ନୂଆଦିଲ୍ଲୀ :କରୋନା ମହାମାରୀ ଯୋଗୁ ସାରା ବିଶ୍ୱ ଅସୁବିଧାର ସମ୍ମୁଖୀନ ହୋଇଛି l ଏହି ସମୟରେ ଏପରି ଗୋଟିଏ ଦେଶ ଅଛି ଯିଏ ନିଜର ନାଗରିକ ମାନଙ୍କୁ ଛୁଆ ଜନ୍ମ କରିବା ପାଇଁ ପ୍ରୋଛାହନ କରୁଛି ଏବଂ ସେ ବାବଦରେ ବୋନସ ଦେବା ପାଇଁ ଫଇସଲା କରିଛି l କାରଣ ମହାମାରୀ କାରଣରୁ ଲୋକ ମାନେ ମତ ପିତା ହେବାର ଇଛାକୁ ହରାଇ ସାରିଛନ୍ତି l CNN ରିପୋର୍ଟ ଅନୁସାରେ ସିଙ୍ଗାପୁରର ଉପ ପ୍ରଧାନମନ୍ତ୍ରୀ କହିଛନ୍ତି ବର୍ତ୍ତମାନର ସ୍ଥିତିକୁ ଦେଖି ଜଣ ପଡୁଛି ଯେ ଜଣ ସାଧାରଣ ମାତା ପିତା ହେବାର ଇଛାକୁ ହରାଇ ସାରିଛନ୍ତି l ତେଣୁ ସେମାନେ ଯଦି ସନ୍ତାନ ପ୍ରସବ କରିବେ ତେବେ ତାଙ୍କୁ ବୋନସ ଦିଆଯିବ l
କିନ୍ତୁ ବର୍ତ୍ତମାନ ସୁଦ୍ଧା ବୋନସ ରାଶି ନିର୍ଧାରଣ କରାଯାଇ ନାହିଁ l ଦୁନିଆର ଅନ୍ୟ ଦିଶଙ୍କ ଭଳି ସିଙ୍ଗାପୁର ମଧ୍ୟ କରୋନା କାରଣରୁ ଆର୍ଥିକ ଅବସ୍ଥା ଦୁର୍ବଳ ହୋଇ ଯାଇଛି l ରିପୋର୍ଟ ଅନୁସାରେ ଉପ ପ୍ରଧାନମନ୍ତ୍ରୀ ହେଙ୍ଗ ଶୁଏ କହିଛନ୍ତି ଯେ ସରକାରଙ୍କ ପ୍ରତିକ୍ରିୟା ମିଳି ସାରିଛି ଯଦି କୌଣସି ମହତ୍ୱ ଆକାଂକ୍ଷା ଥିବା ମାତା ପିତା ଛୁଆ ଜନ୍ମ କରିବାକୁ ଚାହୁଁଛନ୍ତି ତେବେ ସେମାନେ ଆର୍ଥିକ ସହାୟତା ପାଇ ପାରିବେ ଯାହା ମାତୃତ୍ଵ ଯୋଜନା ଅନୁସାରେ ଯିବା l ସେ କହିଛନ୍ତି ସରକାର ଲୋକମଙ୍କୁ ସହାୟତା ପ୍ରଦାନ କରିବା ପାଇଁ ଚାହୁଁଛି l ସାରା ବିଶ୍ୱ ତୁଳନାରେ ସିଙ୍ଗାପୁରରେ ଜନ୍ମ ହାର ଖୁବ କମ ଅଟେ l