଁ l