Odisha news

ପିତାମାତା ଙ୍କ ର ଏହି ଗୋଟିଏ ଭୁଲ ପାଇଁ ନଷ୍ଟ ହୋଇ ଯାଉଛି ପିଲାଙ୍କ ଭବିଷ୍ୟତ, ସମୟ ଥାଉ ଥାଉ ହୋଇ ଯାଆନ୍ତୁ ସତର୍କ : ରିସର୍ଚ୍ଚ

0

ଆଜିକାଲି ପିଲାଙ୍କ ଉପରେ ମୋବାଇଲ ର ଗମ୍ଭୀର ପ୍ରଭାବ ପଡୁଛି, ମୋବାଇଲ ଯୋଗୁଁ ମଧ୍ୟ ଅନେକ ଜୀବନ ଯାଉଛି l ଆମେ ଅନେକ ସମୟ ରେ ଶୁଣିବାକୁ ପାଇଥାଉ ମୋବାଇଲ ଫୋନ ଯୋଗୁଁ କେହି ଆତ୍ମହତ୍ୟା କଲା ତ ଆଉ କେହି ଛାତ ଉପରୁ ଡେଇଁ ପଡିଲା l ପିତାମାତା ମଧ୍ୟ ପିଲାଙ୍କୁ ଖୁସି ଦେବା ପାଇଁ ମୋବାଇଲ ଲାପଟପ ଇତ୍ୟାଦି ଧରାଇ ଦେଇ ଥାଆନ୍ତି l କିନ୍ତୁ ନିଜ ପିଲାକୁ ଟାଣି ନେଇ ଥାଆନ୍ତି ଗମ୍ଭୀର ରୋଗ ଆଡକୁ l

– ଦୁନିଆର ସମସ୍ତ ରିସର୍ଚ୍ଚ ରୁ ଜଣା ପଡିଛି ଯେ ଦୀର୍ଘ ସମୟ ପର୍ଯ୍ୟନ୍ତ ସ୍କ୍ରିନ ସମୁଖରେ ବସିବା ଦ୍ୱାରା ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପଡିଥାଏ l ମିଳିଥିବା ସୂଚନା ଅନୁସାରେ ମୋବାଇଲ, ଗାଜେଟସ ର ଅତ୍ୟଧିକ ବ୍ୟବହାର ଦ୍ୱାରା ପିଲା ମାନଙ୍କ ଭବିଷ୍ୟତ ଖରାପ ହୋଇଥାଏ l ଏବଂ ଭରଚୁଆଲ ଅଟିଯିମ ପ୍ରୋବ୍ଲେମ ର ସମସ୍ୟା ଦେଖା ଯାଇଥାଏ l

– ଭରଚୁଆଲ ଆର୍ଟିଜିମ ସମସ୍ୟା ୪ -୫ ବର୍ଷ ପିଲାଙ୍କ ନିକଟରେ ଅଧିକ ଦେଖିବାକୁ ମିଳିଥାଏ l ଏହା ବିଶେଷ ଭାବରେ ମୋବାଇଲ ଫୋନ ଅଧିକ ବ୍ୟବହାର, ଟିଭି ଅଧିକ ଦେଖିବା, ଏବଂ କମ୍ପ୍ୟୁଟର ର ଅଧିକ ବ୍ୟବହାର କାରଣରୁ ହୋଇଥାଏ l ଇଲେକ୍ଟ୍ରୋନିକ୍ସ ଗାଜେଟ୍ସ ଅତ୍ୟଧିକ ବ୍ୟବହାର ଯୋଗୁଁ ଏହି ସମସ୍ୟା ଦେଖିବାକୁ ମିଳିଥାଏ l

– ବିଶେଷ ଭାବରେ ଛୋଟ ପିଲାମାନ ଙ୍କର ଏହା କଥା ନକହି ପରିବାର କାରଣ ହୋଇଥାଏ, ଏବଂ ପିଲାମାନେ ଖୁବ ଅଧିକ ଜିଦିଆ ସ୍ଵଭାଵ ର ହୋଇଯାଇ ଥାଆନ୍ତି l ଏହାଛଡା ଆକ୍ରମଣାତ୍ମକ ସ୍ଵଭାଵ ର ମଧ୍ୟ ହୋଇଯାଇ ଥାଆନ୍ତି l

– ଇଲେକ୍ଟ୍ରୋନିକ୍ସ ଗାଜେଟ୍ସ ଛୋଟ ପିଲା ମାନଙ୍କର ସ୍ଲୀପିଙ୍ଗ ପ୍ୟାଟର୍ନ ମଧ୍ୟ ବଦଳିବାକୁ ଲାଗେ l ଯାହାକି ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପକାଇ ଥାଏ l ଏବଂ ଭବିଷ୍ୟତ ରେ ଏହା ପିଲା ମାନଙ୍କ ମାନସିକ ବିକାରଗ୍ରସ୍ତ ର କାରଣ ହୋଇଥାଏ l

* ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ଏଥିପାଇଁ ବିଶେଷ ଭାବରେ ପିତାମାତା ହିଁ ଦାୟୀ l  ପିତାମାତା ନିଜ ପିଲାଙ୍କୁ ସମୟ ଦେଇପାରୁ ନାହାନ୍ତି ଏବଂ ପିଲାଙ୍କ ଜିଦି ପୂରଣ ପାଇଁ ଏଭଳି କରୁଛନ୍ତି l ତେଣୁ ସର୍ବ ପ୍ରଥମେ ପିତାମାତା ହିଁ  ପିଲାଙ୍କ ଭବିଷ୍ୟତ ନଷ୍ଟ କରିବାର ମୁଖ୍ୟ ଅଟନ୍ତି l

Leave A Reply